Top Stories

Search here...

News

ହତାଶ ହୋଇ ଦଳ ଛାଡନ୍ତୁ ନାହିଁ; କଂଗ୍ରେସ ନେତାଙ୍କୁ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କ ପରାମର୍ଶ

Posted On - 11 minutes ago
Edited By Prabir Kumar
LAST UPDATED Mar 28, 2022 08:22 PM

ଦୁର୍ବଳ କଂଗ୍ରେସ ଯୋଗୁ ଆଞ୍ଚଳିକ ଦଳଗୁଡ଼ିକୁ ମୁଖ୍ୟ ବିରୋଧୀ ଦଳର ସ୍ଥାନ ନେଉଛନ୍ତି । ଏହା ଆଦୌ ଶୁଭସଙ୍କେତ ନୁହେଁ ବୋଲି ମଧ୍ୟ ଗଡ଼କରୀ କହିଛନ୍ତି ।

 

BBSR Reporters

 

ମୁମ୍ବାଇ: କଂଗ୍ରେସ ବିଭିନ୍ନ ରାଜ୍ୟରେ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ଏପରି ସ୍ଥଳେ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀ କଂଗ୍ରେସ ଅଧିକ ଶକ୍ତିଶାଳୀ ହେଉ ବୋଲି କାମନା କରିଛନ୍ତି । ଏଥିସହ ସେ ପରାଜୟ ସତ୍ତ୍ୱେ ଦଳୀୟ ନେତାମାନେ କଂଗ୍ରେସ ଛାଡ଼ନ୍ତୁ ନାହିଁ ବୋଲି ମଧ୍ୟ ପରାମର୍ଶ ଦେଇଛନ୍ତି ।

 

ଲୋକମତ ଜର୍ଣ୍ଣାଲିଜିମ ସମ୍ମାନ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଗଡ଼କରୀ କହିଛନ୍ତି, ଗଣତନ୍ତ୍ର ପାଇଁ ଗୋଟିଏ ମଜବୁତ କଂଗ୍ରେସର ଆବଶ୍ୟକ ରହିଛି । ଲଗାତର ନିର୍ବାଚନ ହାରୁଥିବା କଂଗ୍ରେସ ପୁଣିଥରେ ଶକ୍ତିଶାଳୀ ହେଉ ବୋଲି ମୁଁ କାମନା କରୁଛି । ସେହିପରି କଂଗ୍ରେସ ହାରୁଥିବାରୁ ଦଳୀୟ ନେତାମାନେ ହତାଶ ହୋଇ ଦଳ ଛାଡ଼ନ୍ତୁ ନାହିଁ । ଦୁର୍ବଳ କଂଗ୍ରେସ ଯୋଗୁ ଆଞ୍ଚଳିକ ଦଳଗୁଡ଼ିକୁ ମୁଖ୍ୟ ବିରୋଧୀ ଦଳର ସ୍ଥାନ ନେଉଛନ୍ତି । ଏହା ଆଦୌ ଶୁଭସଙ୍କେତ ନୁହେଁ ବୋଲି ମଧ୍ୟ ଗଡ଼କରୀ କହିଛନ୍ତି ।

 

ସେ କହିଛନ୍ତି, ଗଣତନ୍ତ୍ର ଦୁଇଟି ଚକାରେ ଚାଲିଥାଏ । ଗୋଟିଏ ହେଲା ଶାସନ ବ୍ୟବସ୍ଥା ଓ ଅନ୍ୟଟି ହେଲା ବିରୋଧୀ । ଗଣତନ୍ତ୍ରର ସୁରକ୍ଷା ପାଇଁ ଗୋଟିଏ ଶକ୍ତିଶାଳୀ ବିରୋଧୀ ଦଳ ଜରୁରୀ । ତେଣୁ ମୁଁ କାମନା କରୁଛି ଯେ କଂଗ୍ରେସ ଅଧିକ ଶକ୍ତିଶାଳୀ ହେଉ । ଆଞ୍ଚଳିକ ଦଳଗୁଡ଼ିକ କଂଗ୍ରେସର ସ୍ଥାନ ନେଇ ମୁଖ୍ୟ ବିରୋଧୀ ଦଳ ହେଉଛନ୍ତି । ଏହା ଭଲ କଥା ନୁହେଁ । ତେଣୁ ମୁଖ୍ୟ ବିରୋଧୀ ଦଳ ସଶକ୍ତ ହେଉ ।  ମୁଁ ହୃଦୟରୁ କାମନା କରୁଛି ଯେ କଂଗ୍ରେସ ସବୁବେଳେ ସଶକ୍ତ ରହୁ । ଯେଉଁମାନେ କଂଗ୍ରେସର ଆଦର୍ଶ ଓ ନୀତିକୁ ଅନୁସରଣ କରୁଛନ୍ତି ସେମାନେ ଦଳରେ ରୁହନ୍ତୁ । ସେମାନେ କାମ କରି ଚାଲନ୍ତୁ ଓ ପରାଜୟରେ ହତୋତ୍ସାହିତ ହୁଅନ୍ତୁ ନାହିଁ । ଯଦି ପରାଜୟ ଅଛି, ତା’ହେଲେ ଦିନେ ସେମାନେ ମଧ୍ୟ ନିଶ୍ଚିତ ଜିତିବେ ।

 

ବିଭିନ୍ନ ରାଜ୍ୟରେ କଂଗ୍ରେସ ହାରୁଥିଲେ ମଧ୍ୟ ଦଳୀୟ ନେତାମାନେ ଏଥିରେ ନିରାଶ ନ ହେବାକୁ ଗଡ଼କରୀ କହିଛନ୍ତି । ଆମେ ସମସ୍ତଙ୍କ ପାଇଁ ଜବାହାର ଲାଲ ନେହରଙ୍କୁ ଉଦାହରଣ । ଯେତେବେ ଅଟଳ ବିହାରୀ ବାଜପେୟୀ ଲୋକସଭା ନିର୍ବାଚନ ହାରିଥିଲେ ସେତେବେଳେ ବି ନେହରୁ ତାଙ୍କୁ ଉପଯୁକ୍ତ ସମ୍ମାନ ଦେଇଥିଲେ । ତେଣୁ ଗଣତନ୍ତ୍ରରେ ବିରୋଧୀଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ।

 

ଲୋକସଭାରେ ବିଜେପି ଏକଦା ମାତ୍ର ୨ଟି ସିଟ୍ ଜିତିଥିବା ସମ୍ପର୍କରେ ମଧ୍ୟ ସେ ମତ ରଖିଛନ୍ତି । ସେ କହିଛନ୍ତି, ବିଜେପି ୨ଟି ସିଟ୍ ଜିତିଥିଲେ ମଧ୍ୟ ହାର ମାନି ନଥିଲା । ସମୟ ବଦଳିବା ସହ ଦଳୀୟ କର୍ମୀମାନଙ୍କ କଠିନ ପରିଶ୍ରମ କରିଥିଲେ । ଏହାପରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଗଠନ ହୋଇଥିଲା । ତେଣୁ କେହି ବି ହତୋତ୍ସାହିତ ହୋଇ ନିଜର ଆଦର୍ଶରୁ ଦୂରେଇ ଯିବା କଥା ନୁହେଁ ବୋଲି ସେ କହିଛନ୍ତି ।ବିଜେପି ସବୁବେଳେ କଂଗ୍ରେସ ମୁକ୍ତ ଭାରତ କଥା କହୁଥିବା ବେଳେ ଗଡ଼କରୀଙ୍କ ଏପରି ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
 

Related News
satta king tw