Top Stories

Search here...

News

ହରିୟାଣାର ପାହାଡ ଖସି ୪ ମୃତ; ୨୦ ରୁ ଅଧିକ ଶ୍ରମିକ ଫସିଥିବା ସୂଚନା

Posted On - 2 weeks ago
Edited By Team BbsrReporters
LAST UPDATED Jan 19, 2022 01:24 AM

ଶ୍ରମିକମାନେ ଗାଡିରେ ଖଣି ଅଞ୍ଚଳର ଗୋଟିଏ ଜାଗା ଅନ୍ୟ ଯାଗାକୁ ଯାଉଥିବା ବେଳେ ପାହାଡରୁ ଅତଡ଼ା ଖସିଥିଲା ଫଳରେ ଶ୍ରମିକଙ୍କ ଗାଡି ଫସି ରହିଛି ।

 

BBSR Reporters

 

ଚଣ୍ଡିଗଡ଼: ହରିୟାଣାର ଭିୱାନି ଜିଲ୍ଲାର ଏକ ଖଣି ଅଞ୍ଚଳରେ ଶନିବାର  ପାହାଡ ଖସି  ଘଟିଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଶ୍ରମିକ ଫସିଥିବା ସୂଚନା ମିଳିଛି । ତୋଶାମ ବ୍ଲକର ଦାଦାମ ଖଣି ଅଞ୍ଚଳରେ ଏହି ଅଘଟଣ ଘଟିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ତ୍ୱାରାନ୍ନିତ କରାଯାଇଛି । 


ଶ୍ରମିକମାନେ ଗାଡିରେ ଖଣି ଅଞ୍ଚଳର ଗୋଟିଏ ଜାଗା ଅନ୍ୟ ଯାଗାକୁ ଯାଉଥିବା ବେଳେ ପାହାଡରୁ ଅତଡ଼ା ଖସିଥିଲା ଫଳରେ ଶ୍ରମିକଙ୍କ ଗାଡି ଫସି ରହିଛି ।  ଏହି ଦୁର୍ଘଟଣାରେ ମୁଁ ମର୍ମାହତ ବୋଲି ହରିୟାଣା ମନ୍ତ୍ରୀ ଅନିଲ ବିଜୟ କହିଛନ୍ତି । ଉଦ୍ଧାର କାର୍ଯ୍ୟ ଏବଂ ଆହତମାନଙ୍କୁ ତୁରନ୍ତ ସହାୟତା ପାଇଁ ସ୍ଥାନୀୟ ପ୍ରଶାସନ ସହ ସେ ନିରନ୍ତର ଯୋଗାଯୋଗରେ ଥିବା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଟ୍ୱିଟ କରି ଜଣାଇଛନ୍ତି । 

 

ଉଦ୍ଧାର ପାଇଁ ମଧୁବନନରୁ ଏକ ଏସଡିଆରଫଏଫ ଟିମ୍ ଏବଂ ଗାଜିଆବାଦର ଏକ ଏନଡିଆରଏଫ୍ ଟିମ୍ ଡକାଯାଇଛି । ହିସାରରୁ ଏକ ସେନା ୟୁନିଟ୍କୁ ଡକାଯାଇଛି । ଏପର୍ଯ୍ୟନ୍ତ ଚାରି ଜଣଙ୍କର ମୃତ୍ୟୁ ହୋଇଛି ବୋଲି ହରିୟାଣା ମନ୍ତ୍ରୀ ଅନିଲ ବିଜୟ କହିଛନ୍ତି । ଉଦ୍ଧାର କାର୍ଯ୍ୟର ତଦାରଖ କରିବା ପାଇଁ ରାଜ୍ୟ କୃଷି ମନ୍ତ୍ରୀ ଉକ୍ତ ସ୍ଥାନରେ ପହଞ୍ଚିଛନ୍ତି । ସେ କହିଛନ୍ତି କିଛି ଲୋକ ପ୍ରାଣ ହରାଇଛନ୍ତି ଏବଂ ତିନି ଜଣଙ୍କୁ ଡାକ୍ତରଖାନା ନିଆଯାଇଛି ।

 

ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଃଖ ପ୍ରକାଶ କରିବା ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିବା ଟ୍ୱିଟ୍ କରି ଜଣାଇଛନ୍ତି । ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ ପକ୍ଷରୁ ଏହି ଅଞ୍ଚଳରେ ଖଣି କାର୍ଯ୍ୟ ଉପରେ ନିଷେଧାଦେଶ ହଟାଇବା ପରେ ଖଣି ଖନନ ଆରମ୍ଭ ହୋଥିଲା । 
 

Related News
satta king tw