Top Stories

Search here...

News

ଥାନାରେ ବର୍ଷାଙ୍କ ଏତଲା ପରେ ଡିସିପି କହିଲେ ଅଭିଯୋଗର ତର୍ଜମା କରାଯାଉଛି

Posted On - 1 month ago
Edited By Jyotirmayee Patanaik
LAST UPDATED Jun 30, 2022 12:44 PM

ପୂର୍ବରୁ ସେଭଳି ଅଭିଯୋଗ ହୋଇଛି କି ନାହିଁ ତାର ମଧ୍ୟ ଅନୁଧ୍ୟାନ କରାଯିବ । ଲିଖିତ ଅଭିଯୋଗରେ ବାସ୍ତବରେ କଣ ଦୋଷ ରହିଛି ତାହା ସାମ୍ନାକୁ ଆସିଲେ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

 

BBSR Reporters


କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ପୁରୀଘାଟ ଥାନାରେ ବର୍ଷା ପି୍ରୟଦର୍ଶିନୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର । କହିଛନ୍ତି, ଏତଲାରେ ଥିବା ଅଭିଯୋଗର ତର୍ଜମା କରାଯାଉଛି । ପୂର୍ବରୁ ସେଭଳି ଅଭିଯୋଗ ହୋଇଛି କି ନାହିଁ ତାର ମଧ୍ୟ ଅନୁଧ୍ୟାନ କରାଯିବ । ଲିଖିତ ଅଭିଯୋଗରେ ବାସ୍ତବରେ କଣ ଦୋଷ ରହିଛି ତାହା ସାମ୍ନାକୁ ଆସିଲେ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

 

ପୂର୍ବରୁ ମଧ୍ୟ ବର୍ଷା କରିଥିବା ଅଭିଯୋଗ ଗୁଡିକୁ ଗୁରୁତର ସହ ନେଇ ତଦନ୍ତ କରାଯାଉଥିବା କହିଛନ୍ତି ଭୁବନେଶ୍ୱର ଡିସିପି । ଗତକାଲି ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ ବର୍ଷା । ଏତଲାରେ ବର୍ଷା ଅଭିଯୋଗ କରି ଲେଖିଥିଲେ, ଅନୁଭବ ମନଗଢ଼ା ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯେଉଁଥିରେ ତାଙ୍କୁ ଆକ୍ଷେପ କରି ଅନେକ କିଛି କହିଛନ୍ତି । ତାଙ୍କ ନାରୀତ୍ୱକୁ ଅପମାନ କରିଛନ୍ତି । ମିଡିଆ ମାଧ୍ୟମରେ ଚରିତ୍ର ସଂହାର କରି ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଛନ୍ତି ।

 

ସେପଟେ ମାମଲାରେ ଅନୁଭବଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ । ଅନୁଭବ ରିଲ ଲାଇଫ୍ରେ ସୁନ୍ଦର ଅଭିନୟ କରନ୍ତି, ହେଲେ ସେ ରିୟଲ ଲାଇଫ୍ରେ ସଂପୂର୍ଣ୍ଣ ଭିନ୍ନ । ପ୍ରଥମେ ସେ ମହିଳାଙ୍କୁ ସମ୍ମାନ ଦେଇ ଶିଖନ୍ତୁ ବୋଲି କହିଛନ୍ତି କୁସୁମ ଟେଟେ । ଏହା ସହ କୁସୁମ ଟେଟେ କହିଛନ୍ତି, ବିଜେଡି କେବଳ ବାହାରେ ମା’ଙ୍କୁ ସମ୍ମାନର କଥା କହିଥାଏ । ମାତ୍ର ନିଜ ଘରେ ଘଟୁଥିବା ଏପରି ଘଟଣା ପ୍ରମାଣ କରୁଛି ମା’ଙ୍କୁ କିପରି ସମ୍ମାନ ଦିଆଯାଉଛି । ପ୍ରଥମେ ଘରେ ମା’କୁ ସମ୍ମାନ ଦେଇ ଶିଖନ୍ତୁ ଆଉ ସମାଧାନ କରନ୍ତୁ ପରେ ବାହାର ଲୋକଙ୍କୁ କହିବେ ବୋଲି କୁସୁମ ଟେଟେ କହିଛନ୍ତି ।

Related News
satta king tw