Top Stories

Search here...

News

ଜାରି ରହିଛି ବାତ୍ୟାର ପ୍ରଭାବ; ଉପକୂଳ ଓଡ଼ିଶାରୁୁ ଧିରେ ଧିରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢିବ

Posted On - 7 minutes ago
Edited By Team BbsrReporters
LAST UPDATED Dec 05, 2021 04:10 PM

ଏପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟରେ ସର୍ବାଧିକ ବର୍ଷା ୧୫୮ ମିମି ବର୍ଷା ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

BBSR Reporters


ଭୁବନେଶ୍ୱର: ବାତ୍ୟା ‘ଜୱାଦ’ ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେଇଛି । ବାତ୍ୟା ଓଡ଼ିଶାର ନିକଟତର ହେଉଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରିଛି ।  ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି । ଏପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟରେ ସର୍ବାଧିକ ବର୍ଷା ହୋଇଛି । ଏଠାରେ ୧୫୮ ମିମି ବର୍ଷା ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

 

ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଗଭୀର ଅବପାତଟି ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି । ଆଜି ଏହା ଉପକୂଳ ଓଡ଼ିଶାର ପାଖେପାଖେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ବିଶେଷତଃ ଗଞ୍ଜାମ ଠାରୁ ଆରମ୍ଭ କରି କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ଯେତିକି ଉପକୂଳବର୍ତ୍ତୀ ଜିଲ୍ଲା ରହିଛି, ସେଠାରେ ପ୍ରବଳରୁ ଅତିପ୍ରବଳ ବର୍ଷା ରେକର୍ଡ କରାଯାଇଛି ।

 


ଗଭୀର ଅବପାତଟି ପୁରୀଠାରୁ ୧୨୦ କିମି ଓ ଗୋପାଳପୁର ଠାରୁ ୯୦ କିମି ଦୂରରେ ରହିଛି । ଅପରାହ୍ଣ ସୁଦ୍ଧା ଏହା ପୁରୀ ନିକଟ ସମୁଦ୍ରରେ ଆସି କେନ୍ଦ୍ରୀଭୂତ ହେବ । ଆଜି ଦିନ ସାରା ଓଡ଼ିଶା ଉପକୂଳ ନିକଟରେ ଗତି କରି ପଶ୍ଚିମବଙ୍ଗକୁ ମୁହାଁଇବ । ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତ ହେବ । ରାତିରେ ୱେଲ୍ ମାର୍କଡ୍ ଲୋ’ ପ୍ରେସର ହୋଇ ପଶ୍ଚିମବଙ୍ଗରେ ପହଞ୍ଚିବ ବୋଲି ଆଇଏମ୍ଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି ।

 


ଦକ୍ଷିଣ ଅଞ୍ଚଳରୁ ଅର୍ଥାତ୍ ଗଞ୍ଜାମ ଆଡୁ ବର୍ଷା ଧୀରେ ଧୀରେ କମିବାକୁ ଲାଗିବ ଏବଂ ଉତ୍ତର ଅଞ୍ଚଳରେ ଥିବା ଜିଲ୍ଲା ଗୁଡ଼ିକରେ (ଭଦ୍ରକ ଓ ବାଲେଶ୍ୱର ଆଦି ଜିଲ୍ଲାରେ) ବର୍ଷାର ପରିମାଣ ବଢ଼ିବାକୁ ଲାଗିବ । ତେବେ ଆଜି ମଧ୍ୟ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରାଯାଇଛି ବୋଲି ଆଇଏମ୍ଡି ଡିଜି କହିଛନ୍ତି ।
ସେ କହିଛନ୍ତି, ଉପକୂଳବର୍ତ୍ତୀ ଅଞ୍ଚଳରେ ନିକଟସ୍ଥ ସମୁଦ୍ରରେ ବର୍ତ୍ତମାନ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫କମି ରହିଛି । ସ୍ଥଳବିଶେଷରେ ଏହା ଘଣ୍ଟାପ୍ରତି ୬୫ କିଲୋମିଟର ରହିଛି । ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଏହିଭଳି ଭାବେ ପବନ ହୋଇପାରେ ।

 


ସେହିପରି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିଦେ୍ର୍ଧଶକ ଏଚ୍.ଆର ବିଶ୍ୱାସ କହିଛନ୍ତି, ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଖଲ୍ଲିକୋଟରେ ସର୍ବାଧିକ ୧୫୮ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ନୟାଗଡ଼ରେ ୧୦୭.୫ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଛତ୍ରପୁରରେ ୮୬.୬ ଓ ଭୁବନେଶ୍ୱରରେ ୪୨.୩ ମିମି ବର୍ଷା ହୋଇଛି ।
 

Related News
satta king tw