Top Stories

Search here...

News

ପରମାଣୁ ଆକ୍ରମଣ ନେଇ ରୁଷର ୟୁ ଟର୍ଣ୍ଣ; କହିଲା ୟୁରୋପୀୟ ଆଗ ଆକ୍ରମଣ କଲେ ଆମେ କରିବୁ

Posted On - 3 months ago
Edited By Prabir Kumar
LAST UPDATED Jun 29, 2022 11:32 PM

ଦୁଇ ଦେଶର ଯୁଦ୍ଧ ଭିତରେ ୟୁରୋପୀୟ ଦେଶ ପ୍ରୟାସ କରୁଛି କିଭଳି ଅନ୍ତର୍ଜାତୀୟ ମଂଚରେ ରୁଷ ଦୁର୍ବଳ ହୋଇଯିବ । ତେଣୁ ବିଭିନ୍ନ ଆର୍ଥିକ ପ୍ରତିବନ୍ଧ ଲଗାଇଛନ୍ତି ଆମେରିକା ସମେତ ୟୁରୋପୀୟ ଦେଶ । ଯାହାର ପରିଣାମ ରୁଷର ଆର୍ଥିକ ସ୍ଥିତି ଭୁଶୁଡିଯିବାର ଆଶଙ୍କା ରହିଛି ।

 

BBSR Reporters

 

କିଭ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ରୁଷ ଗୋଟିଏ ପଟେ ଅନ୍ୟପଟେ ଆମେରିକା ସମେତ ଅନ୍ୟାନ୍ୟ ୟରୋପୀୟ ଦେଶ । ଏପରି ସ୍ଥିତିରେ ତୃତୀୟ ବିଶ୍ୱଯୁଦ୍ଧ ହେଲେ ପରମାଣୁ ବୋମାର ବ୍ୟବହାର ହେବ ବୋଲି ଗତକାଲି ରୁଷର ବୈଦିଶିକ ମନ୍ତ୍ରୀ ସେରଗେଇ ଲାଭରୋଭ କହିଥିଲେ । ଏହାକୁ ନେଇ ୟୁରୋପୀୟ ଦେଶ ଏବଂ ଅନ୍ୟାନ୍ୟ ଦେଶ ମଧ୍ୟ ସତର୍କ ହୋଇଛନ୍ତି । କିନ୍ତୁ ଏବେ ସେରଗେଇ କହିଛନ୍ତି, ୟରୋପୀୟ ଦେଶ ପରମାଣୁ ଆକ୍ରମଣ ବାବଦରେ ଚିନ୍ତା କରୁଛି, ରୁଷ ନୁହେଁ । ଯଦି ୟୁରୋପୀୟ୍ ଦେଶ ରୁଷ ଉପରେ ପ୍ରଥମେ ପରମାଣୁ ଆକ୍ରମଣ କରିବ ତାହେଲେ ରୁଷ ମଧ୍ୟ କଡା ଜବାବ ଦେବ । ଯୁଦ୍ଧ ଶେଷ କରିବାକୁ ମୋସ୍କୋ ରାଜି ବୋଲିି ସେରଗେଇ କହିଛନ୍ତି ।

 

ପିଟୁସି: ରୁଷ ପ୍ରଥମେ ୟୁକ୍ରେନ ଉପରେ ଆକ୍ରମଣ କରିଛି । ଆଉ ପ୍ରଥମେ ରୁଷ ରାଷ୍ଟ୍ରପତି ପୁଟିନ ପରମାଣୁ ବୋମା ଆକ୍ଟିଭ କରିବା ନେଇ ନିଦେ୍ର୍ଧଶ ଦେଇଥିଲେ । ହେଲେ ପରମାଣୁ ବୋମା ୟୁରୋପୀୟ ଦେଶର ଥିଓରୀ କହିଛି । ରୁଷକୁ ଭୟ କରୁଛନ୍ତି ୟୁରୋପୀୟ ଦେଶ ଭୟ କରୁଛନ୍ତି । ସେଥିପାଇଁ ସେମାନେ ନାଟୋରେ ସାମିଲ ପାଇଁ ଇଛା ପ୍ରକାଶ କରୁଛନ୍ତି ।

 

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯେଉଁଭଳି ଯୁଦ୍ଧ ତେଜୁଛି ୟୁରୋପୀୟ ଦେଶ ଏବେ ନିଜର ନୀତି ବଦଳାଉଛନ୍ତି । ରବିବାର ଜର୍ମାନୀ ନିଜର ପ୍ରତିରକ୍ଷା ବଜେଟରେ ଦୁଇ ପ୍ରତିଶତ ବଢାଇଛି । ସେହିପରି ସ୍ୱିଡେନ ଏବ ଫିନଲ୍ୟାଣ୍ଡ ଆମେରିକା ନେତୃତ୍ୱାଧୀନ ନାଟୋରେ ସାମିଲ ହେବାକୁ ବିଚାର କରୁଛନ୍ତି । ଆଉ ଏହାର ଜବାବ ଦେବାକୁ ଯାଇ ରୁଷ କହିଛି ଯଦି ଏପରି ହୁଏ ତାହେଲେ ମୋସ୍କୋ କଡା ଚେତାବନୀ ଦେବ ।


ଦୁଇ ଦେଶର ଯୁଦ୍ଧ ଭିତରେ ୟୁରୋପୀୟ ଦେଶ ପ୍ରୟାସ କରୁଛି କିଭଳି ଅନ୍ତର୍ଜାତୀୟ ମଂଚରେ ରୁଷ ଦୁର୍ବଳ ହୋଇଯିବ । ତେଣୁ ବିଭିନ୍ନ ଆର୍ଥିକ ପ୍ରତିବନ୍ଧ ଲଗାଇଛନ୍ତି ଆମେରିକା ସମେତ ୟୁରୋପୀୟ ଦେଶ । ଯାହାର ପରିଣାମ ରୁଷର ଆର୍ଥିକ ସ୍ଥିତି ଭୁଶୁଡିଯିବାର ଆଶଙ୍କା ରହିଛି ।

Related News
satta king tw