Top Stories

Search here...

News

ଲକ୍ଷ୍ନୌରେ କୃଷକଙ୍କ ମହାପଂଚାୟତରେ ଜୋର ଧରିଲା କୃଷକଙ୍କ ଏମଏସପି ଦାବି

Posted On - 8 hours ago
Edited By Team BbsrReporters
LAST UPDATED Nov 23, 2021 10:09 PM

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିଥିଲେ ମଧ୍ୟ କୃଷକମାନେ ଆନ୍ଦୋଳନରୁ ହଟି ନାହାନ୍ତି । କୃଷକଙ୍କ ପୂର୍ବ ଯୋଜନା ଅନୁଯାୟୀ ଲକ୍ଷ୍ନୌର ଇକୋ ଗାର୍ଡେନରେ ମହାପଂଚାୟତ ହୋଇଛି ।

 

 

BBSR Reporters

 

 

ଲକ୍ଷ୍ନୌ: ଲକ୍ଷ୍ନୌରେ କୃଷକଙ୍କ ମହାପଂଚାୟତରେ ଜୋର ଧରିଲା କୃଷକଙ୍କ ଏମଏସପି ଦାବି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିଥିଲେ ମଧ୍ୟ କୃଷକମାନେ ଆନ୍ଦୋଳନରୁ ହଟି ନାହାନ୍ତି । କୃଷକଙ୍କ ପୂର୍ବ ଯୋଜନା ଅନୁଯାୟୀ ଲକ୍ଷ୍ନୌର ଇକୋ ଗାର୍ଡେନରେ ମହାପଂଚାୟତ ହୋଇଛି ।

 

କୃଷକ ନେତା ରାକେଶ ଟିକାୟତ କହିଛନ୍ତି କୃଷକଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଦୀଲ୍ଲୀ ସୀମା ନିକଟରେ ଆନ୍ଦୋଳନ ଜାରି ରହିବ । ସରକାର ଏମ୍‌ଏସ୍‌ପି ପ୍ରତିଶ୍ରୁତି ଦେବା ପାଇଁ ଏକ ଆଇନ ଆଣିବା ଆବଶ୍ୟକ । ଏହା ସହ ଆନ୍ଦୋଳନରେ ପ୍ରାଣ ହରାଇଥିବା ୭ ଶହ କୃଷକଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିବାକୁ ଦାବି କରିଛନ୍ତି ।

 

ସେହିପରି ଲକ୍ଷ୍ମୀପୁର ଖେରି ହିଂସା ଘଟଣାରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ସନ୍ତୁଷ୍ଟ ନୁହନ୍ତି ଚାଷୀନେତା । ସୂଚନା ଅନୁସାରେ ତିନି କୃଷି ଆଇନକୁ ପ୍ରତ୍ୟାହାର ପାଇଁ ଏକ ବିଧେୟକ ପ୍ରସ୍ତୁତ କରାଯାଉଛି । ଏହାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାୟର ମଞ୍ଜୁରୀକୁ ଅପେକ୍ଷା ରହିଛି । ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍‌ର ବୈଠକ ବସିବ ।

 

ଏଥିରେ ତିନି କୃଷି ଆଇନ ପ୍ରତ୍ୟାହାର ନେଇ ଆଲୋଚନା ହୋଇପାରେ । ସୂଚନା ଅନୁସାରେ ଆସନ୍ତା ଶୀତ ଅଧିବେଶନରେ ଏହି ତିନି ବିଲ୍ ପ୍ରତ୍ୟାହାର ସହ ଆଉ ଏକ ନୂଆ ବିଲ୍ ଆଣିପାରନ୍ତି କେନ୍ଦ୍ର ସରକାର । ଏସଂପର୍କରେ ମଧ୍ୟ କ୍ୟାବିନେଟ୍‌ରେ ଆଲୋଚନା ହୋଇପାରେ । ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ବଡ଼ ଘୋଷଣା କରିଛନ୍ତି । ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା କୃଷକଙ୍କ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରି ମିଳିବ ବୋଲି କହିଛନ୍ତି ।

Related News
satta king tw