Top Stories

Search here...

News

ଲଘୁଚାପ ପ୍ରଭାବ; ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା 

Posted On - 6 minutes ago
Edited By Team BbsrReporters
LAST UPDATED Nov 13, 2021 07:42 PM

ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ସର୍ବାଧିକ ୧୩୭.୬ ଏବଂ ଆସ୍କାରେ ୧୨୫.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

 

BBSR Reporters


ଭୁବନେଶ୍ୱର: ଗତକାଲିଠାରୁ ଥାଇଲାଣ୍ଡ ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେଇଛି । ଆଗାମୀ ୧୫ ତାରିଖ ବେଳକୁ ଏହା ଆଣ୍ଡାମାନ ଉପକୂଳରେ ପହଂଚିବ । ସେହିପରି ଅବପାତର ରୂପ ନେଇ ୧୮ ତାରିଖ ସଂଧ୍ୟାରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।


ତେବେ ଏହା ଉପକୂଳ ଅତିକ୍ରମ କରିବା ସମୟରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇପାରେ । ଫଳରେ ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡିଶା ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ପୁରୀ, ରାୟଗଡା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଉପକୂଳ ଜିଲ୍ଲାଗୁଡିକରେ ମଧ୍ୟ ବର୍ଷା ହେବ । ତେବେ ଉପକୂଳ ଅତିକ୍ରମ କରିବା ସମୟରେ ୪୦ କିଲୋମିଟରରୁ କମ୍ ବେଗରେ ପବନ ବହିବ ବୋଲି କହିଛି ପାଣିପାଗ ବିଭାଗ ।  


ନିମ୍ନ ଚାପରେଖା ପ୍ରଭାବରେ ଗତ ୨୪ ଘଂଟାରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ସେହିପରି ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ସର୍ବାଧିକ ୧୩୭.୬ ଏବଂ ଆସ୍କାରେ ୧୨୫.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ମେଘୁଆ ପାଗ ଥିବାରୁ ରାତିର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହୁଥିବା କହିଛି ପାଣିପାଗ ବିଭାଗ । 


 

Related News
satta king tw