Top Stories

Search here...

News

୧୮ରେ ପୁରୀ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ; ଜିଲ୍ଲାର ସ୍ଥାୟୀ ବନ୍ୟା ପ୍ରତିକାର ଉପରେ ଆଲୋଚନା ହେବ

Posted On - 2 minutes ago
Edited By Prabir Kumar
LAST UPDATED Nov 16, 2021 12:30 PM

ପୁରୀ ଜିଲ୍ଲାର ଡେଲାଙ୍ଗ, କଣାସ, ପିପିଲି, ବ୍ରହ୍ମଗିରି, ସତ୍ୟବାଦୀ, ପୁରୀ ସଦର ବ୍ଲକର ପାଖାପାଖି ୧୫୦ଟି ଗ୍ରାମପଂଚାୟତର ୧୨୦୦ ରାଜସ୍ୱ ଗ୍ରାମ, ୩୨୦୦୦ ହେକ୍ଟରରୁ ଉଦ୍ଧ୍ୱର୍ ଛାଷଜମି, ୧୦ ଲକ୍ଷରୁ ଉଦ୍ଧ୍ୱର୍ ଜନସାଧାରଣ ବନ୍ୟା କ୍ଷତି ସହୁଛନ୍ତି । 

 

BBSR Reporters

 

ଭୁବନେଶ୍ୱର:ସମୁଦ୍ର ଉପକୁଳସ୍ଥିତ ପୁରୀ ଜିଲ୍ଲା ବନ୍ୟାପ୍ରବଣ ଅଂଚଳ । ପ୍ରତି ବର୍ଷ ବନ୍ୟା କାରଣରୁ ପୁରୀ ଜିଲ୍ଲାର ବିଭିନ୍ନ ଅଂଚଳ ଅନେକାଂଶରେ ଧନଜୀବନ ସମେତ ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ । ୧୯୮୨ ମସିହା ପରଠାରୁ ପ୍ରତି ବର୍ଷ ବନ୍ୟା, ୧୯୯୯ ମହାବାତ୍ୟା, ହୁଡହୁଡ, ଅମ୍ଫାନ, ଫନୀ, ୟଶ ଇତ୍ୟାଦି ବାତ୍ୟା ଏବଂ ବାତ୍ୟାଜନିତ ବନ୍ୟା କାରଣରୁ ଅଂଚଳବାସୀ ବହୁ କଷ୍ଟର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାର ଡେଲାଙ୍ଗ, କଣାସ, ପିପିଲି, ବ୍ରହ୍ମଗିରି, ସତ୍ୟବାଦୀ, ପୁରୀ ସଦର ବ୍ଲକର ପାଖାପାଖି ୧୫୦ଟି ଗ୍ରାମପଂଚାୟତର ୧୨୦୦ ରାଜସ୍ୱ ଗ୍ରାମ, ୩୨୦୦୦ ହେକ୍ଟରରୁ ଉଦ୍ଧ୍ୱର୍ ଛାଷଜମି, ୧୦ ଲକ୍ଷରୁ ଉଦ୍ଧ୍ୱର୍ ଜନସାଧାରଣ ବନ୍ୟା କ୍ଷତି ସହୁଛନ୍ତି ।

 

 

ବନ୍ୟା ସମୟରେ ରାଜ୍ୟ ସରକାର ଓ ପ୍ରଶାସନ ରିଲିଫ ମୁଠାଏ ବାଂଟି ଦେଇ ନିଜ ଦାୟୀତ୍ୱ ସମ୍ପନ୍ନ କରିଥାନ୍ତି । ଏହି ଅଂଚଳର ସମସ୍ୟାର ସ୍ଥାୟୀ ସମାଧାନ ନହେବା କାରଣରୁ ଅଂଚଳବାସୀଙ୍କ ମନ ଭିତରେ ଅସନ୍ତୋଷର ନିଆଁ ବୃଦ୍ଧି ପାଇଚାଲିଛି । ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ବିଜେପିର ଏକ ପ୍ରତିନିଧି ଦଳ ଗତ ସେପ୍ଟେମ୍ବର ୧୯ ତାରିଖ ଦିନ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁଙ୍କୁ ଭେଟି ଆଲୋଚନା କରିବା ସହ ସ୍ଥାୟୀ ବନ୍ୟା ପ୍ରତିକାର ନିମନ୍ତେ ବିହୀତ ପଦକ୍ଷେପ ନେବା ପାଇଁ ଅନୁରୋଧ ଜଣାଇଥିଲେ । ଏହି ପ୍ରତିନିଧି ଦଳର ସଦସ୍ୟ ତଥା ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ ଓ ବିରଂଚି ନାରାୟଣ ତ୍ରିପାଠୀ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ।

 


ଏହି ଦାବୀକୁ ଗମ୍ଭୀରତାର ସହ ଅନୁଭବ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଆସନ୍ତା ୧୮ ତାରିଖ ଦିନ ପୁରୀ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ ପ୍ରବାହିତ ଦୟା, ରାଜୁଆ, ମଲାଗୁଣୀ, ମକରା, ଲୁଣା, ରୟଚିରା, ଭାର୍ଗବୀ ଆଦି ନଦୀର ସମୁଦ୍ର ସଂଯୋଗ ସ୍ଥଳ କଣାସର ବଡଗୋଠରୁ ଚିଲିକା ମୁହାଣ ପର୍ଯ୍ୟନ୍ତ ପରିଦର୍ଶନ କରି ସ୍ଥିତିର ଆକାଳନ କରିବେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବିଭାଗୀୟ କେନ୍ଦ୍ରୀୟ ପ୍ରତିନିଧିଦଳ ଉପସ୍ଥିତ ରହିବେ । ଦେଶ ସ୍ୱାଧୀନତା ପରେ ପୁରୀ ଜିଲ୍ଲାର ସ୍ଥାୟୀ ବନ୍ୟା ପ୍ରତିକାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ୟମ ଓ ପ୍ରଚେଷ୍ଟା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ଏବଂ ଆଗାମୀ ଦିନରେ ଅଂଚଳବାସୀଙ୍କ ଦୀର୍ଘ ଦିନର ସମସ୍ୟାର ସମାଧାନ ହେବାର ସମ୍ବାବନା ଆଜି ବାସ୍ତବରେ ପରିଣତ ହେବାକୁ ଯାଉଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ରମାରଞ୍ଜନ ବଳିୟାରସିଂହ କହିଛନ୍ତି ।
 

Related News
satta king tw