Top Stories

Search here...

News

ଅତ୍ୟାଧୁନିକ ମେଗା ଓମଫେଡ୍ ଡାଏରୀ ପ୍ଲାଣ୍ଟ କଟକର ଅରିଲୋରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ 

Posted On - 50 minutes ago
Edited By Team BbsrReporters
LAST UPDATED Nov 10, 2021 02:10 PM

୨୬୩ କୋଟି ଟଙ୍କା ବ୍ୟୟରେ  ନିର୍ମିତ ଏହି ପ୍ଲାଣ୍ଟ ଦ୍ୱାରା ରାଜ୍ୟର ଦୁଗ୍ଧଚାଷୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି | ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଏହି ପ୍ଲାଣ୍ଟ ବୁଲି ଦେଖିଥିଲେ |

 

 

 

BBSR Reporters

 

 

କଟକ: ଆଜି କଟକର ଅରିଲୋରେ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଓମଫେଡ୍ ମେଗା ଡାଏରୀ ପ୍ଲାଣ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି | ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓମଫେଡ୍ ଡାଏରୀ ପ୍ଲାଣ୍ଟ ଉଦଘାଟନ କରି ମୁଁ ବହୁତ ଖୁସି । ରାଜ୍ୟ ସରକାର ସର୍ବଦା ଚାଷୀମାନଙ୍କ ସହିତ ଅଛନ୍ତି । ଓମଫେଡ଼ର ବିକାଶରେ ୩ ଲକ୍ଷ ଚାଷୀଙ୍କ ଅବଦାନ ରହିଛି |

 

 

ଏହି ଡାଏରୀ ପ୍ଲାଣ୍ଟ ଦ୍ୱାରା ୬ ଲକ୍ଷ ଦୁଗ୍ଧ ଚାଷୀ ଉପକୃତ ହେବେ | ଏହି ୟୁନିଟରୁ ପ୍ରତିଦିନ ୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ ହେବ | ଉନ୍ନତମାନର ଘିଅ, ଲସି ସାଙ୍ଗକୁ ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦନ ହେବ | ୨୬୩ କୋଟି ଟଙ୍କା ବ୍ୟୟରେ  ନିର୍ମିତ ଏହି ପ୍ଲାଣ୍ଟ ଦ୍ୱାରା ରାଜ୍ୟର ଦୁଗ୍ଧଚାଷୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି | ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଏହି ପ୍ଲାଣ୍ଟ ବୁଲି ଦେଖିଥିଲେ |

Related News
satta king tw