Top Stories

Search here...

News

ଭୁବନେଶ୍ୱରରେ ବିପଜ୍ଜନକ ସ୍ଥିତିରେ ଅତି ବାଇଗଣି ବିକିରଣ ରଶ୍ମୀ; ଶରୀର ପାଇଁ ହୋଇପାରେ ବିପଦ

Posted On - 2 months ago
Edited By Jyotirmayee Patanaik
LAST UPDATED Jun 30, 2022 12:44 PM

ଜାଣନ୍ତୁ ଅତି ବାଇଗଣୀ ରଶ୍ମୀ କ’ଣ  ଏବଂ ଏହା ଦ୍ୱାରା କ’ଣ ପ୍ରଭାବ ପଡେ?

 

BBSR Reporters

 

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଚନ୍ତାଜନକ ଖବର ଆସିଛି ରାଜଧାନୀ ଭୁବନେଶ୍ୱରରୁ ।  ୱେଦର ଅନଲାଇନର ଆକଳନ ଅନୁସାରେ ଭୁବନେଶ୍ୱରରେ ବିପଜ୍ଜନକ ସ୍ଥିତିରେ ରହିଛି ଅଲଟ୍ରା ଭାୟୋଲେଟ୍ ଇଣ୍ଡେକ୍ସ ବା ଅତି ବାଇଗଣି ବିକିରଣ ରଶ୍ମୀର ମାତ୍ରା । ଭୁବନେଶ୍ୱରରେ ୟୁଭି ମାତ୍ରା ୧୨ରେ ପହଂଚିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହା ଅପରିବର୍ତିତ ରହିପାରେ । ଦିନ ୧୦ଟାରୁ ୪ଟା ଯାଏଁ ଏହାର ମାତ୍ରା ଅଧିକ ରହିବ । ଗତକାଲି ସକାଳ ୯ଟାରେ ୟୁଭି ମାତ୍ରା ୮ ରହିଥିଲା । ଦିନ ୧୦ଟା ବେଳକୁ ୟୁଭି ମାତ୍ରା ବଢି ୧୧ ହୋଇଥିଲା । ୧୧ଟାରୁ ୧୨ଟା ଯାଏଁ ୟୁଭି ମାତ୍ରା ୧୨ରେ ଅପରିବର୍ତିତ ରହିଥିଲା ।

 

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ୟୁଭିର ଏଭଳି ଭୟଙ୍କର ସ୍ତରକୁ ନେଇ ଆଶଙ୍କା ବୃଦ୍ଧି ପାଇଛି । ଏହାକୁ ନେଇ ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇପାରେ । ଅଲଟ୍ରା ଭାୟୋଲେଟ୍ ଇଣ୍ଡେକ୍ସ ବା ଅତି ବାଇଗଣି ବିକିରଣ ରଶ୍ମୀର ଏକ ନିର୍ଦ୍ଧିଷ୍ଟ ସ୍ତର ରହିଛି । କିନ୍ତୁ ଭୁବନେଶ୍ୱରରେ ୧୧ଟାରୁ ୧୨ଟା ଭିତରେ ଯେଉଁ ସ୍ତର ରହୁଛି ତାହା ଅତି ବିପଦଜନକ । ତେଣୁ ଦିନ ୧୧ଟା ପରେ ଘରୁ ନବାହାରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି । ଏହି ସମୟରେ ବାହାରିଲେ ଯେ କୌଣସି ମଣିଷ ପାଇଁ ବଡ ବିପଦ ଆଣିପାରେ । 


ୟୁଭି ସ୍ତର ୮, ୯ କିମ୍ବା ୧୦ ରହିଲେ ଏହା ବିପଦ ବୋଲି ଧରାଯିବ ।    ୧୧ରୁ ଅଧିକ ହେଲେ ଏହା ଅତି ବିପଜ୍ଜନକ ବୋଲି ଧରାଯିବ ।  ବିକିରଣ ରଶ୍ମିର ସଂସ୍ପର୍ଶରେ ଆସିଲେ ଶରୀରର ଅନେକ କ୍ଷତି ହୋଇଥାଏ ।       ଚର୍ମ କର୍କଟ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ ।     ୫ ମିନିଟ୍ ଖରାରେ ସିଧାସଳଖ ସଂସ୍ପର୍ଶରେ ଆସିଲେ କର୍କଟ ରୋଗ ଆଶଙ୍କା ।      ଆଖି ଉପରେ ମଧ୍ୟ ଗୁରୁତର ପ୍ରଭାବ ପକାଇପାରେ ୟୁଭି ।  ଅଧିକ ୟୁଭି ମାତ୍ରା ପ୍ରଭାବରେ ଦୃଷ୍ଟିଶକ୍ତି ହରାଇବାର ଆଶଙ୍କା ରହିଛି l

 

ଜାଣନ୍ତୁ ଅତି ବାଇଗଣୀ ରଶ୍ମୀ କ’ଣ  ଏବଂ ଏହା ଦ୍ୱାରା କ’ଣ ପ୍ରଭାବ ପଡେ ?

 

ଅଲଟ୍ରା ଭାଓଲେଟ୍ ରେ’ ଅବା ଅତି ବାଇଗଣୀ ରଶ୍ମୀ ହେଉଛି ବୈଦୁ୍ୟତିକ ଓ ଚମ୍ବକୀୟ ଗୁଣ ବିଶିଷ୍ଟ ତରଙ୍ଗର ବିକିରଣ । ବୈଦୁ୍ୟତିକ ଓ ଚମ୍ବକୀୟ ଅବା ଇଲୋକ୍ଟ୍ରୋମ୍ୟାଗନେଟିକ୍ ରେଡିଏସନରେ ଅଲଟ୍ରା ଭାଓଲେଟ୍ ରେ’ ସହ ଏକ୍ସ ରେ, ଗାମା ରେ,  ଇନ୍ଫାରେଡ୍ ରେ, ରେଡିଓ ୱେଭ୍, ମାଇକ୍ରୋ ୱେଭ୍୍ ