Top Stories

Search here...

News

ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡକ

Posted On - 5 days ago
Edited By Team BbsrReporters
LAST UPDATED Jan 19, 2022 07:02 AM

ଗତକାଲିଠୁ ଲଘୁଚାପ ଜନିତ ଅଦିନିଆ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡିରେ ହଜାର ହଜାର କ୍ୱିଂଟାଲ ଧାନ ଭିଜି ଯାଇଛି ।

 

BBSR Reporters

 

କଳାହାଣ୍ଡି: ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡକ । ଗତକାଲିଠୁ ଲଘୁଚାପ ଜନିତ ଅଦିନିଆ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡିରେ ହଜାର ହଜାର କ୍ୱିଂଟାଲ ଧାନ ଭିଜି ଯାଇଛି । ଧାନ ଭିଜି ଯାଇଥିବାରୁ ଏବେ ନିମ୍ନମାନର ଆଳ ଦେଖାଇ ମିଲର୍ସ ଧାନ ନେବ ନାହିଁ । ଏହାଛଡା ବର୍ଷାରେ ଧାନ ଭିଜିଥିବାରୁ ଗଜା ହେବାର ଆଶଙ୍କା ମଧ୍ୟ ଦେଖା ଦେଇଛି । ଚାଷୀ ମଣ୍ଡିରେ ଜରି ଘୋଡେଇ ଧାନକୁ ସୁର କ୍ଷିତ ରଖିବାକୁ ଉଦ୍ୟମ କରୁଛି ।

 

ଜିଲ୍ଲାର ମୁଖିଗୁଡା ନିୟନ୍ତ୍ରିତ ବଜାର କମିଟି ଅଧିନରେ ଥିବା ୫୬ଟି ମଣ୍ଡି ମଧ୍ୟରୁ ୩୬ଟି ମଣ୍ଡିରେ ସେଡର ଆନୁସଙ୍ଗୀକ ବ୍ୟବସ୍ଥା ନାହିଁ । ତେଣୁ ମଣ୍ଡିରେ ଖୋଲା ଆକଶ ତଳେ ଥିବା ଚାଷୀଙ୍କ ଧାନ ଅଦିନିଆ ବର୍ଷାରେ ଭିଜି ନଷ୍ଟ ହେବାକୁ ବସିଛି । ମଣ୍ଡିରେ ଶେଡ ବ୍ୟବସ୍ଥା ନଥିବାରୁ କ୍ଷତି ସହୁଛନ୍ତି ଚାଷୀ । ଏବେ ପ୍ରଶାସନର ଭୁଲ ଯୋଗୁଁ ଚାଷୀଙ୍କ ଧାନ ବର୍ଷାରେ ଭିଜି ନଷ୍ଟ ହେବାକୁ ଯାଉଛି, ତେଣୁ ପ୍ରଶ୍ନ ଉଠୁଛି ଚାଷୀଙ୍କ କ୍ଷତିର ଭରଣା କରିବ କିଏ ।  

Related News
satta king tw