Top Stories

Search here...

News

ଏପ୍ରିଲ ୧ରୁ ପୁରୀର ଦୁଇଟି ରୁଟ୍ରେ ଗଡିବ ‘ମୋ ବସ୍’

Posted On - 1 minute ago
Edited By Prabir Kumar
LAST UPDATED Mar 29, 2022 09:04 PM

ପୁରୀ ବସ୍ଷ୍ଟାଣ୍ଡରୁ ମୋ ବସ୍ ବାହାରି ପୁରୀ ରେଳ ଷ୍ଟେସନ୍, ଜିଲ୍ଲା ସ୍କୁଲ୍, ଟୁରିଷ୍ଟ୍ ଅଫିସ୍ ସି ବିଚ୍ ରୋଡ୍, ଚୈତନ୍ୟ ସ୍କୋୟାର ଓ ସ୍ୱର୍ଗଦ୍ୱାର ଦେଇ ଲାଇଟ୍ ହାଉସ୍ରେ ପହଞ୍ଚିବ । ସେହିଭଳି ଲାଇଟ୍ ହାଉସ୍ର ଯେଉଁ ବସ୍ ବାହାରିବ ତାହା ଏହି ସବୁ ସ୍ଥାନ ଦେଇ ପୁରୀ ବସ୍ଷ୍ଟାଣ୍ଡରେ ପହଞ୍ଚିବ ।

 

BBSR Reporters

 

ଭୁବନେଶ୍ୱର : ପର୍ଯ୍ୟଟନ କ୍ଷେତ୍ର ପୁରୀ ସହରରେ ଗଡ଼ିବ ‘ମୋ ବସ୍’ । ଏପ୍ରିଲ୍ ୧ ତାରିଖରୁ ପୁରୀ ସହରରେ ‘ମୋ ବସ୍’ ଚଲାଇବା ପାଇଁ ଘୋଷଣା କରିଛନ୍ତି କ୍ୟାପିଟାଲ୍ ରିଜିଅନ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) କର୍ତ୍ତୃପକ୍ଷ । ପ୍ରଥମେ ସହରର ଦୁଇଟି ରୁଟ୍- ୫୨ ଓ ୫୩ ରେ ଗଡ଼ିବ ‘ମୋ ବସ୍’ ।

 

ରୁଟ୍ ନମ୍ବର ୫୨ ଅର୍ଥାତ୍ ପୁରୀ ବସ୍ଷ୍ଟାଣ୍ଡ ଓ ଲାଇଟ୍ ହାଉସ୍ ମଧ୍ୟରେ ମୋ ବସ୍ ଚାଲିବ । ପୁରୀ ବସ୍ଷ୍ଟାଣ୍ଡରୁ ମୋ ବସ୍ ବାହାରି ପୁରୀ ରେଳ ଷ୍ଟେସନ୍, ଜିଲ୍ଲା ସ୍କୁଲ୍, ଟୁରିଷ୍ଟ୍ ଅଫିସ୍ ସି ବିଚ୍ ରୋଡ୍, ଚୈତନ୍ୟ ସ୍କୋୟାର ଓ ସ୍ୱର୍ଗଦ୍ୱାର ଦେଇ ଲାଇଟ୍ ହାଉସ୍ରେ ପହଞ୍ଚିବ । ସେହିଭଳି ଲାଇଟ୍ ହାଉସ୍ର ଯେଉଁ ବସ୍ ବାହାରିବ ତାହା ଏହି ସବୁ ସ୍ଥାନ ଦେଇ ପୁରୀ ବସ୍ଷ୍ଟାଣ୍ଡରେ ପହଞ୍ଚିବ ।

 

ସେହିଭଳି ରୁଟ୍ ନମ୍ବର ୫୩ ମାଳତୀପାଟପୁର ବସ୍ଷ୍ଟାଣ୍ଡ ଓ ପୁରୀ ବସ୍ଷ୍ଟାଣ୍ଡ ମଧ୍ୟରେ ଯୋଗାଯୋଗ କରିବ । ମାଳତୀପାଟପୁର ବସ୍ଷ୍ଟାଣ୍ଡରୁ ମୋ ବସ୍ ବାହାରି ବୀରହରେକୃଷ୍ଣପୁର, ବାଟ ମଙ୍ଗଳା ମନ୍ଦିର, ଅଠରନଳା ଓ ମାଟିଆପଡ଼ା ସ୍କୋୟାର ଦେଇ ପୁରୀ ବସ୍ଷ୍ଟାଣ୍ଡରେ ପହଞ୍ଚିବ । ସେହିପରି ପୁରୀ ବସ୍ଷ୍ଟାଣ୍ଡରୁ ମୋ ବସ୍ ବାହାରି ଏହି ସବୁ ସ୍ଥାନ ଦେଇ ମାଳତୀପାଟପୁର ବସ୍ଷ୍ଟାଣ୍ଡରେ ପହଞ୍ଚିବ ।
 

Related News
satta king tw