Top Stories

Search here...

News

 ‘ଗାର୍ଡ ଅଫ୍ ଅନର’ ସହ କାଲି କଟକ ସତୀ ଚଉରାରେ ହେବ ମିହିର ଦାସ ଶେଷକୃତ୍ୟ

Posted On - 1 week ago
Edited By Prabir Kumar
LAST UPDATED Jan 19, 2022 06:18 AM

ଆଜି ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ୬୩ ବର୍ଷ ବୟସରେ ମିହିର ଦାସଙ୍କର ଦେହାନ୍ତ ହୋଇଛି ।

 

BBSR Reporters


ଭୁବନେଶ୍ୱର: ଓଲିଉଡ ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କର ଆଜି ଦେହାନ୍ତ ହୋଇଛି । ଆସନ୍ତାକାଲି ମିହିର ଦାସଙ୍କ ଶେଷକୃତ୍ୟ ହେବ । ସରକାରଙ୍କ ତରଫରୁ ତାଙ୍କୁ ‘ଗାର୍ଡ ଅଫ୍ ଅନର ଦିଆଯିବ ବୋଲି  କହିଛନ୍ତି ଅଭିନେତା କୁନା ତ୍ରିପାଠୀ ।

 

କୁନା ତ୍ରିପାଠୀ କହିଛନ୍ତି, ମିହିର ଦାସଙ୍କ ବିୟୋଗ ଓଡ଼ିଆ ସିନେ ଜଗତ ପାଇଁ ବଡ଼ କ୍ଷତି । ଆସନ୍ତାକାଲି ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯିବ । ଏ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ତାଙ୍କର ଶେଷ ଦର୍ଶନ କରାଯିବା ପରେ ଆସନ୍ତାକାଲି ସକାଳେ ମିହିର ଦାସଙ୍କ ଅନ୍ତିମ ସଂସ୍କାର କରାଯିବ । କଟକ ସତୀ ଚଉରାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବା ନେଇ ସ୍ଥୀରିକୃତ ହୋଇଛି । ଯେହେତୁ ସତୀ ଚଉରା ମିହିର ଦାସଙ୍କ ଘର ନିକଟରେ, ତେଣୁ ଏହି ଠାରେ ହିଁ ତାଙ୍କର ଶେଷକୃତ୍ୟ ହେବ ବୋଲି କୁନା ତ୍ରିପାଠୀ କହିଛନ୍ତି ।


ଆଜି ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ୬୩ ବର୍ଷ ବୟସରେ ମିହିର ଦାସଙ୍କର ଦେହାନ୍ତ ହୋଇଛି । ୨୦୨୧ ଡିସେମ୍ବର ମାସ ୮ ତାରିଖରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ତାଙ୍କର ମଲ୍ଟି ଅର୍ଗାନ କାମ କରିବା ବନ୍ଦ କରିଦେଇଥିଲା । ଏହାଛଡ଼ା ତାଙ୍କର କିଡନୀ ମଧ୍ୟ ସମ୍ପୂର୍ଣ୍ଣ ଅକାମୀ ହୋଇ ପଡ଼ିଥିଲା । ଯେଉଁ କାରଣରୁ ତାଙ୍କର ଡାଇଲିସିସ୍ ଚାଲିଥିଲା । ତାଙ୍କ ପରଲୋକରେ ଓଡ଼ିଆ ସିନେ ଜଗତରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ପାଖରେ ପୁଅ ଅମ୍ଳାନ ଉପସ୍ଥିତ ଥିଲେ ।

Related News
satta king tw