Top Stories

Search here...

News

ଲଖିମପୁର ଦୁର୍ଘଟଣା ଯୋଜନାବଦ୍ଧ ଷଡ଼ଯନ୍ତ୍ର: ଏସଆଇଟି

Posted On - 7 minutes ago
Edited By Team BbsrReporters
LAST UPDATED Dec 14, 2021 02:55 PM

ଏସଆଇଟି ଘଟଣାରେ ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମେତ ୧୩ ଅଭିଯୁକ୍ତଙ୍କ ବିରୋଧରେ ଲାଗିଥିବା ଦଫା ପରିବର୍ତନ କରି କଠୋର ଦଫା ଲଗାଇବାକୁ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ(ଜେଏମସି)ଙ୍କ ନିକଟରେ ଆବେଦନ କରିଛି ।

 

BBSR Reporters

 

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲଖିମପୁର ଖେରିରେ କୃଷକଙ୍କୁ ଗାଡ଼ି ଚଡ଼ାଇ ହତ୍ୟା କରିବା ପାଇଁ ହୋଇଥିଲା ଯୋଜନାବଦ୍ଧ ଷଡ଼ଯନ୍ତ୍ର ହୋଇଥିଲା । ଏହା ଏକ ଦୁର୍ଘଟଣା କିମ୍ବା ବେପରୁଆ ଗାଡ଼ି ମାଡ଼ି ଯିବା ଭଳି ଘଟଣା ନୁହେଁ । ଯୋଜନା ମୁତାବକ ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇ ସେମାନଙ୍କୁ ହତ୍ୟା କରାଯାଇଛି ବୋଲି ଘଟଣାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ(ଏସଆଇଟି) କହିଛି ।

 


ଏଥିସହ ଏସଆଇଟି ଘଟଣାରେ ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମେତ ୧୩ ଅଭିଯୁକ୍ତଙ୍କ ବିରୋଧରେ ଲାଗିଥିବା ଦଫାକୁ ବଦଳାଇବାକୁ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ(ଜେଏମସି)ଙ୍କ ନିକଟରେ ଆବେଦନ କରିଛି । ଏସ୍ଆଇଟିର ତଦନ୍ତକାରୀ ଅଧିକାରୀ ବିଦ୍ୟାରାମ ଦିବାକର ଗତ ସପ୍ତାହରେ ଜେଏମସି କୋର୍ଟରେ ନିଜର ଆବେଦନ ପତ୍ର ଦାଖଲ କରିଥିଲେ । ଏଥିରେ ସେ ଅଭିଯୁକ୍ତଙ୍କ ବିରୋଧରେ ଲାଗୁ ହୋଇଥିବା ଧାରା ୨୭୯, ୩୩୮ ଓ ୩୦୪ଏକୁ ବଦଳାଇ ଅନ୍ୟ କଠୋର ଦଫା ଲଗାଇବାକୁ କହିଛନ୍ତି ।

 

