Top Stories

Search here...

News

ପାଚିଲା ଧାନ ଅମଳ ଚିନ୍ତାରେ ଚାଷୀ

Posted On - 22 hours ago
Edited By Team BbsrReporters
LAST UPDATED Dec 01, 2021 10:39 PM

ପ୍ରାକୃତିକ ବପର୍ଯ୍ୟୟ ଚାଷୀଙ୍କ ପିଛା ଛାଡ଼ୁନଥିବା ବେଳେ ପରିବାର ପ୍ରତିପୋଷଣକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛି ।

 

 

BBSR Reporters

 

 

ବାଲେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ପାଚିଲା ଧାନ ଅମଳ ଚିନ୍ତାରେ ଚାଷୀ କୂଳ । ବତ୍ୟା ଭୟରେ ତରତର ହୋଇ ଧାନ କାଟୁଛନ୍ତି ବାଲେଶ୍ୱର ବସ୍ତା ଅଂଚଳର ଚାଷୀ । ବିଳମ୍ବରେ ବର୍ଷା ହେବା କାରଣରୁ ବିଳମ୍ବରେ ଚାଷ ଆରମ୍ଭ କରିଥିଲା ଚାଷୀ । ମଝିରେ ମଝିରେ ଲଘୁଚାପ ବର୍ଷା ଯୋଗୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ ।

 

 

ଏହା ପରେ ଚକଡ଼ା ପୋକ ଲାଗି ଧାନ ନଷ୍ଟ ହୋଇଥିଲା । ଏବେ ବାତ୍ୟା ଆଶଙ୍କା ପୁଣି ଥରେ ଚାଷୀଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି । ପ୍ରାକୃତିକ ବପର୍ଯ୍ୟୟ ଚାଷୀଙ୍କ ପିଛା ଛାଡ଼ୁନଥିବା ବେଳେ ପରିବାର ପ୍ରତିପୋଷଣକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛି । ବିଲରୁ ଧାନ କାଟି ଖଳାରେ ରଖିଲେ ଧାନ ଗଜା ହେବାର ସମ୍ଭାବନା ରହିଛି । ଅମଳ ଧାନ କେଉଁଠି ରଖିବ ତାକୁ ନେଇ ଚାଷୀ ଦ୍ୱନ୍ଦ୍ୱରେ ପଡ଼ିଛି ।
 

Related News
satta king tw