Top Stories

Search here...

News

ଓଡ଼ିଶାରେ ବାତ୍ୟା ‘ଅସାନି’ର ପ୍ରଭାବ; ରାଜଧାନୀ ସମେତ ଉପକୂଳବର୍ତି ଜିଲ୍ଲାରେ ଲାଗିରହିଛି ବର୍ଷା

Posted On - 5 days ago
Edited By Prabir Kumar
LAST UPDATED May 16, 2022 09:08 AM

ସମୁଦ୍ର ମଧ୍ୟରେ ଅସାନି ସବୁଠାରୁ ତୀବ୍ର ସ୍ତର ଅତିକ୍ରମ କରିସାରିଛି । ଏହା ଏବେ ଧୀରେ ଧୀରେ ଦୁର୍ବଳ ହେବ  । ଏହି ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ସୂଚନା ଦେଇଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । 

 

BBSR Reporters


ଭୁବନେଶ୍ୱର: ବାତ୍ୟା ‘ଅସାନି’ ପ୍ରଭାବରେ ଭୁବନେଶ୍ୱର ସମେତ ରାଜ୍ୟର ଉପକୂଳବର୍ତି କେତକ ଜିଲ୍ଲାରେ ବର୍ଷା ହୋଇଛି । କିନ୍ତୁ ସମୁଦ୍ର ମଧ୍ୟରେ ଅସାନି ସବୁଠାରୁ ତୀବ୍ର ସ୍ତର ଅତିକ୍ରମ କରିସାରିଛି । ଏହା ଏବେ ଧୀରେ ଧୀରେ ଦୁର୍ବଳ ହେବ  । ଏହି ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ସୂଚନା ଦେଇଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

 

ଆଇଏମ୍ଡି ଡିଜି କହିଛନ୍ତି, ଆଜି ସନ୍ଧ୍ୟାରେ ‘ଅସାନି’ ଆନ୍ଧ୍ର ଉପକୂଳ ନିକଟବର୍ତ୍ତୀ ହୋଇ ଦିଗ ବଦଳାଇବ  । ଏହା ସହ ଆସନ୍ତାକାଲିଠୁ ଓଡ଼ିଶା ଉପକୂଳ ସମାନ୍ତରାଳରେ ଗତି କରିବ  । ଏହି ସମୟରେ ଓଡ଼ିଶା ଉପକୂଳ ସମୁଦ୍ରରେ ୪୦ରୁ ୬୦ କିମି ପବନ ବହିପାରେ  । ଉପକୂଳ ଜିଲ୍ଲାମାନଙ୍କରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ  । ୧୨ ତାରିଖ ବେଳକୁ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ୭ ରୁ ୧୧ ସେମି ବର୍ଷା ହେବାର ସମ୍ଭାବନା ରହିଛି  । କେତେକ ସ୍ଥାନରେ ମଧ୍ୟମ ଓ ସର୍ବାଧିକ ୭ରୁ ୧୧ ସେମି ବର୍ଷା ହୋଇପାରେ  ।

 

ବାତ୍ୟା ଅସାନି ପ୍ରଭାବରେ ଅଶାନ୍ତ ହେବାରେ ଲାଗିଛି ସମୁଦ୍ର । ଉଠୁଛି ବଡ ବଡ ଜୁଆର । ଫଳରେ ଲୋକଙ୍କୁ ବେଳାଭୂମିକୁ ନଯିବାକୁ ସତର୍କ କରାଉଛି ପ୍ରଶାସନ । ପୁରୀ ବେଳାଭୂମିରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସର୍ତକ ରହିବାକୁ ପରାମର୍ଶ ଦିଆଯାଇଛି । ବାତ୍ୟା ଅସାନି ପାଇଁ ସମୁଦ୍ର ଅଶାନ୍ତ ଥିବାରୁ ବେଳାଭୂମି ଉପରେ କଟକଣା ଲଗାଇଛି  । ଏହି ସମୟରେ କେହି ବେଳାଭୂମିକୁ ନଯିବାକୁ କୁହାଯାଇଛି । ସେପଟେ ପାରାଦୀପରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି । ପୁରୀ ଓ ପାରାଦୀପରେ ୨ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।

 

ସେପଟେ ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ୨ ଦିନ ପାଇଁ ବେଳାଭୂମିକୁ ଆସିବାକୁ ବାରଣ କରିଛି ଗଂଜାମ ଜିଲ୍ଲା ପ୍ରଶାସନ । ଯଦିଓ ବାତ୍ୟା ସ୍ଥଳଭାଗ ଛୁଇଁବ ନାହିଁ, କିନ୍ତୁ ସତର୍କତା ଦୃଷ୍ଟିରୁ ପ୍ରଶାସନ ଲୋକଙ୍କ ପାଇଁ ଏହି କଟକଣା ଜାରି ରହିଛି । କଟକଣା ପରେ ବେଳାଭୂମିରେ ଲୋକଙ୍କ ସମାଗମ ମଧ୍ୟ କମିଥିବା ଦେଖିବାକୁ ମିଳିଛି । ଓଡ଼ିଶା ଉପକୂଳ ସମୁଦ୍ରରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ସମୁଦ୍ର ଅଶାନ୍ତ ରହିଥିବାରୁ ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳର ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

Related News
satta king tw