ଆବେଦନରେ ଅଧିକାରୀ ଜଣଙ୍କ କହିଛନ୍ତି, ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣା ଯୋଜନାବଦ୍ଧ ଷଡ଼ଯନ୍ତ୍ରର ଗୋଟିଏ ଅଂଶ । ଜାଣିଶୁଣି ସେମାନଙ୍କ ଉପରେ ଗାଡ଼ି ଚଢ଼ାଇ ଦିଆଯାଇଥିଲା । ଏହା ଆଦୌ ଦ୍ରୁତଗାଡ଼ି ଚାଳନା କିମ୍ବା କୌଣସି ଅଜଣା ଭୁଲ ନୁହେଁ । ତେଣୁ ଅଭିଯୁକ୍ତମାନଙ୍କ ବିରୋଧରେ ୩୦୭(ହତ୍ୟା ଉଦ୍ୟମ), ୩୨୬(ଇଚ୍ଛାକୃତ ଭାବେ ବିପଦଜନକ ଅସ୍ତ୍ରରେ ଅନ୍ୟକୁ ଆଘାତ ପହଞ୍ଚାଇବା) ଓ ୩୪ (ଗୋଟିଏ ଉଦେ୍ଧଶ୍ୟରେ ଏକାଧିକ ଲୋକ ଅପରାଧ ଘଟାଇବା) ଭଳି ଦଫା ଲାଗିବା ଦରକାର । ପୂର୍ବରୁ ଅଭିଯୁଙ୍କ ବିରୋଧରେ ଲାଗୁ ହୋଇଥିବା ଧାରା ୨୭୯(ଖରାପ ଗାଡ଼ି ଚାଳନା), ୩୩୮(ଅଜାଣତରେ ବା ବେପରୁଆ ଢଙ୍ଗରେ ଅନ୍ୟକୁ ଆଘାତ ଦେବା) ଓ ୩୦୪ଏ(ଅବହେଳା ଜରିଆରେ ମୃତ୍ୟୁର କାରଣ ହେବା )କୁ ହଟାଯିବା ଦରକାର । 

 

 

ଅକ୍ଟୋବର ୩ରେ ଶତାଧିକ ଚାଷୀ ଲଖିମପୁର ଖେରିରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ବିରୋଧରେ ବିକ୍ଷୋଭ କରୁଥିଲେ । ଏହି ସମୟରେ ହଠାତ୍ ଗୋଟିଏ ମହିନ୍ଦ୍ରା ଥର ଆନେ୍ଦାଳନରତ ଚାଷୀଙ୍କ ଉପରେ ପଛ ପଟୁ ମାଡ଼ି ଯାଇଥିଲା । ଏଥିରେ ୪ ଜଣ ଚାଷୀଙ୍କ ଜୀବନ ଯାଇଥିଲା । ଏହାପରେ ଦେଖାଯାଇଥିବା ହିଂସାରେ ଗାଡ଼ିରେ ଥିବା ୩ ଜଣ ପ୍ରାଣ ହରାଇଥିଲେ । ସେହିପରି ଜଣେ ସାମ୍ବାଦିକଙ୍କର ମଧ୍ୟ ଜୀବନ ଯାଇଥିଲା । ଗାଡ଼ି ମାଡ଼ି ଯିବା ବେଳର ଭିଡିଓ ସାମ୍ନାକୁ ଆସିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା ।

 


ଚାଷୀଙ୍କ ଉପରେ ମାଡ଼ି ଯାଇଥିବା ମହିନ୍ଦ୍ରା ଥରଟି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କର ଥିଲା । ଘଟଣା ବେଳେ ତାଙ୍କ ପୁଅ ଆଶିଷ ମିଶ୍ରା ମଧ୍ୟ ଗାଡ଼ିରେ ଥିଲେ । ଏନେଇ ଅଭିଯୋଗ ମିଳିବା ପରେ ପୁଲିସ୍ ତାଙ୍କୁ ଗିରଫ କରିଛି । ଆଶିଷଙ୍କ ବ୍ୟତୀତ ଏହି ଲୋମହର୍ଷଣକାରୀ ଘଟଣାରେ ଲବକୁଶ, ଆଶିଷ ପାଣ୍ଡେ, ଶେଖର ଭାରତୀ, ଅଙ୍କିତ ଦାସ, ଲତିଫ, ଶିଶୁପାଲ, ନନ୍ଦନ ସିଂହ, ସତ୍ୟମ ତ୍ରିପାଠୀ, ସୁମିତ ଜୈସୱାଲ, ଧର୍ମେନ୍ଦ୍ର, ରିଙ୍କୁ ରାଣା ଓ ଉଲ୍ଲାସ ତ୍ରିବେଦୀଙ୍କୁ ମଧ୍ୟ ଏସଆଇଟି ଗରିଫ କରିଛି । ସମସ୍ତେ ଏବେ କାରାଗାରରେ ରହିଛନ୍ତି ।
 

Related News
satta king tw