Top Stories

Search here...

News

ଆସୁଛି ଆଉ ଏକ ଲଘୁଚାପ; ଡିସେମ୍ବର ୩ ରୁ ବର୍ଷା ସମ୍ଭାବନା

Posted On - 1 day ago
Edited By Prabir Kumar
LAST UPDATED Nov 29, 2021 07:37 PM

ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ, ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦେଇଛି ଆଇଏମଡି ।

 

BBSR Reporters


ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି । ଆସନ୍ତା ୩୦ ତାରିଖରେ ଏହା ଲଘୁଚାପର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଧିରେ ଧିରେ ପଶ୍ଚିମ- ଦକ୍ଷିଣ-ପଶ୍ଚିମ ଦିଗରେ ୪୮ ଘଂଟା ଗତି କରିବା ପରେ ମୋଡ ବଦଳାଇ ଉତର-ପଶ୍ଚିମ ଦିଗରେ ଉପକୁଳ ମୁହାଁ ହୋଇପାରେ । ତେବେ ଲଘୁଚାପ ସୃଷ୍ଟି ହେବା ପରେ ଏନେଇ ସ୍ପଷ୍ଟ ଭାବେ ଆକଳନ କରିହେବ ବୋଲି କହିଛନ୍ତି ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ।

 

ଏହାର ପ୍ରଭାବରେ ଡିସେମ୍ବର ୩ ତାରିଖରୁ ଓଡିଶା ଉପକୂଳରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ, ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦେଇଛି ଆଇଏମଡି । ତେବେ ଏହି ଲଘୁଚାପ ଡିସେମ୍ବର ପ୍ରଥମ ସପ୍ତାହରେ ଅଧିକ ଘନୀଭୁତ ହୋଇ ସାଇକ୍ଲୋନିକ ଡ଼ିଷ୍ଟରବାନ୍ସର ରୁପ ନେଇପାରେ ।

 

ତେବେ ଲଘୁଚାପ ସୃଷ୍ଟି ହୋଇନଥିବାରୁ ଏହାର ତୀବ୍ରତା ଓ ଗତିପଥକୁ ନେଇ ସ୍ପଷ୍ଟ ଅନୁମାନ କରିହେବ ନାହିଁ । ସେହିପରି ଲଘୁଚାପ ବାତ୍ୟାର ରୂପ ନେଲେ କେଉଁ ଉପକୂଳ ଅଂଚଳ ଦେଇ ଅତିକ୍ରମ କରିବ, ତାହା ଜଣାପଡିବ ବୋଲି କହିଛନ୍ତି ମୃତୁ୍ୟଞ୍ଜୟ ମହାପାତ୍ର ।
 

Related News
satta king tw