Top Stories

Search here...

News

ବଦଳିବ ବିବାଦରେ ଥିବା ସନ୍ନି ଲିଓନିଙ୍କ ‘ମଧୁବନ’ ଗୀତ

Posted On - 3 weeks ago
Edited By Team BbsrReporters
LAST UPDATED Jan 19, 2022 06:12 AM

ସନ୍ନି ଲିଓନିଙ୍କ ‘ମଧୁବନ ମେ ରାଧିକା ନାଚେ’ ଗୀତ ଗତ ୨୨ ତାରିଖରେ ରିଲିଜ୍ ହୋଇଥିଲା । ଗୀତ ରିଲିଜ୍ ହେବା ପରଠାରୁ ବିବାଦରେ ରହିଥିଲା । 

 

BBSR Reporters

 

ଭୋପାଳ: ବଦଳିବ ବିବାଦରେ ଥିବା ଅଭିନେତ୍ରୀ ସନ୍ନି ଲିଓନିଙ୍କ ‘ମଧୁବନ’ ଗୀତ । ଲିରିକ୍ସ ପରିବର୍ତନ କରାଯିବ ବୋଲି କହିଛି ମୁ୍ୟଜିକ୍ ଲେବଲ ସାରେଗାମାପା । ଏକ ବିବୃତି ଜାରି କରି ଗୀତକୁ ହଟାଇ ଦିଆଯିବ ବୋଲି ସାରେଗାମାପା ପକ୍ଷରୁ କୁହାଯାଇଛି । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତମ ମିଶ୍ର ତିନି ଦିନ ଭିତରେ ସୋସିଆଲ ମିଡିଆରୁ ଗୀତକୁ ହଟାଇବାକୁ କହିଥିଲେ । ନହେଲେ ସନ୍ନି ଲିଓନି ଓ ଶାକିବ ତୋଶୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଥିଲେ ।

 

ଏହା ପରେ ସାରେଗାମାପା ପକ୍ଷରୁ ଏପରି ନିଷ୍ପତି ନିଆଯାଇଛି । ସନ୍ନି ଲିଓନିଙ୍କ ‘ମଧୁବନ ମେ ରାଧିକା ନାଚେ’ ଗୀତ ଗତ ୨୨ ତାରିଖରେ ରିଲିଜ୍ ହୋଇଥିଲା । ଏହି ଗୀତକୁ ଗାଇଛନ୍ତି କନିକା କପୁର ଓ ଅରିନ୍ଦମ ଚକ୍ରବର୍ତୀ । ଗୀତ ରିଲିଜ୍ ହେବା ପରଠାରୁ ବିବାଦରେ ରହିଥିଲା । ରାଧାଙ୍କ ନାଁରେ ଏଭଳି ନୃତ୍ୟକୁ ଲୋକେ ବିରୋଧ କରିଛନ୍ତି।


 

Related News
satta king tw