Top Stories

Search here...

News

ଆନେ୍ଦାଳନରେ କୃଷକଙ୍କ ମୃତୁ୍ୟ ହୋଇଥିବା କୌଣସି ତଥ୍ୟ ନାହିଁ : କେନ୍ଦ୍ର ସରକାର

Posted On - 11 hours ago
Edited By Team BbsrReporters
LAST UPDATED Dec 02, 2021 06:54 AM

କୃଷକ ପରିବାରକୁ କୌଣସି ପ୍ରକାର ସହାୟତା ଦେବାର ପ୍ରଶ୍ନ ଉଠୁନି  ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ।

 

BBSR Reporters 

 


ନୂଆଦିଲ୍ଲୀ: ସଂସଦର ଶୀତକାଳିନ ଅଧିବେଶନରେ କେନ୍ଦ୍ର ସରକାର କହିଛନ୍ତି ତାଙ୍କ ପାଖରେ କୃଷକ ଆନେ୍ଦାଳନରେ ମୃତୁ୍ୟ ହୋଇଥିବା ଚାଷୀଙ୍କ ବିଷୟରେ କୌଣସି ପ୍ରକାରର ତଥ୍ୟ ନାହିଁ । ତେଣୁ କୃଷକ ପରିବାରକୁ କୌଣସିପ୍ରକାର ସହାୟତା ଦେବାର ପ୍ରଶ୍ନ ଉଠୁନି । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଗୋଟିଏ ପ୍ରଶ୍ନର ଲିଖିତ ଉତରରେ ଏ ପ୍ରକାର କଥା କହିଛନ୍ତି ।

 

ପ୍ରଶ୍ନ ଥିଲା ସରକାରଙ୍କ ପାଖରେ କୃଷକ ଆନେ୍ଦାଳନ ସମୟରେ ମୃତୁ୍ୟ ବରଣ କରିଥିବା ଚାଷୀଙ୍କର ବିଷୟରେ କିଛି ତଥ୍ୟ ଅଛି କି ? ଏବଂ ସରକାର ସେମାନଙ୍କୁ କୌଣସି ପ୍ରକାରର ସହାୟତା ଦେବାପାଇଁ ଚିନ୍ତା କରୁଛନ୍ତି କି? ଏହାରି ଉତରରେ କେନ୍ଦ୍ର ସରକାର କହିଥିଲେ ଏହାକୁ ନେଇ ଆମ ପାଖରେ କୌଣସି ପ୍ରକାର ତଥ୍ୟ ନାହିଁ ।

 

କେନ୍ଦ୍ର ସରକାର କୃଷକ ମାନଙ୍କ ସହିତ ୧୧ ରାଉଣ୍ଡ ବୈଠକ କରିଥିଲେ ସେଥିରୁ କୌଣସି ନିସ୍କର୍ଷ ବାହାରିପାରିନଥିଲା । ଶେଷରେ କିଛି ଚାଷୀଙ୍କୁ ବୁଝାଇନପାରିବାରୁ ପ୍ରଧାନମନ୍ତ୍ରୀ ତିନୋଟି କୃଷି ଆଇନକୁ ଫେରାଇ ନେଇଛନ୍ତି । ଅନ୍ୟପଟେ କୃଷକ ସଂଗଠନର ଦାବି ଆନେ୍ଦାଳନ ଚାଲିଥିବା ବେଳେ ୭ଶହରୁ ଅଧିକ ଚାଷୀ ମୃତୁ୍ୟ ବରଣ କରିଛନ୍ତି । କେନ୍ଦ୍ର ସରକାର ସେମାନଙ୍କ ପରିବାରକୁ ସହାୟତା ନଦେଲେ ଆନେ୍ଦାଳନ ବନ୍ଦ ହେବ ନାହିଁ ।
 

Related News
satta king tw