Top Stories

Search here...

News

ପ୍ରତିବର୍ଷ ଲତା ଦିଦିଙ୍କ ନାଁରେ ଦିଆଯିବ ପୁରସ୍କାର

Posted On - 7 minutes ago
Edited By Team BbsrReporters
LAST UPDATED Feb 07, 2022 12:02 PM

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଲତା ଦିଦିଙ୍କୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ନାଁରେ ପୁରସ୍କାର ପ୍ରଦାନ କରାଯିବ ଘୋଷଣା କରିଛନ୍ତି l

 

BBSR Reporters

 

ଇନ୍ଦୋର: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଲତା ଦିଦିଙ୍କୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ନାଁରେ ପୁରସ୍କାର ପ୍ରଦାନ କରାଯିବ ଘୋଷଣା କରିଛନ୍ତି l ସେହିପରି ଇନ୍ଦୋରରେ ତାଙ୍କ ନାଁରେ ମ୍ୟୁଜିୟମ, ମ୍ୟୁଜିକ ବିଶ୍ୱବିଦ୍ୟାଳୟ, ଏକାଡେମି ଓ ତାଙ୍କର ଗୋଟିଏ ଷ୍ଟାଚ୍ୟୁ ପ୍ରତିଷ୍ଠା ହେବ। ମଧ୍ୟପ୍ରଦେଶ ସରକାର ଏସବୁ ଲତା ଦିଦିଙ୍କ ପାଇଁ କରିବେ ବୋଲି ଆଜି ସେ କହିଛନ୍ତି।

 

ରବିବାର ଲତା ଦିଦି ୯୨ ବର୍ଷ ବୟସରେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ସନ୍ଧ୍ୟାରେ ମୁମ୍ବାଇର ଶିବାଜୀ ପାର୍କରେ ତାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଭୋପାଲରେ ତାଙ୍କର ସ୍ମୃତି ଚାରଣ କରିଛନ୍ତି। ସେ ଲତାଙ୍କ ଉଦ୍ଦେଶ୍ୟରେ ଗୋଟିଏ ବୃକ୍ଷ ରୋପଣ କରିଛନ୍ତି। ବୃକ୍ଷ ରୋପଣ ହେଉଥିବା ପଡ଼ିଆରେ ସେ ଲତାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ଶୋକ ମଧ୍ୟ ପ୍ରକାଶ କରିଥିଲେ।

 

ଏହାପରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଲତାଜୀ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ। ତେଣୁ ଏହି ସ୍ଥାନ ସହ ତାଙ୍କର ଅନେକ ସ୍ମୃତି ରହିଛି। ତାଙ୍କ ସ୍ମୃତିରେ ଆମେ ଇନ୍ଦୋର ଠାରେ ଗୋଟିଏ ମ୍ୟୁଜିକ ଏକାଡେମୀ, ଗୋଟିଏ ସଂଗୀତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବୁ। ସେହିପରି ପରବର୍ତ୍ତୀ ପିଢ଼ିଙ୍କୁ ତାଙ୍କ ଅବଦାନ ସମ୍ପର୍କରେ ଜଣାଇବା ପାଇଁ ଇନ୍ଦୋରରେ ଗୋଟିଏ ମ୍ୟୁଜିୟମ ପ୍ରତିଷ୍ଠା କରାଯିବ। ଏଥିସହ ଲତା ଦିଦିଙ୍କ ଗୋଟିଏ ଷ୍ଟାଚ୍ୟୁ ନିର୍ମାଣ ହେବ। ରାଜ୍ୟରେ ପ୍ରତିବର୍ଷ ଲତା ଦିଦିଙ୍କ ଜନ୍ମ ବାର୍ଷିକୀରେ ସଂଗୀତ ଜଗତରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଲୋକଙ୍କୁ ସମ୍ମାନୀତ କରାଯିବ। ଲତା ଦିଦିଙ୍କ ନାଁରେ ଏହି ପୁରସ୍କାର ଦିଆଯିବ।”

 

Related News
satta king tw