Top Stories

Search here...

News

୫୬ ରେ ପାଦ ଦେଲେ ସଲମାନ୍ ଖାନ୍; ଟୁଇଟର ଠୁ ଇନଷ୍ଟାଗ୍ରମ୍, ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ 

Posted On - 3 weeks ago
Edited By Team BbsrReporters
LAST UPDATED Jan 19, 2022 02:05 AM

୧୯୮୮ ମସିହା ଫିଲ୍ମ ‘ବିବି ହୋ ତୋ ଏସି’ ଜରିଆରେ ବଲିଉଡରେ ଡେବୁ୍ୟ କରିଥିଲେ ସଲମାନ ।

 

BBSR Reporters

 

ଭୁବନେଶ୍ୱର: ୫୬ ବର୍ଷରେ ପାଦ ଦେଲେ ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍ । ୧୯୬୫ ମସିହା ଆଜିର ଦିନରେ ମଧ୍ୟପ୍ରଦେଶର ଇନେ୍ଦାର ସହରରେ ଜନ୍ମହୋଇଥିଲେ ସଲମାନ୍ । ବଲିଉଡରେ ସେ ଦବଙ୍ଗ, ସୁଲତାନ୍, ଭାଇଜାନ୍ ଭଳି ବିଭିନ୍ନ ନାଁରେ ବେଶ୍ ଲୋକପ୍ରିୟତା ସାଉଁଟିଛନ୍ତି । ୧୯୮୮ ମସିହା ଫିଲ୍ମ ‘ବିବି ହୋ ତୋ ଏସି’ ଜରିଆରେ ବଲିଉଡରେ ଡେବୁ୍ୟ କରିଥିଲେ ସଲମାନ । ପରେ ସେ ଏକାଧିକ ଫିଲ୍ମରେ ଦମଦାର ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ।

 

ଆକ୍ସନ ହେଉ ଅବା ରୋମାନ୍ସ ସବୁଠିରେ ନିଜର ଧୁଆଁଧାର ଅଭିନୟ ପ୍ରଦର୍ଶନ କରିଛନ୍ତି ଭାଇଜାନ୍ ।  ନିଜ ଅଭିନୟ ଜୀବନକାଳ ମଧ୍ୟରେ ସେ ବଲିଉଡକୁ ଭେଟିଦେଇଛନ୍ତି ଅନେକ ଗୁଡିଏ ସୁପରହିଟ୍ ଫିଲ୍ମ । ତାଙ୍କ ଅଭିନିତ ଫିଲ୍ମ ମଧ୍ୟରୁ ‘ମେନେ ପ୍ୟାର କିୟା, ‘ହମ୍ ଆପକେ ହେ କୌନ’,  ‘ହମ୍ ସାଥ ସାଥ୍ ହେ’  ‘ପ୍ୟାର କିୟା ତୋ ଡରନା କ୍ୟା’  ‘ହମ୍ ଦିଲ୍ ଦେ ଚୁକେ ସନମ, ଦବଙ୍ଗ, ୱେଂଟେଡ, ସୁଲତାନ୍, ବଜରଙ୍ଗୀ-ଭାଇଜାନ୍ ଭଳି ଏକାଧିକ ଫିଲ୍ମ ବଲିଉଡରେ ହୋଇଛି ସୁପରହିଟ୍  ।

 

ନିକଟରେ ସଲମାନଙ୍କ ଅଭିନିତ ଫିଲ୍ମ ‘ଅନ୍ତିମ- ଦି ଫାଇନାଲ ଟ୍ରୁଥ୍’ ବକ୍ସ ଅଫିସରେ ଧମାଲ ମଚାଉଛି । ଅଭିନେତା ସାଙ୍ଗକୁୁ ଜଣେ ଦକ୍ଷ ଫିଲ୍ମ ପ୍ରଯୋଜକ ଭାବେ ବି ସେ ବେଶ୍ ଜଣାଶୁଣା । ଏବେ ୫୬ ବର୍ଷ ବୟସରରେ ଅବିବାହିତ ଥାଇ ଚର୍ଚ୍ଚାରେ ରହିଛନ୍ତି ସଲମାନ୍ । ଆଜି ଜନ୍ମଦିନରେ ଭାଇଜାନ୍ଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କ ପନୱେଲ୍ ସ୍ଥିତ ଫାର୍ମ ହାଉସରେ ଜମିଛି ପ୍ରଂଶସକଙ୍କ ଭିଡ । ଟୁଇଟର ଠୁ ଆରମ୍ଭ କରି ଇନଷ୍ଟାଗ୍ରମ୍ ଯାଏଁ, ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

Related News
satta king tw