Top Stories

Search here...

News

ଲଗାଣ ବର୍ଷା ଯୋଗୁଁ ପାଣିରେ ଭାସୁଛି ଜମିର ପାଚିଲା ଧାନ

Posted On - 4 minutes ago
Edited By Team BbsrReporters
LAST UPDATED Nov 13, 2021 04:52 PM

ଗୁରୁବାର ଠାରୁ ବର୍ଷା ଲାଗିରହିଥିବା ଯୋଗୁଁ ଚାଷକାମ ପ୍ରଭାବିତ ହୋଇଛି । ଗଂଜାମ ଜିଲ୍ଲା ଭଂଜନଗର, ବୁଗୁଡା, ସେରଗଡ, ସୋରଡା ଓ ବେଲଗୁଣ୍ଠାର ଅନେକ ଚାଷ ଜମିରେ ଚାଷୀ ଫସଲ କାଟି ଜମିରେ ପକାଇ ରଖିଥିବା ବେଳେ ସେଥିରେ ବର୍ଷା ପାଣି ମାଡିଯାଇଛି ।

 

 

BBSR Reporters

 

 


ଭୁବନେଶ୍ୱର:  ଅଦିନିଆ ଲଗାଣ ବର୍ଷା ଯୋଗୁଁ ପାଣିରେ ଭାସୁଛି ଜମିର ପାଚିଲା ଧାନ । ଗୁରୁବାର ଠାରୁ ବର୍ଷା ଲାଗିରହିଥିବା ଯୋଗୁଁ ଚାଷକାମ ପ୍ରଭାବିତ ହୋଇଛି । ଗଂଜାମ ଜିଲ୍ଲା ଭଂଜନଗର, ବୁଗୁଡା, ସେରଗଡ, ସୋରଡା ଓ ବେଲଗୁଣ୍ଠାର ଅନେକ ଚାଷ ଜମିରେ ଚାଷୀ ଫସଲ କାଟି ଜମିରେ ପକାଇ ରଖିଥିବା ବେଳେ ସେଥିରେ ବର୍ଷା ପାଣି ମାଡିଯାଇଛି । ଏଭଳିି ସ୍ଥିତିରେ ବର୍ଷକର ଆହାର ଯୋଗାଡ କରୁଥିବା ଚାଷୀ ଚିନ୍ତାରେ ପଡିଯାଇଛି ।

 

 

ଚଳିତ ବର୍ଷ ଖରିଫ ଚାଷ ଆରମ୍ଭରୁ ହିଁ ପ୍ରାକୃତିକ ବିପର୍ଯ୍ୟୟ ଚାଷ କାମରେ ବାଧା ସୃଷ୍ଟି କରିଛି । ନିଅଂଟିଆ ବର୍ଷା ପାଇଁ ତଳିବୁଣା କାର୍ଯ୍ୟ  ବିଳମ୍ବରେ ଆରମ୍ଭ ହୋଇଥିବା ବେଳେ ଜଳାଭାବ ଯୋଗୁଁ ଅନେକ ଜମି ପଡିଆ ରହିଥିଲା । କେନାଲ ଓ ନଦୀପାଣିକୁ ବ୍ୟବହାର କରି ଚାଷ କାମ କରିଥିଲେ । ବହୁ କଷ୍ଟରେ ଫସଲକୁ ବଂଚାଇ ରଖିଥିବା ବେଳେ ଏବେ ଅମଳ ସମୟରେ ଲଗାଣ ବର୍ଷା ଚାଷୀ ମୁଣ୍ଡରେ ଚଡକ ପକାଇଛି ।

 

 

ଅନେକ ଜମିରେ ଧାନକାଟି ପକାଇଥିବା ବେଳେ ତାହା ଏବେ ବର୍ଷା ପାଣିରେ ବୁଡି ରହିଛି । ଏଭଳି ବର୍ଷା ଲାଗିାରହିଲେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାର ଆଶଙ୍କା ରହିଛି ।

Related News
satta king tw