Top Stories

Search here...

News

ସମୂଦ୍ରରେ ବଳ ଗୋଟାଉଛି ବାତ୍ୟା ଅସାନି; ବିଭିନ୍ନ ସ୍ଥାନରେ ବର୍ଷା ଜାରି; ଆସନ୍ତାକାଲି ୩ ଜିଲ୍ଲାରେ ପ୍ରବଳ ବର୍ଷା

Posted On - 1 minute ago
Edited By Prabir Kumar
LAST UPDATED May 09, 2022 08:43 PM

ଆସନ୍ତାକାଲି  ୩ ଜିଲ୍ଲାରେ ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲାର ଗୋଟିଏ ଅବା ଦୁଇଟି ସ୍ଥାନରେ  ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ତିନିଟି ଜିଲ୍ଲାରେ ୭୦ରୁ ଶହେ ୧୧୦ ମିଲିମିଟିର ବର୍ଷା ହୋଇପାବେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

 

BBSR reporters


ଭୁବନେଶ୍ୱର: ବାତ୍ୟା ଅସାନି ସ୍ଥଳ ଭାଗର ନିକଟତର ହେବାରେ ଲାଗିଛି । ବିଶାଖାପଟନମରେ ଥିବା ଡପଲର ରାଡାରରେ ବାତ୍ୟାର ବାହ୍ୟ ବଳୟରେ ଥିବା ବାଦଲର ଚିତ୍ର ଦେଖିବାକୁ ମିଳିଛି । ଆସନ୍ତା ୧୨ ତାରିଖରେ ଓଡ଼ିଶା ଉପକୂଳର ସବୁଠୁ ନିକଟବର୍ତି ହେବ ବାତ୍ୟା ଅସାନୀ । ପାରାଦୀପ ଠାରୁ ୧୧୦ କିଲୋମିଟିର ଦୂରତାରୁ ସମୂଦ୍ର ଭିତରେ ଉତର-ପୂର୍ବ ଦିଗରେ ଗତି କରିବ  । ଏହି ସମୟରେ ପବନର ବେଗ  ଘଂଟା ପ୍ରତି ୫୦ରୁ ୬୦ କିଲୋମିଟର ରହିବ । ବର୍ତମାନ ପୁରୀ ଠାରୁ ପ୍ରାୟ ୬୮୦ କିଲୋମିଟର ଦୂର ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ବାତ୍ୟା ଅସାନି ରହିଛି ।

 

ବତ୍ୟାର ପ୍ରଭାବରେ ରାଜ୍ୟର କେତକ ଜିଲ୍ଲାରେ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ସମୁଦ୍ର ଭିତରେ କେନ୍ଦ୍ରୀଭୂତ ହୋଇ ଅସାନି ବଳ ଗୋଟାଇ ଧିରେ ଧିରେ ଉପକୂଳ ମୁହାଁ ହେଉଛି । ଏହା ଗତ ୬ଘଂଟା ହେଲା, ଘଂଟାପ୍ରତି ୨୫ କିଲୋମିଟର ବେଗରେ ବଙ୍ଗୋପସାଗରର ଉତର-ପଶ୍ଚିମ ଦିଗକୁ ଗତି କରୁଛି । ପୁରୀର ଦକ୍ଷିଣ- ଦକ୍ଷିଣ-ପୂର୍ବ ଦିଗରେ ୬୮୦ କିଲୋମିଟର ଦୂରରେ ଅସାନି ରହିଛି । ୧୦ତାରିଖ ସନ୍ଧ୍ୟା ଯାଏ ଏହା ଉପକୂଳ ଆଡକୁ ମୁହାଁଇବ, ଏହା ପରେ ମୋଡ ବଦଳାଇ ଉତରପୂର୍ବ ଦିଗରେ ଗତି କରିବ ।

 

ବାତ୍ୟା ଉପକୂଳ ଛୁଇଁବ ନାହିଁ ବୋଲି କୁହାଯାଉଛି । ବାତ୍ୟା ଯୋଗୁ ଆସନ୍ତା ୧୨ ତାରିଖ ଯାଏ ଉତର-ପଶ୍ଚିମ ବଙ୍ଗୋପସାଗର ଅସାନ୍ତ ରହିବ  । ତେଣୁ ମସôଜୀବୀମାନଙ୍କୁ ୯ରୁ ୧୧ ତାରିଖ ଯାଏ ସମୂଦ୍ର ଭିତରକୁ ନ ଯିବାକୁ ବାରଣ କରାଯାଇଛି । ଧାମରା, ପାରାଦୀପ ସମେତ ଓଡ଼ିଶାର ସମସ୍ତ ସାମୂଦ୍ରିକ ବନ୍ଦରଙ୍କୁ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।

 

ବାତ୍ୟାରେ ପବନର ବେଗ ଅଧିକ ନ ରହିଲେ ବି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ସୂଚନା ମୁତବାକ, ଆସନ୍ତା  ୧୦ ତାରିଖରେ ୩ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲାର ଗୋଟିଏ ଅବା ଦୁଇଟି ସ୍ଥାନରେ  ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ତିନିଟି ଜିଲ୍ଲାରେ ୭୦ରୁ ଶହେ ୧୧୦ ମିଲିମିଟିର ବର୍ଷା ହୋଇପାବେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

 

ସେହିପରି ୧୧ ତାରିଖରେ ପାଖାପାଖି ୫ ଟି ଜିଲ୍ଲା ଯଥା-ପୁରୀ, ଗଞ୍ଜାମ, ଖୋର୍ଦ୍ଧା, କଟକ ଏବଂ ଜଗତସିଂହପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାରର ସମ୍ଭାବନା ରହିଛି । ସେହିପରି ୧୨ ତାରିଖରେ ୬ ଟି ଜିଲ୍ଲା ଯଥା -ପୁରୀ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର କଟକ ଏବଂ ଜଗତସିଂହପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କୌଣସି ପ୍ରକାରର ଜରୁରୀ ପରିସ୍ଥତିର ମୁକାବିଲା ପାଇଁ ଏହି ସବୁ ଜିଲ୍ଲା ପ୍ରସାସନକୁ ସତର୍କ ରଖାଯାଇଛି ।

Related News
satta king tw