Top Stories

Search here...

News

ରାଜ୍ୟରୁ ହଟିଲା ସମସ୍ତ କୋଭିଡ କଟକଣା; ପ୍ରତ୍ୟାହାର ହେଲା କୋଭିଡ୍ ମହାମାରୀ ଆଇନ 

Posted On - 2 months ago
Edited By Prabir Kumar
LAST UPDATED Jun 29, 2022 03:50 PM

୨୦୨୦ ମାର୍ଚ୍ଚ ୧୩ ତାରିଖରେ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନ୍ତର୍ଗତ କୋଭିଡକୁ ମହାମାରୀ ଘୋଷଣା କରାଯିବା ସହ ଏହାର ପରିଚାଳନା ନିମନ୍ତେ ଆବଶ୍ୟକ ଗାଇଡଲାଇନ୍ ଜାରି ହୋଇଥିଲା  ।

 

BBSR Reporters


ଭୁବନେଶ୍ୱର: କରୋନା ସଂକ୍ରମଣ ହ୍ରାସ ପାଇବାରୁ ରାଜ୍ୟ ସରକାର ସମସ୍ତ ପ୍ରକାରର କୋଭିଡ୍ କଟକଣାକୁ ହଟାଇ ଦେଇଛନ୍ତି  । ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନ୍ତର୍ଗତ କୋଭିଡ୍ ପରିଚାଳନା କରାଯାଉଥିବା ବେଳେ ଏହି ମହାମାରୀ ସଂକ୍ରାନ୍ତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି ।


୨୦୨୦ ମାର୍ଚ୍ଚ ୧୩ ତାରିଖରେ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନ୍ତର୍ଗତ କୋଭିଡକୁ ମହାମାରୀ ଘୋଷଣା କରାଯିବା ସହ ଏହାର ପରିଚାଳନା ନିମନ୍ତେ ଆବଶ୍ୟକ ଗାଇଡଲାଇନ୍ ଜାରି ହୋଇଥିଲା  । କିନ୍ତୁ ସମଗ୍ର ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ଓ କେନ୍ଦ୍ର ସରକାର ବିପର୍ଯ୍ୟୟ ଆଇନରୁ କୋଭିଡ୍ ପରିଚାଳନାକୁ ବାଦ୍ ଦେବା ସଂକ୍ରାନ୍ତ ବିଜ୍ଞପ୍ତି ମାର୍ଚ୍ଚ ୨୨ତାରିଖରେ ଜାରି କରିବା ସହ ସମସ୍ତ ରାଜ୍ୟକୁ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ  ।

 

ଓଡ଼ିଶା ସରକାର ମାର୍ଚ୍ଚ ୨୮ତାରିଖରେ ଏହି କୋଭିଡ୍ ପରିଚାଳନାକୁ ବିପର୍ଯ୍ୟୟ ଆଇନ-୨୦୦୫ରୁ ବାଦ୍ ଦେବାକୁ ବିଜ୍ଞପ୍ତି ଜାରି କରିଛନ୍ତି  । ତେବେ ରାଜ୍ୟରେ କୋଭିଡ୍ ମାମଲା ବୃଦ୍ଧି ପାଇଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ଆଧାରରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଓ ପଦକ୍ଷେପ ନେଇପାରିବ ବୋଲି ନିଦେ୍ର୍ଧଶନାମାରେ ଉଲ୍ଲେଖ କରାଯାଇଛି  ।

 

ସୂଚନାଯୋଗ୍ୟ, ଦେଶରେ କୋଭିଡ୍ ସଂକ୍ରମଣ ମାମଲା ଚିହ୍ନଟ ହେବା ପରେ ଓଡ଼ିଶା ସରକାର ୨୦୨୦ ମାର୍ଚ୍ଚ ୧୩ ତାରିଖରେ ଏହାକୁ ମହାମାରୀ ଘୋଷଣା କରିବା ସହ ବିପର୍ଯ୍ୟୟ ଆଇନ-୨୦୦୫ ଅନ୍ତର୍ଗତ ଏହାର ପରିଚାଳନା କରିଥିଲେ  ।

Related News
satta king tw