Top Stories

Search here...

News

ଆଉ ତିନି ଦିନିଆ ରିମାଣ୍ଡରେ ଗଲେ ଶର୍ମିଷ୍ଠା ଓ ଝୁନା; ଚିପ୍ ରହସ୍ୟ ଖୋଲିବା ଉପରେ କ୍ରାଇମବ୍ରାଂଚର ଗୁରୁତ୍ୱ

Posted On - 2 months ago
Edited By Prabir Kumar
LAST UPDATED Jun 30, 2022 02:19 PM

କଣ ପାଇଁ ମାନସକୁ ହତ୍ୟା କରିଥିଲେ ସେମ୍ପର୍କରେ ଅଧିକ ଖୋଳତାଡ କରିବ ପୋଲିସ । ବିଶେଷ କରି ଯେଉଁ ମେମୋରି ଚିପ୍ କଥା ସାମ୍ନାକୁ ଆସୁଛି ସେହି ଚିପରେ କଣ ଅଛି ପୋଲିସ ତାହା ଜାଣିବାକୁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେଇଥିବା କୁହାଯାଉଛି ।

 

BBSR Reporters

 

ଭୁବନେଶ୍ୱର : କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଏବଂ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ଆଉ ତିନି ଦିନ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଏଥିପାଇଁ ଆଜି ଅନୁମତି ଦେଇଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଜେଏମ୍ଏଫ୍ସି କୋର୍ଟ । କଣ ପାଇଁ ମାନସକୁ ହତ୍ୟା କରିଥିଲେ ସେମ୍ପର୍କରେ ଅଧିକ ଖୋଳତାଡ କରିବ ପୋଲିସ । ବିଶେଷ କରି ଯେଉଁ ମେମୋରି ଚିପ୍ କଥା ସାମ୍ନାକୁ ଆସୁଛି ସେହି ଚିପରେ କଣ ଅଛି ପୋଲିସ ତାହା ଜାଣିବାକୁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେଇଥିବା କୁହାଯାଉଛି । 


ତେବେ ଉକ୍ତ ଚିପ୍ରେ ୬୦ଟି ଭିଡିଓ ଥିବା ନେଇ ସୂଚନା ମିଳିଥିବା ବେଳେ ଏହା କେଉଁ ଭିଡିଓ ଥିବା ତାହା ଉପରେ ପୋଲିସ ଖୋଳତାଡ କରିବ । ମାର୍ଚ୍ଚ ୨୮ ତାରିଖରେ ଶର୍ମିଷ୍ଠା ଓ ଝୁନାଙ୍କୁ ଗିରଫ କରିବା ପରେ ୨୯ ତାରିଖରୁ କ୍ରାଇମବ୍ରାଞ୍ଚ ସେମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲେ । ସେମାନଙ୍କ ସହିତ ଘଟଣାର ଅନ୍ୟତମ ଅଭିଯୁକ୍ତ ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ମଧ୍ୟ କ୍ରାଇମ୍ବ୍ରାଞ୍ଚ ୫ ଦିନିଆ ରିମାଣ୍ଡରେ ନେଇଥିଲା । ଏହି ରିମାଣ୍ଡ ଅବଧି ଗତକାଲି ଶେଷ ହେବା ପରେ ଆଜି ଅପରାହ୍ଣରେ ଏହି ୪ ଜଣଙ୍କୁ ଚାନ୍ଦବାଲି ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଥିଲା ।

 

 କ୍ରାଇମବ୍ରାଞ୍ଚ ପକ୍ଷରୁ ସେମାନଙ୍କୁ ପୁଣି ଥରେ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲା । ତେବେ କୋର୍ଟ କେବଳ ଶର୍ମିଷ୍ଠା ଓ ଝୁନାଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଥିଲେ । ଆସନ୍ତାକାଲି (ସୋମବାର) ଠାରୁ ସେମାନଙ୍କ ରିମାଣ୍ଡ ଅବଧି ଆରମ୍ଭ ହେବ । ୭ ତାରିଖ ଅପରାହ୍ଣ ଗୋଟାଏ ବେଳେ ସେମାନଙ୍କୁ ହାଜର କରାଇବା ପାଇଁ କୋର୍ଟ କ୍ରାଇମବ୍ରାଞ୍ଚକୁ ନିଦେ୍ର୍ଧଶ ଦେଇଛନ୍ତି । ଅନ୍ୟପକ୍ଷରେ କୋର୍ଟଙ୍କ ଆଦେଶ ପରେ ଅନ୍ୟ ଦୁଇ ଅଭିଯୁକ୍ତ ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ୫ ଦିନ ରିମାଣ୍ଡ ଭିତରେ ଅଭିଯୁକ୍ତମାନେ ସେମାନଙ୍କ ଦୋଷ ସ୍ୱୀକାର କରିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । 

