Top Stories

Search here...

News

ତତଲା କଡେଇରେ ଓଡ଼ିଶା; ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ; ୪୪ ଡିଗ୍ରୀ ଉପରେ ରାଜ୍ୟର ୮ ସହର

Posted On - 2 minutes ago
Edited By Jyotirmayee Patanaik
LAST UPDATED Apr 28, 2022 07:59 PM

ମେ’ ପ୍ରଥମ ସପ୍ତାହରୁ ତାପମାତ୍ରା ଖସିବ । କାଳବୈଶାଖୀ ପ୍ରଭାବରେ ୨ ଡିଗ୍ରୀ ଯାଏଁ ତାତି ତଳକୁ ଖସିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

 

BBSR Reporters


ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଅହସ୍ୟ ଗ୍ରୀଷ୍ମ ପ୍ରବାହ । ଆଜି ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୪୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।  ଭୁବନେଶ୍ୱରରେ ୩୯ . ୮ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ କଟକରେ ୪୦ ଡଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ୪୪ ଡିଗ୍ରୀ ଉପରେ ରହିଛି ରାଜ୍ୟର ୮ ସହର । ୪୩ ଡିଗ୍ରୀ ଉପରେ  ରାଜ୍ୟର ୧୩ଟି ସହର ରହିଥିବା ବେଳେ ୪୦ ଡିଗ୍ରୀ ଉପରେ ୨୫ଟି ସହର ରହିଛି । 


ହିଟ୍ ୱେଭ୍ରେ ଲାଗିବ ବ୍ରେକ୍ । କାଳବୈଶାଖୀ ପ୍ରଭାବରେ ରାଜ୍ୟରେ କମିବ ତାତି । ମେ’ ପ୍ରଥମ ସପ୍ତାହରୁ ତାପମାତ୍ରା ଖସିବ । କାଳବୈଶାଖୀ ପ୍ରଭାବରେ ୨ ଡିଗ୍ରୀ ଯାଏଁ ତାତି ତଳକୁ ଖସିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏପଟେ ଆଜି ବି ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଅନୁଭୂିତ ହେଉଛି । 

 

ପ୍ରବଳ ତାତି ଯୋଗୁ ସ୍କୁଲ ଛୁଟିକୁ ବୃଦ୍ଧି କରାଯାଇପାରେ । ତେବେ ସ୍କୁଲ ଛୁଟି ବଢ଼ିବ କି ନାହିଁ, ସେ ନେଇ ଆସନ୍ତା ୧ କିମ୍ବା ୨ ତାରିଖ ଦିନ ନିଷ୍ପତି ନିଆଯାଇପାରେ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ମନ୍ତ୍ରୀ କହିଛନ୍ତି, ସ୍କୁଲ ଖୋଲାଯିବ ନା ନାହିଁ, ତାହା ସ୍ଥିତି ଦେଖି ନିଷ୍ପତି ନିଆଯିବ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୫ ଦିନ ଯାଏଁ ଛୁଟି ଘୋଷଣା କରିଛନ୍ତି ।

Related News
satta king tw