Top Stories

Search here...

News

ବିଶିଷ୍ଟ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କୁ କରୋନା

Posted On - 1 week ago
Edited By Team BbsrReporters
LAST UPDATED Jan 19, 2022 01:25 AM

ଏବେ ତାଙ୍କୁ ମୁମ୍ବାଇସ୍ଥିତ ବ୍ରିଚ କାଣ୍ଡି ହସ୍ପିଟାଲରେ ଭର୍ତି କରାଯାଇଛି ।

 

BBSR Reporters

 

ନୂଆଦିଲ୍ଲୀ: ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ରହିଛି । ଏବେ ତାଙ୍କୁ ମୁମ୍ବାଇସ୍ଥିତ ବ୍ରିଚ କାଣ୍ଡି ହସ୍ପିଟାଲରେ ଭର୍ତି କରାଯାଇଛି । ତାଙ୍କର ବୟସ ଅଧିକ ହୋଇଥିବାରୁ ଆଇସିୟୁରେ ଭର୍ତି କରାଯାଇଥିବା ସୂଚନା ରହିଛି । ହଜାର ହଜାର ଗୀତ ଗାଇ ସାରା ଦୁନିଆରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ।

 

ତାଙ୍କୁ ଭାରତ ସରକାରଙ୍କ ପାଖରୁ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଛି । ହିନ୍ଦୀ ସମେତ ବହୁଭାଷୀ ଚଳଚିତ୍ରରେ କଣ୍ଠଦାନ କରିଛନ୍ତି ଏହି ୯୨ ବର୍ଷୀୟ ସ୍ୱର ସାମ୍ରାଜ୍ଞୀ ।

Related News
satta king tw