Top Stories

Search here...

News

ପ୍ରତ୍ୟାହାର ହେଲା କୃଷି ଆନେ୍ଦାଳନ; ଡିସେମ୍ବର ୧୧ ରେ ଘରକୁ ଫେରିବେ କୃଷକ

Posted On - 6 minutes ago
Edited By Prabir Kumar
LAST UPDATED Dec 09, 2021 07:10 PM

ସରକାରଙ୍କ କୃଷକଙ୍କ ସବୁ ଦାବି ମାନିନେଇଛନ୍ତି । ହେଲେ  ସରକାର ଦେଇଥିବା ପ୍ରତିଶ୍ରୁତି ଯଦି ପୂରଣ ନ କରିନ୍ତି, ତା’ହେଲେ ଏହି ବୈଠକ ପରେ ପୁଣି ଆନେ୍ଦାଳନ କରିବ ବୋଲି କହିଛି କୃଷକ ସଙ୍ଗଠନ ।


BBSR Reporters

 

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ଓ ଏମଏସ୍ପି ଭଳି ଦାବି ନେଇ ଦୀର୍ଘ ଗୋଟିଏ ବର୍ଷ ହେଲା ଦିଲ୍ଲୀ ସୀମାରେ ଚାଷୀମାନେ କରୁଥିବା ଆନେ୍ଦାଳନ ପ୍ରତ୍ୟାହୃତ ହୋଇଛି । ଆସନ୍ତା ୧୧ ତାରିଖରୁ ଚାଷୀମାନେ ଦିଲ୍ଲୀ ସୀମାରୁ ନିଜ ନିଜ ଘରକୁ ଫେରିବେ । ତେବେ ଜାନୁଆରୀ ୧୫ରେ କୃଷକଙ୍କର ପୁଣି ଗୋଟିଏ ସମୀକ୍ଷା ବୈଠକ ବସିବ । ସରକାର ଦେଇଥିବା ପ୍ରତିଶ୍ରୁତି ଯଦି ପୂରଣ ନ କରିନ୍ତି, ତା’ହେଲେ ଏହି ବୈଠକ ପରେ ପୁଣି ଆନେ୍ଦାଳନ କରିବ ବୋଲି କହିଛି କୃଷକ ସଙ୍ଗଠନ । 


ସରକାର ଲିଖିତ ଭାବେ ଚାଷୀଙ୍କ ସବୁ ଦାବି ମାନିବାକୁ ରାଜି ହୋଇଛନ୍ତି । ସରକାରଙ୍କ କଥାରେ ବିଶ୍ୱାସ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆଜି ଆନେ୍ଦାଳନକୁ ଶେଷ କରିବାକୁ ନିଷ୍ପତ୍ତି ହୋଇଛି । ଆଜି ଚାଷୀ ନେତା ଗୁରୁନାମ ସିଂହ କହିଛନ୍ତି, ଆମେ ଆନେ୍ଦାଳନ ଶେଷ କରିବାକୁ ନିଷ୍ପତ୍ତି ନେଇଛୁ । ଆମେ ଜାନୁଆରୀ ୧୫ରେ ଗୋଟିଏ ସମୀକ୍ଷା ବୈଠକ କରିବୁ । ଯଦି ସରକାର ପ୍ରତିଶ୍ରୁତି ପୂରଣ ନ କରିବେ, ତା’ହେଲେ ଆମେ ପୁଣି ଆନେ୍ଦାଳନ ଆରମ୍ଭ କରିବୁ । ଆଜି ବି ଏମଏସ୍ପି ଓ ଋଣ ଭଳି ସମସ୍ୟା ଚାଷୀଙ୍କ ଆଗରେ ରହିଛି । ଡିସେମ୍ବର ୧୫ ସୁଦ୍ଧା ଚାଷୀ ଆନେ୍ଦାଳନ ସଂପୂର୍ଣ୍ଣ ଭାବେ ଶେଷ ହେବ ବୋଲି ଅନ୍ୟତମ ଚାଷୀ ନେତା ଦର୍ଶନପାଲ ସିଂହ ସୂଚନା ଦେଇଛନ୍ତି । ଏଥିସହ ଆନେ୍ଦାଳନ ଯୋଗୁ ଲୋକମାନେ ଭୋଗିଥିବା ସମସ୍ୟା ପାଇଁ ଚାଷୀମାନେ କ୍ଷମା ମଧ୍ୟ ମାଗିଛନ୍ତି ।

