Top Stories

Search here...

News

ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ ବୟାନ

Posted On - 3 months ago
Edited By Prabir Kumar
LAST UPDATED Jun 30, 2022 12:44 PM

କିଛି ଦିନ ତଳେ ଫିଲ୍ମର ନିର୍ମାତା ଓ ଏହାର କଳାକାର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ବହୁପ୍ରତୀକ୍ଷିତ ‘ଦି କଶ୍ମୀର ଫାଇଲ୍ସ’  କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରର କଥା ବଖାଣିଛି ।

 

BBSR Reporters

 

ଚର୍ଚ୍ଚାରେ ବଲିଉଡ୍ ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’ । ଫିଲ୍ମକୁ ସବୁଠି ସକାରାତ୍ମକ ପ୍ରତିକ୍ରିୟା ମିଳୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଫିଲ୍ମକୁ ପ୍ରଶଂସା କରିବାକୁ ପଛାଇ ନାହାନ୍ତି । ବିଜେପି ସଂସଦୀୟ ବୈଠକରେ ମୋଦି କଶ୍ମୀର ଫାଇଲ୍ସ ଫିଲ୍ମକୁ ନେଇ ଚର୍ଚ୍ଚା କରିଛନ୍ତି । ଫିଲ୍ମକୁ ପ୍ରଶଂସା କରି ମୋଦି କହିଛନ୍ତି, କଶ୍ମୀରର ସତ୍ୟତା ସାମ୍ନାକୁ ଆଣିଛି ଏହି ସିନେମା । ଏଭଳି ଫିଲ୍ମ ନିର୍ମାଣ କରାଯିବା ଦରକାର ଏବଂ ସମସ୍ତେ ଏହାକୁ ଦେଖନ୍ତୁ ବୋଲି କହିଛନ୍ତି ମୋଦୀ ।

 

କିଛି ଦିନ ତଳେ ଫିଲ୍ମର ନିର୍ମାତା ଓ ଏହାର କଳାକାର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ମାର୍ଚ୍ଚ ୧୧ ତାରିଖରେ ରିଲିଜ୍ ହୋଇଥିଲା । ବହୁପ୍ରତୀକ୍ଷିତ ‘ଦି କଶ୍ମୀର ଫାଇଲ୍ସ’ । କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରର କଥା ବଖାଣିଛି ଏହି ଫିଲ୍ମ । ଫିଲ୍ମରେ ମୁଖ୍ୟ ଭୂମିକାରେ ଭେଟେରାନ୍ ଅଭିନେତା ମିଥୁନ ଚକ୍ରବର୍ତୀ, ଅନୁପମ ଖେର୍, ପଲ୍ଲବୀ ଯୋଶୀ ଓ ଦର୍ଶନ କୁମାର ରହିଛନ୍ତି । ବିବେକ ଅଗ୍ନିହୋତ୍ରୀ ଫିଲ୍ମର ନିଦେ୍ର୍ଧଶନା ଦେଇଛନ୍ତି ।

Related News
satta king tw