Top Stories

Search here...

News

ତାତିରୁ ମିଳିବ ତ୍ରାହି: ଓଡ଼ିଶାରେ ଛୁଇଁଲା ମୌସୁମୀ; ଦକ୍ଷିଣ ଓଡ଼ିଶାରେ ବର୍ଷା, ବୋହୁଛି ମୌସୁମୀ ବାୟୁ

Posted On - 1 week ago
Edited By Jyotirmayee Patanaik
LAST UPDATED Jun 30, 2022 12:44 PM

ଆଗାମୀ ଦୁଇରୁ ତିନି ଦିନ ଭିତରେ ଆଖାପାଖ ଆଉ କିଛି ଜିଲ୍ଲାକୁ ମୌସୁମୀ ଛୁଇଁବ ବୋଲି ଜେନାମଣି କହିଛନ୍ତି ।

 

BBSR Reporters

 

ଭୁବନେଶ୍ୱର: ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ । ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳ ଛୁଇଁଛି । କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ମୌସୁମୀ ସମ୍ପୂର୍ଣ୍ଣ ଭାବେ ଛୁଇଁଥିବା ବେଳେ ନୂଆପଡ଼ା, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ଆଂଶିକ ଛୁଇଁଛି । ଭାରତୀୟ ପାଣିପାଗ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ଏହି ସୂଚନା ଦେଇଛନ୍ତି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଆଗାମୀ ଦୁଇରୁ ତିନି ଦିନ ଭିତରେ ଆଉ କିଛି ଜିଲ୍ଲାକୁ ମୌସୁମୀ ଛୁଇଁବ ବୋଲି ଜେନାମଣି କହିଛନ୍ତି ।

 

ମାଲକାନଗିରି ଜିଲ୍ଲାରେ ୨୪ରୁ ୨୮ ମିଲିମିଟର, କୋରାପୁଟ ଜିଲ୍ଲାରେ ୪୬.୬ ମିଲିମିଟର, ନବରଙ୍ଗପୁର ଜିଲ୍ଲାରେ ୪୬.୦ ମିଲିମିଟର, ନୂଆପଡ଼ା ଜିଲ୍ଲାରେ ୩୯ ମିଲିମିଟର ଓ ରାୟଗଡ଼ା ଜିଲ୍ଲାରେ ୩୦ରୁ ୪୦ ମିଲିମିଟର ବର୍ଷା ହୋଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଂଶ ଛୁଇଁବା ପୂର୍ବରୁ ପ୍ରାକ୍ ମୌସୁମୀ ସକ୍ରିୟ ହୋଇଥିଲା । ଏହାର ପ୍ରଭାବରେ ବୁଧବାର ଯାଜପୁର ଜିଲ୍ଲା କୋରେଇ ବେଶୀ ବର୍ଷା ହୋଇଛି । ଏହାଛଡ଼ା ଜେନାପୁରରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । 

 

ସେ ଆହୁରି କହିଛନ୍ତି, ପ୍ରାକ୍ ମୌସୁମୀ ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ହେବ । ଏହା ବ୍ୟତୀତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁଥିବା ଜିଲ୍ଲାରେ ମଧ୍ୟ ବର୍ଷା ହେବ । ମୌସୁମୀ ପ୍ରଭାବରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଭଲ ବର୍ଷା ହୋଇଛି । ବଙ୍ଗୋପ ସାଗରରେ ମୌସୁମୀ କମ୍ ସକ୍ରିୟ ରହିଛି । କିନ୍ତୁ ଧୀରେ ଧୀରେ ଉତ୍ତର ବଙ୍ଗୋପସାଗରେ ନୂଆ ମେଘ ଖଣ୍ଡ ସୃଷ୍ଟି ହେଉଛି । ଏହା ଉପରେ ନଜର ରଖାଯାଇଛି ବୋଲି ଆଇଏମ୍ଡିର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି କହିଛନ୍ତି ।


 

Related News
satta king tw