Top Stories

Search here...

News

ଭାରତରୋ ଓମିକ୍ରନ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି

Posted On - 3 months ago
Edited By Team BbsrReporters
LAST UPDATED Jun 28, 2022 04:42 AM

ଓମିକ୍ରନର ଗୋଟିଏ ସବ ଭାରିଏଣ୍ଟ ପୁଣି ବିଶ୍ୱରେ ସଂକ୍ରମଣ ବୃଦ୍ଧି କରିପାରେ ବୋଲି ହୁ’ ଆଶଙ୍କା ପ୍ରକାଶ କରିଛି।

 

BBSR Reporters

 

ନୂଆଦିଲ୍ଲୀ: ଭାରତରେ କରୋନା ଓମିକ୍ରନ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଏଥିଯୋଗୁ ବିଭିନ୍ନ ରାଷ୍ଟ୍ର ଲଗାଇଥିବା କଟକଣାକୁ ପ୍ରତ୍ୟାହାର କରୁଛନ୍ତି। ଜନଜୀବନକୁ ସ୍ୱାଭାବିକ କରିବାକୁ ମଧ୍ୟ ପ୍ରୟାସ ଚାଲିଛି।

 

ହେଲେ କରୋନା ବିପଦ ଏଯାଏ ଟଳିନି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ’) ପକ୍ଷରୁ ସତର୍କ କରାଯାଇଛି। ବିଶେଷ କରି ଓମିକ୍ରନର ଗୋଟିଏ ସବ ଭାରିଏଣ୍ଟ ପୁଣି ବିଶ୍ୱରେ ସଂକ୍ରମଣ ବୃଦ୍ଧି କରିପାରେ ବୋଲି ହୁ’ ଆଶଙ୍କା ପ୍ରକାଶ କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କୋଭିଡ ୧୯ ବୈଷୟିକ ମୁଖ୍ୟ ମାରିଆ ଭାନ କେରଖୋଭେ କହିଛନ୍ତି, “ଭାଇରସ ଏବେ ବି ସକ୍ରିୟ ରହିଛି ଏବଂ ଓମିକ୍ରନର ଏକାଧିକ ସବ ଭାରିଏଣ୍ଟ ସାମ୍ନାକୁ ଆସିଛି।

ଆମେ ସେସବୁ ଟ୍ରାକ୍ କରୁଛୁ। ଆମେ ବର୍ତ୍ତମାନ ବିଏ.୧, ବିଏ ୧.୧, ବିଏ.୨ ଓ ବିଏ.୩ ଭାରିଏଣ୍ଟ ବିଷୟରେ ଜାଣିବାକୁ ପାଇଛୁ। ଓମିକ୍ରନ ଯେଉଁଭଳି ଭାବେ ମାରାତ୍ମକ ଡେଲ୍ଟା ଭାରିଏଣ୍ଟର ସ୍ଥାନ ସମଗ୍ର ବିଶ୍ୱରେ ନେଲା, ତାହା ଅଦ୍ଭୂତ ଘଟଣା। ଏହା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ଓମିକ୍ରନର ବିଏ.୧ ଭାରିଏଣ୍ଟରେ ଅଧିକାଂଶ ଲୋକ ଆକ୍ରାନ୍ତ ହୋଇଥିଲେ। କିଛି ସ୍ଥାନରେ ବିଏ.୨ ଭାରିଏଣ୍ଟ ମଧ୍ୟ ସଂକ୍ରମଣ ବୃଦ୍ଧି କରିଛି।

ବିଏ.୧ ଅପେକ୍ଷା ବିଏ.୨ ଭାରିଏଣ୍ଟ ଅଧିକ ସଂକ୍ରାମକ। ତେବେ ବିଏ.୧ ଭାରିଏଣ୍ଟ ଅପେକ୍ଷା ବିଏ.୨ କେତେ ଘାତକ ସେକଥା ଏଯାଏ ଜଣାପଡ଼ିନି। ଏହା ଉପରେ ଅଧିକ ଗବେଷଣା କରାଯାଉଛି।”

 

ଓମିକ୍ରନରେ ସଂକ୍ରମଣ ହେଲେ ମଧ୍ୟମଧରଣର ଲକ୍ଷଣ ଦେଖାଯାଉଛି। ଏହା ଡେଲ୍ଟା ଭଳି ଅଧିକ ଘାତକ ହେଉନାହିଁ। ତଥାପି ଓମିକ୍ରନରେ ଆକ୍ରାନ୍ତ ହେଉଥିବା ଲୋକମାନେ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। କିଛି ଲୋକଙ୍କ ମୃତ୍ୟୁ ମଧ୍ୟ ଘଟୁଛି।

ଏହା ସାଧାରଣ ଥଣ୍ଡା କିମ୍ବା ଇନଫ୍ଲୁଏଞ୍ଜା ନୁହେଁ। ଆମକୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ। ଗତ ସପ୍ତାହରେ ସମଗ୍ର ବିଶ୍ୱରେ ୭୫ ହଜାର ଲୋକ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ମଧ୍ୟ ସେ କହିଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ସମଗ୍ର ବିଶ୍ୱରେ ବିଏ.୨ ଭାରିଏଣ୍ଟ କାୟା ବିସ୍ତାର କରୁଛି। ପ୍ରତି ୫ ଜଣରୁ ଜଣେ ବ୍ୟକ୍ତି ଏହି ସବ ଭାରିଏଣ୍ଟରେ ଆକ୍ରାନ୍ତ ହେଉଛନ୍ତି। ଆଗକୁ ଏହା ସଂକ୍ରମଣ ବୃଦ୍ଧି କରିବାର ଆଶଙ୍କା ରହିଛି।

 

Related News
satta king tw