Top Stories

Search here...

News

କରୋନା କଟକଣା ହଟାଅ ନଚେତ୍ ପରିବର୍ତନ କର; ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିଦେ୍ର୍ଧଶ

Posted On - 3 months ago
Edited By Prabir Kumar
LAST UPDATED Jun 28, 2022 04:43 AM

ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଚିଠି ଲେଖି କହିଛନ୍ତି ଯେ ସ୍ଥାନୀୟ ଅଧିକାରୀମାନେ ସ୍ଥିତିର ସମୀକ୍ଷା କରି କଟକଣା କୋହଳ କରନ୍ତୁ କିମ୍ବା କୋଭିଡ କଟକଣା-୧୯ କଟକଣା ପ୍ରତ୍ୟାହାର କରନ୍ତୁ । 

 

BBSR_Reporters

 

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଏବେ ଆଶାତୀତ ଭାବେ ହ୍ରାସ ପାଇବାରେ ଲାଗିଛି । ଏହା ସତ୍ତ୍ୱେ କିଛି ରାଜ୍ୟରେ ଅତିରିକ୍ତ କଟକଣା ବଳବତ୍ତର ରହିଛି । ଏହି ଅତିରିକ୍ତ କଟକଣାକୁ ହଟାଇବା ପାଇଁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ଚିଠି ଲେଖାଯାଇଛି ।

 

ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଚିଠି ଲେଖି କହିଛନ୍ତି, ସ୍ଥାନୀୟ ଅଧିକାରୀମାନେ ସ୍ଥିତିର ସମୀକ୍ଷା କରି କଟକଣା କୋହଳ କରନ୍ତୁ କିମ୍ବା କୋଭିଡ କଟକଣା-୧୯ କଟକଣା ପ୍ରତ୍ୟାହାର କରନ୍ତୁ । ଏବେ ସମଗ୍ର ଦେଶରେ କରୋନା ଗ୍ରାଫ ତଳମୁହାଁ ହୋଇଛି । ତେଣୁ ରାଜ୍ୟ ଗୁଡ଼ିକ ତଦ୍ନୁଯାୟୀ ପଦକ୍ଷେପ ନିଅନ୍ତୁ ।

 

୨୦୨୨ ଜାନୁଆରୀ ୨୧ ପରଠାରୁ ଦେଶରେ ନିୟମିତ ଭାବେ ସଂକ୍ରମଣ ହ୍ରାସ ପାଉଛି । ଗତ ସପ୍ତାହରେ କରୋନାର ଦୈନିକ ସଂକ୍ରମଣ ହାର ୫୦,୪୭୬ ଥିଲା । ହେଲେ ୨୪ ଘଣ୍ଟା ମଧ୍ୟରେ ଦୈନିକ ସଂକ୍ରମଣ ୨୭,୪୦୯ ରହିଛି । ଫେବୃଆରୀ ୧୫ରେ ଦୈନିକ ପଜିଟିଭିଟି ରେଟ୍ ୩.୩୬%କୁ ଖସି ଆସିଛି ।

 

ସଂକ୍ରମଣ ହ୍ରାସ ପାଉଥିବାରୁ ରାଜ୍ୟ ସରକାରମାନେ ଲୋକଙ୍କ ଯାତାୟାତ ଓ ଆର୍ଥôକ କାରବାରକୁ କ୍ଷତି ପହଞ୍ଚାଉଥିବା ଭଳି ଅତିରିକ୍ତ କଟକଣା ଲାଗୁ କରିବା ଉଚିତ ନୁହେଁ । ଯଦି କୌଣସି କଟକଣା ଲାଗୁ ହୋଇଛି, ତା’ହେଲେ ଏଗୁଡ଼ିକ ରାଜ୍ୟ ସରକାରମାନେ ପ୍ରତ୍ୟାହାର କରି ନିଅନ୍ତୁ ।

 

ତେବେ ଚିଠିରେ ରାଜ୍ୟଗୁଡ଼ିକୁ ଦୈନିକ ସଂକ୍ରମଣର ସମୀକ୍ଷା ପୂର୍ବଭଳି କରିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ସ୍ୱାସ୍ଥ୍ୟ ସଚିବ ସଂକ୍ରମଣ ରୋକିବାକୁ ଜାରି ୫ ସୂତ୍ରୀ ନିୟମ ପାଳନ କରିବାକୁ କହିଛନ୍ତି । ସେଗୁଡ଼ିକ ହେଲା ଟେଷ୍ଟ, ଟ୍ରାକ, ଟ୍ରିଟ, ଟିକାକରଣ ଓ କୋଭିଡର ଉଚିତ ବ୍ୟବହାର ।

Related News
satta king tw