Top Stories

Search here...

News

ରିଲିଜ ହେଲା ବହୁପ୍ରତୀକ୍ଷିତ ଫିଲ୍ମ ‘ଏଇଟି ଥ୍ରୀ’

Posted On - 9 minutes ago
Edited By Team BbsrReporters
LAST UPDATED Dec 24, 2021 03:08 PM

ସତ୍ୟଘଟଣା ଉପରେ ଆଧାରିତ ଥିବା ଫିଲ୍ମଟି  ୧୯୮୩ ମସିହା କ୍ରିକେଟ୍ ୱାଲ୍ଡକପର କାହାଣୀ ଉପରେ ପର୍ଯ୍ୟବେସିତ ହୋଇଛି ।

 

 

BBSR Reporters

 

ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା  ବହୁପ୍ରତୀକ୍ଷିତ ଫିଲ୍ମ ‘ଏଇଟି ଥ୍ରୀ’  । ସତ୍ୟଘଟଣା ଉପରେ ଆଧାରିତ ଥିବା ଫିଲ୍ମଟି  ୧୯୮୩ ମସିହା କ୍ରିକେଟ୍ ୱାଲ୍ଡକପର କାହାଣୀ ଉପରେ ପର୍ଯ୍ୟବେସିତ ହୋଇଛି । ଫିଲ୍ମର କାହାଣୀ ମୁଖ୍ୟତଃ କପିଲ ଦେବଙ୍କ ଉପରେ ଗତିଶୀଳ ହୋଇଛି । ଫିଲ୍ମରେ ଦେଖିବାକୁ ମିଳିଛି ୧୯୮୩ ମସିହା କ୍ରିକେଟ ୱାଲ୍ଡକପ୍ ବେଳେ ଭାରତୀୟ ଟିମର ଅଧିନାୟକ ଥିବା କପିଲ ଦେବଙ୍କ କାହାଣୀ । ମ୍ୟାଚ୍ ଜିତାଇବାରେ ତାଙ୍କ ପ୍ରମୁଖ ଭୁମିକା କିପରି ରହିଥିଲା, ତାହା ଦେଖିବାକୁ ମିଳିଛି ଏହି ସିନେମାରେ । ଫିଲ୍ମରେ ମୁଖ୍ୟ ଚରିତ୍ର ଭାବେ କପିଲ ଦେବଙ୍କ ଭୁମିକାରେ ଚମତ୍କାର ଅଭିନୟ କରିଛନ୍ତି ରଣବୀର ସିଂ ।

 

 

ସେହିପରି ରଣବୀରଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଛନ୍ତି ପତ୍ନୀ ଦୀପିକା ପାଦୁକୋନ । ଫିଲ୍ମର ନିର୍ଦ୍ଦେଶନାଭାର ତୁଲାଇଛନ୍ତି କବିର ଖାନ୍ । ସେପଟେ ଏଇଟି ଥ୍ରୀକୁ ଟକ୍କର ଦେବାକୁ ରିଲିଜ ହୋଇଛି ଫିଲ୍ମ ‘ଅତରଙ୍ଗୀ ରେ’ । ବଲିଉଡ ଓ ସାଉଥ ଫିଲ୍ମ ଦୁନିଆର ୩ଜଣ ଲୋକପ୍ରିୟ କଳାକାର ଅକ୍ଷୟ କୁମାର, ସାରା ଅଲ୍ଲୀ ଖାନ ଓ ଧନୁଷଙ୍କ ଫିଲ୍ମରେ ମୁଖ୍ୟ ଭୂମିକରେ ଅଭିନୟ ରହିଛି । ପ୍ରଥମ ଥର ପାଇଁ ଏହି ୩ଜଣ ଦକ୍ଷ କଳାକାର ଏକାଠି ଅଭିନୟ କରୁଛନ୍ତି । ଆନନ୍ଦ ଏଲ ରାଜ ଫିଲ୍ମର ନିର୍ଦ୍ଦେଶନାଭାର ତୁଲାଇଥିବା ବେଳେ ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ । ତେବେ କେଉଁ ଫିଲ୍ମକୁ ଦର୍ଶକ ବେଶୀ ପସନ୍ଦ କରୁଛନ୍ତି,କିଏ ରେକର୍ଡ କରୁଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

Related News
satta king tw