Top Stories

Search here...

News

ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା; ୫ ଦିନ ପଡିବନି ଶୀତର ପ୍ରଭାବ

Posted On - 3 weeks ago
Edited By Team BbsrReporters
LAST UPDATED Jan 19, 2022 05:44 AM

୨୮, ୨୯ ତାରିଖରେ ବର୍ଷାର ପ୍ରଭାବ ସାମାନ୍ୟ ଅଧିକା ରହିବ । ୬୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।

 

BBSR Reporters


ଭୁବନେଶ୍ୱର: ସାରା ରାଜ୍ୟରେ ଶୁଷ୍କ ବାୟୁ ପ୍ରବାହିତ ହେଉଛି । ଆଜି ଠାରୁ ଉତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲା ଗୁଡ଼ିକରେ ଆଜିଠୁ ବର୍ଷା ହେବାର ସମ୍ଭାବନା ରହିଛି । ଆକାଶ ମେଘୁଆ ରହିବ । ୨୮, ୨୯ ତାରିଖରେ ବର୍ଷାର ପ୍ରଭାବ ସାମାନ୍ୟ ଅଧିକା ରହିବ । ୬୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।

 

ରାତି ତାପମାତ୍ରା ମଧ୍ୟ ଓଡ଼ିଶାର ବିଭିନ୍ନ  ଜାଗାରେ  ସ୍ୱାଭାବିକ ଠାରୁ ଅଧିକ ରହୁଛି । ଜଳୀୟବାସ୍ପ ପୂର୍ଣ୍ଣ ବାୟୁ ପାଇଁ ଆଗାମୀ ୨୪ ଘଂଟା ମଧ୍ୟରେ ଓଡ଼ିଶାରେ ଘନ କୁହୁଡ଼ି ଯୋଗୁଁ କିଛି ଜିଲ୍ଲାରେ ୟୋଲୋ ୱାର୍ଣ୍ଣିର୍ ଜାରି କରାଯିବ । ସେହିପରି ଆଗାମୀ ୫ ଦିନ  ଶୀତର ପ୍ରଭାବ ବିଶେଷ ରହିବ ନାହିଁ । ନୂଆବର୍ଷର ପ୍ରଥମ ସପ୍ତାହରେ ମଧ୍ୟ ଶୀତର ପ୍ରକୋପ ବିଶେଷ ରହିବ ନାହିଁ ।

 

ଆଜି କୋରାପୁଟରେ ସର୍ବାଧିକ କୁହୁଡି ଦେଖିବାକୁ ମିଳିଛି । ଜିଲ୍ଲାରେ ୩୦ ମିଟର ଦୂରକୁ କିଛି ଦୃଶ୍ୟମାନ ହେଉନଥିଲା, ସେହିପରି ବଲାଙ୍ଗୀରରେ ୪୦ ମିଟର ଦୂରକୁ କିଛି ଦେଖାଯାଉନଥିଲା । ବାଲେଶ୍ୱର, ଅନୁଗୁଳ, ବାରିପଦା, କେନ୍ଦୁଝର, ଫୁଲବାଣୀ, ମାଲକାନଗିରିବି ଆଜି ସକାଳୁ ସକାଳୁ  ଘନ କୁଡୁଡି ଦେଖିବାକୁ ମିଳିଛି । ଆସନ୍ତା ୪ରୁ ୫ ଦିନ ଯାଏଁ ଶୀତ କମିବ । ରାତି୍ର ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ । ଫଳରେ ରାଜ୍ୟରେ ଶୀତର ପ୍ରକୋପ ବିଶେଷ ରହିବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Related News
satta king tw