Top Stories

Search here...

News

ସରିଲା ବିଧାନସଭା ଅଧିବେଶନ; ପାରିତ ହେଲା ୧ ଲକ୍ଷ ୬ ହଜାର ୪୯୮ କୋଟିର ବ୍ୟୟ ମଞ୍ଜୁରୀ ବିଲ୍ 

Posted On - 1 minute ago
Edited By Prabir Kumar
LAST UPDATED Mar 31, 2022 08:04 PM

୨୦୨୨-୨୩ ଆର୍ଥôକ ବର୍ଷର ବଜେଟ୍ ଓ ଲେଖାନୁଦାନ ବ୍ୟୟମଞ୍ଜୁରୀ ବିଲ୍ ପାରିତ ପାଇଁ ମାତ୍ର ୬ଦିନ ଗୃହ କାର୍ଯ୍ୟ ବସିଥିଲେ ବି ଗୃହର ନେତା ତଥା ନବୀନ ପଟ୍ଟନାୟକ ଶେଷ ୩ଦିନ ଅନୁପସ୍ଥିତ ରହିଥିଲେ  ।

 

BBSR Reporters


ଭୁବନେଶ୍ୱର: ୨୦୨୨-୨୩ ଆର୍ଥôକ ବର୍ଷ ପାଇଁ ୧ଲକ୍ଷ ୬ହଜାର ୪୯୮କୋଟି ଟଙ୍କାର ବ୍ୟୟମଞ୍ଜୁରୀ ବିଲ୍ ଅବା ଲେଖାନୁଦାନକୁ ଆଜି ଗୃହର ମଞ୍ଜୁରୀ ମିଳିଛି । ଏଥିସହ ବିଧାନସଭାର ୬ଦିନିଆ ଅଧିବେଶନ ଅନିର୍ଦ୍ଧିଷ୍ଟ କାଳ ନିମନ୍ତେ ମୁଲତବୀ ଘୋଷଣା ହୋଇଛି  । ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇଥିବା ବିଧାନସଭାର ଏହି ଅଧିବେଶନରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ପରିବର୍ତ୍ତେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ବିଧାୟକମାନେ ରକ୍ଷଣାତ୍ମକ ମୁଡ୍ରେ ରହିଥିଲେ  । 


୨୦୨୨-୨୩ ଆର୍ଥôକ ବର୍ଷର ବଜେଟ୍ ଓ ଲେଖାନୁଦାନ ବ୍ୟୟମଞ୍ଜୁରୀ ବିଲ୍ ପାରିତ ପାଇଁ ମାତ୍ର ୬ଦିନ ଗୃହ କାର୍ଯ୍ୟ ବସିଥିଲେ ବି ଗୃହର ନେତା ତଥା ନବୀନ ପଟ୍ଟନାୟକ ଶେଷ ୩ଦିନ ଅନୁପସ୍ଥିତ ରହିଥିଲେ  । ବିରୋଧୀ ଦଳ ନେତା ପ୍ରଦୀପ କୁମାର ନାୟକ ମଧ୍ୟ ଅସୁସ୍ଥତା ପାଇଁ ଗୃହରେ ଅନୁପସ୍ଥିତ ଥିଲେ  ।

 

ଆଜି ବିଧାନସଭାରେ ବ୍ୟୟମଞ୍ଜୁରୀ ବିଲ୍ (ଲେଖାନୁଦାନ) ଆଗତ ହେବା ସହ ଏହା ଉପରେ ଆଲୋଚନା ହେବାପରେ ତାହା ଗୃହର ଅନୁମୋଦନ ଲାଭ କରିଛି  । ଏହି ୬ଦିନିଆ ଅଧିବେଶନରେ ୫ଟି ସରକାରୀ ବିଲ୍ ଉପସ୍ଥାପନ ହେବା ସହ ତାହା ପାରିତ ହୋଇଛି  । ୫ଟି ସିଏଜି ରିପୋର୍ଟ, ୨୨ଟି ବାର୍ଷିକ ରିପୋର୍ଟ ମଧ୍ୟ ଗୃହରେ ଉପସ୍ଥାପିତ ହୋଇଛି  । ୪ଟି ଅଧ୍ୟାଦେଶକୁ ମଧ୍ୟ ଗୃହରେ ଆଗତ କରାଯାଇଥିଲା  । ଏହି ଅଧିବେଶନରେ ମାତ୍ର ଦୁଇଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିଛି  । 

 

ଆଇନଶୃଙ୍ଖଳାକୁ ନେଇ ଗୃହରେ ହୋ-ହାଲ୍ଲା ସତ୍ତ୍ୱେ ତା’ର ପ୍ରଭାବ ସରକାର କିମ୍ବା ଶାସକ ଦଳ ଉପରେ ଅନୁଭୂତ ହୋଇନି  । ମାନସ ସ୍ୱାଇଁ ହତ୍ୟା ମାମଲା, ଗଞ୍ଜାମରେ ୪ଜଣଙ୍କୁ ହତ୍ୟା ପ୍ରସଙ୍ଗ ଗୃହରେ ଆଲୋଚନା ପରିସରରେ ରହିଥିଲା  । ମାର୍ଚ୍ଚ ୩୦ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ୨୦୨୨-୨୩ ଆର୍ଥôକ ବର୍ଷର ବଜେଟ୍ ଓ ୪ମାସିଆ ଲେଖାନୁଦାନ ପ୍ରସ୍ତାବ ଆଗତ କରିଥିଲେ  । ଦୀର୍ଘ ପ୍ରାୟ ଏକ ବର୍ଷ ପରେ ବିଧାନସଭାକୁ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ କାର୍ଯ୍ୟରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଥିଲେ  । ଏହି ୬ଦିନିଆ ଅଧିବେଶନରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଅନେକ ପ୍ରସଙ୍ଗ ଥିଲେ ମଧ୍ୟ ବିରୋଧୀ ଦଳ ସଦସ୍ୟମାନେ ପ୍ରଭାବୀ ଢଙ୍ଗରେ ତାକୁ ଉପସ୍ଥାପନ କରି ସରକାରଙ୍କୁ ଘେରିବାରେ ସକ୍ଷମ ହୋଇନଥିବା ଦେଖାଯାଇଛି  ।

 

Related News
satta king tw