 

ପ୍ରଥମ ରିମାଣ୍ଡ ସମୟରେ ଶର୍ମିଷ୍ଠାଙ୍କୁ ଅପହରଣ ସ୍ଥଳ ଠାରୁ ଆରମ୍ଭ କରି ହତ୍ୟାସ୍ଥଳ ଓ ମୃତଦେହ ପୋତା ଯାଇଥିବା ସ୍ଥାନକୁ ନିଆଯାଇ ସିନ୍ ରିକ୍ରିଏଟ୍ କରାଯାଇଥିଲା । ରିମାଣ୍ଡର ଶେଷ ଦିନରେ ଉଭୟ ଶର୍ମିଷ୍ଠା ଓ ନିରଞ୍ଜନ ସେଠୀଙ୍କୁ ସଂପୂର୍ଣ୍ଣ ୱେବ୍ ପୋର୍ଟାଲର ଅଫିସ୍କୁ ନେଇ ସିନ୍ ରିକ୍ରିଏଟ୍ କରାଯାଇଥିଲା । ଫେବ୍ରୁଆରୀ ୭ ତାରିଖ ସକାଳେ ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରାଯାଇଥିବା ବେଳେ ସନ୍ଧ୍ୟାରେ ତାଙ୍କୁ ଭୁବନେଶ୍ୱରର ଦୟାଲ ଆଶ୍ରମରୁ ସଂପୂର୍ଣ୍ଣ ଅଫିସ୍କୁ ଅଣାଯାଇଥିଲା । ସେଠାକୁ ନିରଞ୍ଜନ ସେଠୀ ମଧ୍ୟ ଆସିଥିଲେ । ନିରଞ୍ଜନ ସେଠାରେ ମାନସକୁ ପିଟି ଥିବା କ୍ରାଇମବ୍ରାଞ୍ଚ ଜେରା ବେଳେ କହିଥିଲେ ।

 

ଫେବ୍ରୁଆରୀ ୮ ତାରିଖରେ ଶର୍ମିଷ୍ଠା ଓ ଝୁନାଙ୍କୁ ଫେରାର ହେବା ପାଇଁ ୧୦ ହଜାର ଟଙ୍କା ସହିତ ଏକ ଗାଡ଼ିର ବ୍ୟବସ୍ଥା କରିଥିଲେ ନିରଞ୍ଜନ । ସେହିପରି ରିମାଣ୍ଡର ତୃତୀୟ ଦିନରେ ଅନ୍ୟତମ ଅଭିଯୁକ୍ତ ରଞ୍ଜନ ନାୟକଙ୍କୁ ଧରି କ୍ରାଇମବ୍ରାଞ୍ଚ ଚଣ୍ଡିଖୋଲ-ଡୁବୁରୀ ଏକ୍ସପ୍ରେସ ହାଇୱେ ଠାରୁ ୨ କିମି ଦୂର ଶଙ୍ଖାରିଗୁଡ଼ାକୁ ନେଇଥିଲା । ମାନସଙ୍କ ମୃତଦେହ ପୋତିବାକୁ ମାଟି ଖୋଳିବାକୁ ବ୍ୟବହାର କରାଯାଇଥିବା ଫାଉଡ଼ା ଓ ଗଇଁତି ଆଦିକୁ ସେଠାରୁ ଏକ ବୁଦାମୂଳରୁ ଜବତ କରାଯାଇଥିଲା । ତା’ସହିତ ସେଠାରୁ ଏକ ଅଖା, ଅଧାପୋଡ଼ା ଶାଢ଼ି, ମାନସର ଇୟର ଫୋନ୍ ଓ ଚପଲକୁ କ୍ରାଇମବ୍ରାଞ୍ଚ ଜବତ କରିଥିଲା ।
 

Related News
satta king tw