Top Stories

Search here...

News

ଓଡ଼ିଲଡକୁ ଗ୍ରାସିଛି ଅକାଳ; ରାଇମୋହନ ପରିଡାଙ୍କ ମୃତୁ୍ୟ ପରେ ଦେଖାଦେଇଛି ଖଳନାୟକ  ସଙ୍କଟ

Posted On - 1 minute ago
Edited By Team BbsrReporters
LAST UPDATED Jun 26, 2022 08:18 PM

ଦୁଃଖୀରାମ ସ୍ୱାଇଁ, ବିଜୟ ମହାନ୍ତିଙ୍କ ପରେ ମୀନକେତନ, ହର ପଟ୍ଟନାୟକ ଓ ରାଇମୋହନଙ୍କ ପରଲୋକ ଓଡ଼ିଆ ଫିଲ୍ମ ଜଗତ ପାଇଁ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାହା ପୂରଣ ହେବାକୁ ନେଇ ଆଶଙ୍କା ପ୍ରକାଶ ପାଇଛି ।

 

BBSR Reporters


ଭୁବନେଶ୍ୱର: ଓଡ଼ିଲଡକୁ ଗ୍ରାସିଛି ଅକାଳ । ରାଇମୋହନ ପରିଡାଙ୍କ ମୃତୁ୍ୟ ପରେ ଓଡ଼ିଉଡ ଜଗତରେ ଦେଖାଦେଇଛି ଖଳନାୟକ  ସଙ୍କଟ । ଗତ କିଛି ବର୍ଷ ମଧ୍ୟରେ ଅନେକ ନାମୀଦାଦୀ ଖଳନାୟକ ଓଲିଉଡକୁ ଛାଡି ଅକାଳରେ ଇହଧାମ ଛାଡି ଚାଲିଯାଇଛନ୍ତି । ଯାହା ଚଳଚିତ୍ର ଜଗତପାଇଁ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି । ଦୁଃଖୀରାମ ସ୍ୱାଇଁ, ବିଜୟ ମହାନ୍ତିଙ୍କ ପରେ ମୀନକେତନ, ହର ପଟ୍ଟନାୟକ ଓ ରାଇମୋହନଙ୍କ ପରଲୋକ ଓଡ଼ିଆ ଫିଲ୍ମ ଜଗତ ପାଇଁ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାହା ପୂରଣ ହେବାକୁ ନେଇ ଆଶଙ୍କା ପ୍ରକାଶ ପାଇଛି ।

 

ଏପେଟ ରାଇମୋହନଙ୍କ ମୃତୁ୍ୟକୁ ୩୬ ଘଂଟା ପୁରିଥିବା ବେଳେ ମୃତୁ୍ୟର କାରଣ ଏବେବି ସ୍ପଷ୍ଟ ହୋଇପାରିନାହିଁ । ପୋଲିସ ରାଇମୋହନଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଥିଲେ ମଧ୍ୟ ସେମାନଙ୍କ କଥାରୁ ପରିବାର ଭିତରେ  ସବୁକିଛି ଠିକ୍ ଥିବା ପୋଲିସ ଜାଣିବାକୁ ପାଇଛି । ଏପରି ସ୍ଥଳେ କାହିଁକି ଆତ୍ମହତ୍ୟା କଲେ ରାଇମୋହନ ତାକୁ ନେଇ ଅଧିକ ଉକôଣ୍ଠା ପ୍ରକାଶ ପାଇଛି ।

 

ଶନିବାର  ଭୁବନେଶ୍ୱର ପ୍ରାଚୀବିହାର ସ୍ଥିତ ରାଇମୋହନଙ୍କ ବାସଭବନରେ ପହଂଚି ତଦନ୍ତ କରିଛି ମଂଚେଶ୍ୱର ଥାନା ପୁଲିସ । ସବୁ ସମ୍ଭାବ୍ୟ ଦିଗକୁ ଆଖିରେ ରଖି ପୁଲିସ ତଦନ୍ତ ଚଲାଇଛି । ପରିବାର ସଦସ୍ୟଙ୍କୁ ପ୍ରାୟ ଦୁଇ ଘଂଟା ଧରି ତଦନ୍ତକାରୀ ଟିମ୍ ପଚରା ଉଚରା କରିଛି । ରାଇମୋହନଙ୍କ ଘରେ ତାଙ୍କ ସ୍ତ୍ରୀ, ଦୁଇ ଝିଅ, ଜ୍ୱାଇଁ ଓ ପୁତୁରାଙ୍କୁ ପଚରାଉଚରା କରିଛି ।

 

ରାଇମୋହନଙ୍କ ମୃତୁ୍ୟ ସମୟରେ ପରିବାର ଲୋକେ କିଏ କେଉଁଠି ଥିଲେ? ଆତ୍ମହତ୍ୟା କରିବା ପୂର୍ବରୁ କାହା ସହ ଶେଷ କଥା ହୋଇଥିଲେ କି? ସମସ୍ତେ ବଜାର ଯାଇଥିଲା ବେଳେ ରାଇମୋହନ କାହିଁକି ଘରେ ରହିଥିଲେ? କୌଣସି କଥାକୁ ନେଇ ରାଇମୋହନ ଚାପଗ୍ରସ୍ତ ଥିଲେ କି ? ପରିବାର ଲୋକଙ୍କୁ ମାନସିକ ଚାପ ବିଷୟରେ କେବେ କିଛି କହିଥିଲେ କି ? ଏଭଳି ଅନେକ ପ୍ରଶ୍ନ ଗୁଡେଇ ତୁଡେଇ ପରିବାର ଲୋକଙ୍କୁ ତଦନ୍ତକାରୀ ଦଳ ପଚାରିଥିବା ସୂଚନା ମିଳିଛି ।

 

ପରିବାର ଲୋକଙ୍କୁ ପ୍ରାୟ ଦୁଇ ଘଂଟା ଧରି ପଚରାଉଚରା କରିବା ପରେ ପ୍ରତିକ୍ରିୟା ରଖି ମଂଚେଶ୍ୱର ଥାନା ଅଧିକାରୀ ସୁଧିର ସାହୁ କହିଛନ୍ତି, ଆଜି ପରିବାର ଲୋକଙ୍କୁ ବିଭିନ୍ନ ଦିଗ ଉପରେ ପଚରାଉଚରା କରାଯାଇଛି । ଏବଂ ଆବଶ୍ୟକ ପଡିଲେ ସାହି ପଡିଶା ଲୋକଙ୍କୁ ପାଖରୁ ମଧ୍ୟ ଏନେଇ ଅଧିକ ତଥ ସଂଗ୍ରହ କରାଯିବ । ରାଇମୋହନଙ୍କ ଫୋନ ଜବତ ହୋଇଥିବାରୁ କଲ ଡିଟେଲସ୍ ରେକର୍ଡ ଉପରେ ଅଧିକ ଯାଂଚ କରାଯାଉଥିବା ସୂଚନା ଦେଇଛନ୍ତି ମଂଚେଶ୍ୱର ଥାନା ଅଧିକାରୀ । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏହା ତଦନ୍ତରେ ସହାୟକ ହେବ ଓ ଚିତ୍ର ଅଧିକ ସ୍ପଷ୍ଟ ହେବ ବୋଲି କୁହାଯାଉଛି  ।

Related News
satta king tw