Top Stories

Search here...

News

ଜ୍ୟାକଲିନଙ୍କ ୭ କୋଟି ୨୭ ଲକ୍ଷ ଟଙ୍କାର ସମ୍ପତି ଜବତ

Posted On - 1 month ago
Edited By Team BbsrReporters
LAST UPDATED Jun 30, 2022 12:44 PM

 

 
 ଅଭିନେତ୍ରୀ ଜ୍ୟାକ୍‌ଲିନ୍ ଫର୍ଣ୍ଣାଡିଜଙ୍କ ବିରୋଧରେ ଇଡିର ବଡ଼ ପଦକ୍ଷେପ ।
 
BBSR Reporters
 
ଜ୍ୟାକଲିନଙ୍କ ୭ କୋଟି ୨୭ ଲକ୍ଷ ଟଙ୍କାର ସମ୍ପତି ଜବତ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଏଥିରେ ତାଙ୍କ ୭ କୋଟି ୧୨ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍ ମଧ୍ୟ ସାମିଲ ଅଛି । ପ୍ରବର୍ତନ ନିର୍ଦ୍ଦେଶାଳୟର ସୂଚନା ଅନୁଯାୟୀ କନମ୍ୟାନ୍ ସୁକେଶ ଚନ୍ଦ୍ରଶେଖର ଜୋର ଜବରଦସ୍ତ ଟଙ୍କା ଆଦାୟ କରି ଜ୍ୟାକଲିନଙ୍କୁ ୫କୋଟି ୭୧ ଲକ୍ଷ ଟଙ୍କାର ଉପହାର ଦେଇଥିଲେ । ଏପରିକି ଜ୍ୟାକଲିନ୍‌ଙ୍କ ପରିବାର ଲୋକଙ୍କୁ ମଧ୍ୟ ପଇସା ପଠାଇଥିବା ସୂଚନା ରହିଛି । ତାଙ୍କ ପରିବାରକୁ ୧ଲକ୍ଷ ୭୩ ହଜାର ଆମେରିକୀୟ ଡଲାର ଓ ୨୭ ହଜାର ଅଷ୍ଟ୍ରେଲିଆନ୍ ଡଲାର ସୁକେଶ ଦେଇଥିବା ଜଣାପଡ଼ିଛି । ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ୨ଶହ କୋଟି ଟଙ୍କାର ମନି ଲଣ୍ଡ୍ରିଂ ଅଭିଯୋଗ ମାମଲାରେ ତଦନ୍ତ କରୁଛି ଇଡି । ଏଥିରେ ଜ୍ୟାକଲିନଙ୍କ ସଂପୃକ୍ତି ନେଇ ମଧ୍ୟ ପ୍ରବର୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି । ଏହି ମାମଲାରେ ଜ୍ୟାକଲିନଙ୍କ ୭ କୋଟି ୨୭ ଲକ୍ଷ ଟଙ୍କାର ସମ୍ପତି ଜବତ କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରାଳୟ ନାଁରେ ଜାଲ କାଗଜ ପତ୍ର କରି ଦିଲ୍ଲୀର ଜଣେ ଶିଳ୍ପପତିଙ୍କ ସ୍ତ୍ରୀଙ୍କ ଠାରୁ ସୁକେଶ ଚନ୍ଦ୍ରଶେଖର ଟଙ୍କା ଆଦାୟ କରିଥିବା ଅଭିଯୋଗ ରହିଛି । ଏହି ମାମଲାରେ ଗତବର୍ଷ ଗିରଫ ହୋଇଥିଲେ ସୁକେଶ । ମାମଲାରେ ସଂପୃକ୍ତି ଅଭିଯୋଗ ନେଇ ଜ୍ୟାକଲିନ୍‌ଙ୍କୁ ଇଡି ସମନ ଜାରି କରିଥିଲା । ଗତବର୍ଷ ଅକ୍ଟୋବର ମାସରେ ଇଡି ସାମ୍ନାରେ ହାଜର ହୋଇଥିଲେ ଜ୍ୟାକଲିନ୍ । ତାଙ୍କୁ ୭ ଘଂଟା ଧରି ପଚରାଉଚରା କରିଥିଲା ତଦନ୍ତକାରୀ ସଂସ୍ଥା ।
 
ଦେଶରେ କୋଇଲା ସଙ୍କଟକୁ ଦେଖି ବଡ଼ ଘୋଷଣା କରିଛି ରେଳ ବିଭାଗ । ୬୭୦ ଟ୍ରେନ୍ ବାତିଲ କରିବାକୁ ନିଷ୍ପତି ନେଇଛି ରେଳବାଇ । ମେ’ ୨୪ ତାରିଖ ପର୍ଯ୍ୟନ୍ତ ୬୭୦ଟି ମେଲ, ଏକ୍‌ସପ୍ରେସ୍ ଓ ପାସେଞ୍ଜର ଟ୍ରେନ୍ ବାତିଲ କରାଯାଇଛି । ଯାହା ଦ୍ୱାରା କୋଇଲା ନେଇ ଯାଉଥିବା ଟ୍ରେନ୍‌କୁ ଅତିରିକ୍ତ ରାସ୍ତା ମିଳିପାରିବ । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କୋଇଲା ସଂକଟ ନଥିବା ସେ କହିଛନ୍ତି । କିଛିଦିନ ତଳେ ବିଜୁଳି ଉତ୍ପାଦନ ନେଇ ସମୀକ୍ଷା କରାଯାଇଥିଲା । ଅନ୍ୟ ରାଜ୍ୟରେ ଯେଭଳି ୧୦ରୁ ୧୨ ଘଂଟା ବିଜୁଳି କାଟ୍ ହେଉଛି କିମ୍ବା କୋଇଲା ପହଂଚି ପାରୁନାହିଁ, ସେଭଳି ସ୍ଥିତି ଓଡିଶାରେ ନଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । କାରଣ ରାଜରେ ସମସ୍ତ କୋଇଲା ଖଣ ଅଛି । ତେଣୁ ପାୱାର ପ୍ଲାଂଟ ଗୁଡିକୁ ପର୍ଯ୍ୟାପ୍ତ ପରିମାଣରେ କୋଇଲା ଯୋଗାଇ ଦେବାପାଇଁ ଏମସିଏଲ ଏମଡିଙ୍କୁ ସେ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ।
 
Related News
satta king tw