Top Stories

Search here...

News

ବେକାରି ଓ ଋଣବୋଝ ଲାଗି ୩ ବର୍ଷରେ ୨୫ ହଜାରରୁ ଅଧିକ ଲୋକ କରିଛନ୍ତି ଆତ୍ମହତ୍ୟା

Posted On - 3 months ago
Edited By Prabir Kumar
LAST UPDATED Jun 30, 2022 09:17 AM

କେନ୍ଦ୍ରୀୟ ଅପରାଧ ରେକର୍ଡ ବ୍ୟୁରୋକୁ ଆଧାର କରି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ  ନିତ୍ୟାନନ୍ଦ ରାଏ ଏହି ସୂଚନା ଦେଇଛନ୍ତି ।  

 

BBSR Reporters

 

ନୂଆଦିଲ୍ଲୀ: କରୋନା ଯୋଗୁଁ ବଢ଼ିଛି ବେକାରୀ ଓ ଲୋକଙ୍କ ଉପରେ ଋଣବୋଝ  । ଯାହାର ମୁକାବିଲା କରିନପାରି ଅନେକ ମାନସିକ ଭାରସାମ୍ୟ ହରାଇ ବସୁଛନ୍ତି ଓ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଉଛନ୍ତି । ବଢ଼ିବାରେ ଲାଗିଛି ଆତ୍ମହତ୍ୟା ସଂଖ୍ୟା । ଏନେଇ ବୁଧବାର ସଂସଦରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ ୨୦୧୮ରୁ ୨୦୨୦ ମଧ୍ୟରେ ବେକାରି ଓ ଋଣବୋଝ ଭଳି ଚାପରୁ ମୁକ୍ତି  ପାଇବା ଲାଗି ୨୫ ହଜାରରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି ।

 

୨୦୧୮ ତୁଳନାରେ ୨୦୨୦ରେ ଆତ୍ମହତ୍ୟା ସଂଖ୍ୟା ବଢିଛି । ୨୦୧୮ରେ ଏହି ସଂଖାା ୭ ହଜାର ୭୭୧ ଥିଲା । କିନ୍ତୁ ୨୦୨୦ରେ ଏହି ସଂଖ୍ୟା ୮ହଜାର ୭୬୧କୁ ବୃଦ୍ଧି ପାଇଛି ।  ଏହି ସମୟ ଭିତରେ ପ୍ରାୟ ୧୬ ହଜାର ୯୧ ଜଣ ଦେବାଳିଆ ହେବା କାରଣରୁ ଆତ୍ମହତ୍ୟା କରିଛନ୍ତି । ୨୦୧୮ରୁ ୨୦୨୦ ମଧ୍ୟରେ ବୋକାରୀ ସମସ୍ୟା ନେଇଛି ୯ ହଜାର ୧୪୦ ଜଣଙ୍କ ଜୀବନ । ୨୦୧୮ରେ ଏହି କାରଣ ପାଇଁ ଆତ୍ମହତ୍ୟା କରିଥିବା ଲୋକଙ୍କ ସଂଖ୍ୟା ଥିଲା ୨ ହଜାର ୭୪୧ । ୨୦୧୯ରେ ଏହା ୨ ହଜାର ୮୫୧ ଓ  ୨୦୨୦ରେ ଏହା ୩ ହଜାର  ୫୪୮କୁ ବୃଦ୍ଧି ପାଇଥିଲା । କେନ୍ଦ୍ରୀୟ ଅପରାଧ ରେକର୍ଡ ବ୍ୟୁରୋକୁ ଆଧାର କରି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ  ନିତ୍ୟାନନ୍ଦ ରାଏ ଏହି ସୂଚନା ଦେଇଛନ୍ତି ।  
 

Related News
satta king tw