Top Stories

Search here...

News

୨୧ ବର୍ଷ ପରେ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଲେ ପଞ୍ଜାବର ୨୧ ବର୍ଷିୟ ହରନାଜ ସାନ୍ଧୁ, ଦେଖନ୍ତୁ ଫଟୋ

Posted On - 10 minutes ago
Edited By Team BbsrReporters
LAST UPDATED Dec 13, 2021 10:28 AM

ଇସ୍ରାଏଲର ଇଲାଟରେ ଅନୁଷ୍ଠିତ ୭୦ତମ ମିସ୍ ୟୁନିଭର୍ସରେ ହାରନାଜ ପ୍ରାୟ ୮୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି । 

 

BBSR Reporters

 

ମୁମ୍ବାଇ: ଦୀର୍ଘ ୨୧ ବର୍ଷ ପରେ ଭାରତ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗୀତାରେ ପ୍ରଥମ ହୋଇଛି ।   ଭାରତର ହରନାଜ ସାନ୍ଧୁ ୨୦୨୧ ମସିହା ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ମୁକୁଟ ଜିତିଛନ୍ତି । ଇସ୍ରାଏଲର ଇଲାଟରେ ଅନୁଷ୍ଠିତ ୭୦ତମ ମିସ୍ ୟୁନିଭର୍ସରେ ହାରନାଜ ପ୍ରାୟ ୮୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ସଫଳତା ପାଇଛନ୍ତି  ।

 

 

ପଞ୍ଜାବର ୨୧ ବର୍ଷୀୟ ହରନାଜଙ୍କୁ ଫାଇନାଲରେ ପାରାଗୁୟେ ଓ ଦକ୍ଷିଣ ଆଫ୍ରିକାର ପ୍ରତିଯୋଗୀ ହରାଇ ମୁକୁଟ ହାତେଇବାକୁ ସକ୍ଷମ ହୋଇଛନ୍ତି । ତାଙ୍କୁ ୨୦୨୦ର ମିସ୍ ୟୁନିଭର୍ସ ମେକ୍ସିକୋର ଆଣ୍ଡ୍ରେଆ ମେଜା ବିଜୟ ମୁକୁଟ ପିନ୍ଧାଇଛନ୍ତି । ଏକାଧିକ ପଞ୍ଜାବୀ ଫିଲ୍କରେ ଅଭିନୟ କରିଥିବା ହରନାଜ ଫେମିନା ମିସ୍ ଇଣ୍ଡିଆ ପଞ୍ଜାବ ଭଳି ଅନେକ ସୁନ୍ଦରୀ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ । 

 

 

ସୂଚନାଯୋଗ୍ୟ, ଶେଷଥର ପାଇଁ ୨୦୦୦ ମସିହାରେ ବିଲଉଡ ଅଭିନେତ୍ରୀ ଲାରା ଦତ୍ତା ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ଜିତିଥିଲେ । ସେହିପରି ୧୯୯୪ରେ ସୁସ୍ମିତା ସେନ ମିସ ୟୁନଭର୍ସ ହୋଇଥିଲେ । ଏବେ ଏହି ତାଲିକାରେ ଏବେ ହରନାଜ ସାନ୍ଧୁ ଯୋଡ଼ି ହୋଇଯାଇଛନ୍ତି ।

 

ମାତ୍ର ୧୭ ବର୍ଷ ବୟସରେ ହରନାଜ ମଡେଲିଂ କରିବା ଆରମ୍ଭ କରିଥିଲେ । ସେ ୨୦୨୧ ମିସ୍ ଡିଭା, ଫେମିନା ମିସ ଇଣ୍ଡିଆ ପଞ୍ଜାବ ୨୦୧୯ ଟ୍ରଫି ଜିତିଛନ୍ତି । ସେହିପରି ୨୦୧୯ ଫେମିନା ମିସ୍ ଇଣ୍ଡିଆର ଟପ୍ ୧୨ରେ ମଧ୍ୟ ସେ ସ୍ଥାନ ପାଇଥିଲେ ।


ଫାଇନାଲ ରାଉଣ୍ଡରେ ପ୍ରତିଯୋଗୀଙ୍କୁ ବିଭିନ୍ନ ପ୍ରକାରର ଚାପର ସମ୍ମୁଖୀନ ହେଉଥିବା ଯୁବ ମହିଳାମାନଙ୍କୁ କ’ଣ ପରାମର୍ଶ ଦେବେ ବୋଲି ପଚରା ଯାଇଥିଲା । ଏହାପରେ ଜବାବରେ ହରନାଜ କହିଥିଲେ ଯେ ନିଜକୁ ନିଜେ ବିଶ୍ୱାସ କରିବା ହିଁ ଆଜିର ଯୁବ ସମାଜ ଆଗରେ ସବୁଠାରୁ ବଡ଼ ଚାପ ଭାବେ ଉଭା ହୋଇଛି । ଜଣେ ନିଜ ଭିତରେ ଥିବା ସ୍ୱତନ୍ତ୍ରତାକୁ ଚିହ୍ନବା ଦରକାର ଓ ଏହା ହିଁ ଜୀବନକୁ ସୁନ୍ଦର କରିବାରେ ସହାୟକ ହୋଇଥାଏ । ଅନ୍ୟ ସହିତ ନିଜକୁ ତୁଳନା କରିବା ବନ୍ଦ କରିବା ସହ ବିଶ୍ୱରେ ଘଟୁଥିବା ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବା ଦରକାର ।  ମୋ ନିଜର ଉପରେ ମୋର ଭରସା ଓ ବିଶ୍ୱାସ ଅଛି । ତେଣୁ ଆଜି ମୁଁ ଏଠି ଛିଡ଼ା ହୋଇଛି ବୋଲି କହି ସମସ୍ତଙ୍କ ହୃଦୟ ଜିତି ପାରିଥିଲେ ହରନାଜ  ।

Related News
satta king tw