 

ସରକାର ଚାଷୀଙ୍କ ପାଖକୁ ପଠାଇଥିବା ଚିଠିରେ ଏମଏସ୍ପି ଧାର୍ଯ୍ୟ ଓ ଏହାକୁ ଆଇନଗତ ମାନ୍ୟତା ଦେବାକୁ କମିଟି ଗଠନ ହେବ ବୋଲି କହିଛନ୍ତି । ଏହି କମିଟିରେ କେନ୍ଦ୍ର, ରାଜ୍ୟର ସଦସ୍ୟ, କୃଷି ବିଶେଷଜ୍ଞ ଓ ସଂଯୁକ୍ତ କିଷାନ ମୋର୍ଚ୍ଚାର ପ୍ରତିନିଧି ରହିବେ । ସେହିପରି ନଡ଼ା ଜାଳିବା ପାଇଁ ଚାଷୀଙ୍କ ଉପରେ ଲାଗୁ ହେଉଥିବା ଜୋରିମାନା ପ୍ରାବଧାନକୁ ସରକାର ହଟାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । 

 

ଦିଲ୍ଲୀ, ହରିଆଣା, ଚଣ୍ଡିଗଡ଼, ଉତ୍ତର ପ୍ରଦେଶ ଓ ଅନ୍ୟ ରାଜ୍ୟଗୁଡ଼ିକରେ ଆନେ୍ଦାଳନ ବେଳେ ଚାଷୀଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଥିଲା । ଏହାକୁ ତକôାଳ ଭାବେ ପ୍ରତ୍ୟାହାର କରାଯିବ ବୋଲି କେନ୍ଦ୍ର ସରକାର ଚିଠିରେ ଉଲ୍ଲେଖ କରିଛନ୍ତି । ଆନେ୍ଦାଳନ ବେଳେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ କ୍ଷତିପୂରଣ ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି କେନ୍ଦ୍ର ସରକାର କହିଥିବା ଜଣାପଡ଼ିଛି ।

 

୨୦୨୦ ମସିହା ନଭେମ୍ବର ୨୬ରୁ ଦିଲ୍ଲୀର ସିଙ୍ଘୁ, ଗାଜିପୁର ଓ ଟିକରି ସୀମାରେ ଶତାଧିକ ଚାଷୀ ଆନେ୍ଦାଳନ ଆରମ୍ଭ କରିଥିଲେ । କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର ଦାବିରେ ଶତାଧିକ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । 

 

ପ୍ରଥମେ ସରକାର ଚାଷୀଙ୍କୁ ବୁଝାଇବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇôଥଲେ । ଶେଷରେ ଚଳିତ ବର୍ଷ ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କ୍ଷମା ମାଗିବା ସହ କୃଷି ଆଇନ ପ୍ରତ୍ୟାହାର କରାଯିବ ବୋଲି କହିଥିଲେ । ଏହାପରେ ସଂସଦରେ ଆଇନକୁ ପ୍ରତ୍ୟାହାର କରାଯାଇଥିଲା । 

 

ତେବେ ଚାଷୀମାନେ ଏମଏସ୍ପିର ଗ୍ୟାରେଣ୍ଟି, ଆନେ୍ଦାଳନ ବେଳେ ଚାଷୀଙ୍କ ବିରୋଧରେ ରୁଜୁ ମାମଲା ପ୍ରତ୍ୟାହାର ଦାବିରେ ଆନେ୍ଦାଳନ ଜାରି ରଖିଥିଲେ । ଦିନକୁ ଦିନ ଚାପ ବଢ଼ିବାରୁ କେନ୍ଦ୍ର ସରକାର ଚାଷୀଙ୍କ ସବୁ ଦାବି ମାନିବେ ବୋଲି ମଙ୍ଗଳବାର ଲଖିତ ପ୍ରତିଶ୍ରୁତି ଦେଇଥିଲେ । ଏହା ଉପରେ ମୋର୍ଚ୍ଚା ପକ୍ଷରୁ ଦୁଇ ଦିନ କାଳ ସିଙ୍ଘୁ ସୀମାରେ ବୈଠକ ବସିଥିଲା । ଶେଷରେ ଚାଷୀମାନେ କେନ୍ଦ୍ରର ପ୍ରସ୍ତାବକୁ ଗ୍ରହଣ କରି ଆନେ୍ଦାଳନ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
 

Related News
satta king tw