Top Stories

Search here...

News

ଛତିଶଗଡ଼ର ମନମାନୀ: ଖରାଦିନେ ପାଣି ଅଟକାଇଲା ବର୍ଷା ଆରମ୍ଭ ହେବାରୁ ଖୋଲିଦେଲା କଲମା ବ୍ୟାରେଜର ସବୁ ଗେଟ୍ 

Posted On - 2 weeks ago
Edited By Jyotirmayee Patanaik
LAST UPDATED Jun 30, 2022 12:44 PM

ଆଗକୁ ବର୍ଷା ଋତୁ ଆସୁଥିବାରୁ ଛତିଶଗଡ଼ ସରକାରଙ୍କ ଗେଟ ଖୋଲିବା ନିଷ୍ପତି ପୁଣି ଓଡ଼ିଶା ପାଇଁ ସମସ୍ୟା ସୃଷ୍ଟି କରିବ ।

 

BBSR Reporters


ଭୁବନେଶ୍ୱର:ମହାନଦୀର ଜଳକୁ ନେଇ ବଢିଚାଲିଛି ଛତିଶଗଡ଼ ସରକାରଙ୍କ ଦାଦାଗିରି  । ୧୬ ଜୁନରୁ ୧୫ ଅକ୍ଟୋବର ଭିତରେ ମହାଦନୀର ଉପର ମୁଣ୍ଡରେ ଥିବା କଲମା ବ୍ୟାରେଜର ସମସ୍ତ ଗେଟ୍ ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି ଛତିଶଗଡ଼ ସରକାର । ଏନେଇ ଛତିଶଗଡ଼ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି ।

 

ଗେଟ ଖୋଲିଲେ ତଳମୁଣ୍ଡରେ ବନ୍ୟାଭଳି ପରିସ୍ଥିିତି ସୃଷ୍ଟି ହେବା ନେଇ ଆଶଙ୍କା ବଢିଛି । ତଳମୁଣ୍ଡ ଅର୍ଥାତ୍ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜଳସ୍ତର ବୃଦ୍ଧିପାଇବା ସହ ଫସଲହାନୀର ଆଶଙ୍କା ରହିଛି । ଉକôଟ ଗ୍ରୀଷ୍ମ ସମୟରେ ଛତିଶଗଡ଼ ସରକାର ବ୍ୟାରେଜର ମମସ୍ତ ଗେଟକୁ ବନ୍ଦ କରି ପାଣିର ସ୍ରୋତକୁ ଅଟକାଇଦେଇôଥଲା । ମହାନଦୀର ଫଳରେ ତଳମୁଣ୍ଡରେ ଓଡ଼ିଶାର ଚାଷୀ ଫସଲ ନଷ୍ଟ ସହ ସଂଘାତିକ ଜଳାଭ୍ୟବ ସମ୍ମୁଖୀନ ହୋଇଥିଲେ ।

 

ଆଗକୁ ବର୍ଷା ଋତୁ ଆସୁଥିବାରୁ ଛତିଶଗଡ଼ ସରକାରଙ୍କ ଗେଟ ଖୋଲିବା ନିଷ୍ପତି ପୁଣି ଓଡ଼ିଶା ପାଇଁ ସମସ୍ୟା ସୃଷ୍ଟି କରିବ । କିନ୍ତୁ ଛତିଶଗଡ଼ର ମନମୁଖୀ କାର୍ଯ୍ୟକୁ  ରୋକିବା ପାଇଁ ଓଡ଼ିଶା ସରକାର ସେଭଳି କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ଯାହା ରାଜ୍ୟବାସୀକୁ ଚିନ୍ତାରେ ପକାଇଦେଇଛି ।

Related News
satta king tw