Top Stories

Search here...

News

୫ ବର୍ଷ ପରେ ପରଦାକୁ ଆସିବେ ଶାହାରୁଖ ଖାନ; ଜାନୁଆରୀ ୨୫ରେ ରିଲିଜ ହେବ ‘ପଠାନ’

Posted On - 5 minutes ago
Edited By Prabir Kumar
LAST UPDATED Mar 03, 2022 08:16 PM

ଫିଲ୍ମରେ ଶାହାରୁଖ ଜଣେ  ଗୁପ୍ତଚର ଭୁମିକାରେ ନଜର ଆସିବେ । ଶେଷଥର ପାଇଁ ୨୦୧୮ ରେ ଫିଲ୍ମ ଜିରୋ ରେ ଶାହାରୁଖଙ୍କୁ ଦେଖିବାକୁ ମିଳିଥିଲା । ତେବେ ୫ ବର୍ଷର ଲମ୍ବା ବ୍ୟବଧାନ ପରେ ପରଦାରେ ପୁଣି ନଜର ଆସିବେ କିଙ୍ଗ୍ ଖାନ । ଯାହାକୁ ନେଇ ଦଶର୍କ ବେସ ଉତ୍ସାହିତ ଅଛନ୍ତି ।

 

BBSR Reporters


ମୁମ୍ବାଇ: ୫ ବର୍ଷ ପରେ ପରଦାକୁ ଆସିବେ ଶାହାରୁଖ ଖାନ୍ । ବଲିଉଡର ଅପକମିଙ୍ଗ ଫିଲ୍ମ ‘ପଠାନ’ ଜରିଆରେ ସେ ପୁଣି ଥରେ ଆସୁଛନ୍ତି । ଏବେ ଫିଲ୍ମ ରିଲିଜ ତାରିଖ ଘୋଷଣା ହୋଇଛି । ଫିଲ୍ମରେ ଶାହାରୁଖଙ୍କ ସମେତ ଅଭିନେତା ଜନ ଆବ୍ରାହାମ ଓ ଅଭିନେତ୍ରୀ ଦିପିକା ପାଦୁକନ ମଧ୍ୟ ମୁଖ୍ୟ ଭୁମିକାରେ ନଜର ଆସିବେ । ଫିଲ୍ମର ଟିଜର ଦେଖିବା ପରେ ଦଶର୍କ ବେସ ଉତ୍ସାହିତ ଅଛନ୍ତି ।

 

 ଫିଲ୍ମ ‘ପଠାନ’ର ରିଲିଜି ଡେଟ ଘୋଣା ହୋଇଛି । ଆସନ୍ତା ବର୍ଷ ଜାନୁଆରୀ ୨୫ରେ ଏହି ରିଲିଜ ହେବ । ଫିଲ୍ମର ରିଲିଜିଂ ଡେଟ ଘୋଷଣା ହେବାପରେ ଫ୍ୟାନଙ୍କ ମଧ୍ୟରେ ବେସ ଉତ୍ସାହ ଦେଖିବାକୁ ମିଳିଛି । ଫିଲ୍ମର ଟ୍ରେଲରକୁ  ନେଇ ଶାହାରୁଖଙ୍କ ଫ୍ୟାନ୍ ବେଶ୍ ଉତ୍ସାହିତ । ଫିଲ୍ମରେ କିଙ୍ଗ ଖାନଙ୍କ ବ୍ୟତୀତ  ଅଭିନେତା ଜନ ଆବ୍ରାହାମ ଓ ଅଭିନେତ୍ରୀ ଦିପିକା ପାଦୁକନ ମଧ୍ୟ ମୁଖ୍ୟ ଭୁମିକାରେ ନଜର ଆସିବେ ।

 

ସୋଶିିଆଲ ମିଡିଆରେ ଏବେ ଶାହାରୁଖଙ୍କ ଫିଲ୍ମର ପୋଷ୍ଟର ମଧ୍ୟ ଭାଇରାଲ ହେଉଛି । ସେହିପରି ଟୁଇଟରରେ କିଙ୍ଗ ଖାନଙ୍କ ନାମ ମଧ୍ୟ ଟ୍ରେଣ୍ଡରେ ରହିଛି । ଫିଲ୍ମର ଟ୍ରେଲର ଟିକୁ ଶାହାରୁଖ ନିଜ ଟୁଇଟର ହ୍ୟାଣ୍ଡେଲରେ ପୋଷ୍ଟ କରି କହିଛନ୍ତି, ମୁଁ ଜାଣିଛି ଟିକେ ବିଳମ୍ବ ହୋଇଛି । କିନ୍ତୁ ପଠାନର ସମୟ ପୁଣି ଆରମ୍ଭ ହୋଇଛି । ୟଶ ରାଜ ଫିଲ୍ମ ବ୍ୟାନରେ ରିଲିଜ୍ ହେବାକୁ ଥିବା ଫିଲ୍ମ ପଠାନର ନିଦେ୍ର୍ଧଶନା ଭାର ସିଦ୍ଧାର୍ଥ ଆନନ୍ଦ ତୁଳାଇଥିବା ବେଳେ ଫିଲ୍ମକୁ ପ୍ରସ୍ତୁତ କରିଛନ୍ତି ଆଦିତ୍ୟ ଚୋପ୍ରା । ଫିଲ୍ମଟି  ହିନ୍ଦୀ ସମେତ ତାମିଲ ଓ ତେଲେଗୁ ଭାଷାରେ ମଧ୍ୟ ରିଲିଜ ହେବ ।

 

ଫିଲ୍ମରେ ଶାହାରୁଖ ଜଣେ  ଗୁପ୍ତଚର ଭୁମିକାରେ ନଜର ଆସିବେ । ଶେଷଥର ପାଇଁ ୨୦୧୮ ରେ ଫିଲ୍ମ ଜିରୋ ରେ ଶାହାରୁଖଙ୍କୁ ଦେଖିବାକୁ ମିଳିଥିଲା । ତେବେ ୫ ବର୍ଷର ଲମ୍ବା ବ୍ୟବଧାନ ପରେ ପରଦାରେ ପୁଣି ନଜର ଆସିବେ କିଙ୍ଗ୍ ଖାନ । ଯାହାକୁ ନେଇ ଦଶର୍କ ବେସ ଉତ୍ସାହିତ ଅଛନ୍ତି ।
 

Related News
satta king tw