Top Stories

Search here...

News

କରୀନା କପୁର ସହ ଅମ୍ରିତା ଅରୋରା କରୋନା ସଂକ୍ରମିତ 

Posted On - 6 minutes ago
Edited By Team BbsrReporters
LAST UPDATED Dec 14, 2021 12:56 PM

ବମ୍ବେ ମୁନସିପାଲ କର୍ପୋରେସନ୍ କରୀନା ଓ ଅମ୍ରିତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ଲୋକଙ୍କ ଆରଟି-ପିସିଆର ଟେଷ୍ଟ ପାଇଁ ଆଦେଶ ଦେଇଛି ।

 

BBSR Reporters

 

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ୍ ଏବଂ ତାଙ୍କ ବନ୍ଧୁ ତଥା ଅଭିନେତ୍ରୀ ଅମ୍ରିତା ଅରୋରା କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଦୁଇ ଦିନ ପୂର୍ବରୁ କରୀନା କପୁର, ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଘରେ ଆୟୋଜିତ ଏକ ପାର୍ଟିରେ ଯୋଗ ଦେଇଥିଲେ । ଏଥିରେ ଭୋଉଣୀ କରିଶ୍ମା କପୁରଙ୍କ ସହ ଅନେକ ବଲିଉଡ୍ ସେଲିବ୍ରିଟି ଯୋଗ ଦେଇଥିଲେ ।

 

 

ଚଳଚ୍ଚିତ୍ର କଭି ଖୁସି କଭି ଗମ୍ର ୨୦ ବର୍ଷ ପୂରଣକୁ ନେଇ ଏହି ପାର୍ଟିର ଆୟୋଜନ ହୋଇଥିଲା । ଆଉ ଏହି ପାର୍ଟିରେ ଯୋଗ ଦେଇ ଫେରିବା ପରେ କରୀନା ଅସୁସ୍ଥ ହୋଇଥିଲେ । ବମ୍ବେ ମୁନସିପାଲ କର୍ପୋରେସନ୍ କରୀନା ଓ ଅମ୍ରିତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ଲୋକଙ୍କ ଆରଟି-ପିସିଆର ଟେଷ୍ଟ ପାଇଁ ଆଦେଶ ଦେଇଛି । କରୀନା - ଅମ୍ରିତା ଦୁହେଁ ଭଲ ବନ୍ଧୁ । ପ୍ରାୟ ସମୟରେ କରୀନା, କରିଶ୍ମା, ଅମ୍ରିତା ଓ ମଲାଇକା ପାର୍ଟି କରିବାର ଆସିଥାନ୍ତି ନଜର ।


 

Related News
satta king tw