Top Stories

Search here...

News

ସଲମାନ-କ୍ୟାଟ୍ରିନା ଆହତ, ସୋଶାଲ ମିଡିଆରେ ଫଟୋ ଭାଇରାଲ

Posted On - 3 months ago
Edited By Team BbsrReporters
LAST UPDATED Jun 30, 2022 12:44 PM

ବହୁ ପ୍ରତିକ୍ଷିତ ସିକ୍ୱେଲ ଫିଲ୍ମ ‘ଟାଇଗର-୩’ର ଶୁଟିଂ ବିଦେଶରେ ସରିବା ପରେ ଏବେ ଦିଲ୍ଲୀରେ ଜାରି ରହିଛି ଏହି ଫିଲ୍ମର ଶୁଟିଂ। ଫିଲ୍ମର ଲାଷ୍ଟ ପାର୍ଟର ଶୁଟିଂ ଚାଲିଛି। ସାମ୍ନାକୁ ଆସିଥିବା ଫଟୋରେ ସଲମାନ-କ୍ୟାଟ୍ରିନା, ଦୁହେଁ ଆକ୍ସନ ଅବତାରରେ ନଜର ଆସିଛନ୍ତି।

 

BBSR Reporters

 

 

ମୁମ୍ବାଇ:  ଅପ୍‌କମିଂ ଫିଲ୍ମ ‘ଟାଇଗର-୩’ର ଶୁଟଂରେ ବ୍ୟସ୍ତ ସଲମାନ-କ୍ୟାଟ୍ରିନା। ଦିଲ୍ଲୀରେ ଏହି ଫିଲ୍ମର ଶୁଟିଂ ଚାଲିଛି। ତେବେ ଫିଲ୍ମର ଶୁଟିଂ ସେଟ୍‌ରୁ କିଛି ଫଟୋ  ସାମ୍ନାକୁ ଆସିଛି। ଏହି ଫଟୋରେ ସଲମାନ ଓ କ୍ୟାଟ୍ରିନା ଆହତ ହୋଇଥିବା ଦେଖିବାକୁ ମିଳିଛି। ତେବେ ପ୍ରକୃତରେ ତାଙ୍କୁ କୌଣସି ଆଘାତ ଲାଗି ନାହିଁ। ଫିଲ୍ମର ଏକ ଆକ୍ସନ ସିନ୍‌ ଶୁଟିଂ ବେଳେ ଦୁହିଁଙ୍କୁ ଏଭଳି ମେକ୍‌ଅପ୍‌ ଦିଆଯାଇଥିବା ଜଣାପଡିଛି। ସଲମାନ-କ୍ୟାଟ୍ରିନାଙ୍କ ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

ବହୁ ପ୍ରତିକ୍ଷିତ ସିକ୍ୱେଲ ଫିଲ୍ମ ‘ଟାଇଗର-୩’ର ଶୁଟିଂ ବିଦେଶରେ ସରିବା ପରେ ଏବେ ଦିଲ୍ଲୀରେ ଜାରି ରହିଛି ଏହି ଫିଲ୍ମର ଶୁଟିଂ। ଫିଲ୍ମର ଲାଷ୍ଟ ପାର୍ଟର ଶୁଟିଂ ଚାଲିଛି। ସାମ୍ନାକୁ ଆସିଥିବା ଫଟୋରେ ସଲମାନ-କ୍ୟାଟ୍ରିନା, ଦୁହେଁ ଆକ୍ସନ ଅବତାରରେ ନଜର ଆସିଛନ୍ତି।

ନିର୍ଦ୍ଦେଶକ ମନୀଷ ଶର୍ମାଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ‘ଏକ୍‌ ଥା ଟାଇଗର’ ଫ୍ରାଞ୍ଚାଇଜର ତୃତୀୟ ପାର୍ଟ। ଫିଲ୍ମରେ ସଲମାନ ଅବିନାଶ ସିଂହ ରାଠୋର ଓରଫ ଟାଇଗର ଭୂମିକାରେ ପୁଣିଥରେ ନଜର ଆସିବେ। ସେପଟେ କ୍ୟାଟ୍ରିନାଙ୍କୁ ମଧ୍ୟ ପୁଣି ଥରେ ଜୋୟା ଚରିତ୍ରରେ ଦେଖିବାକୁ ମିଳିଛି। ୟଶ୍‌ ରାଜ ଫିଲ୍ମ ବ୍ୟାନର ତଳେ ତିଆରି ଏହି ଫିଲ୍ମ ଚଳିତ ବର୍ଷ ପରଦାକୁ ଆସିବ।

Related News
satta king tw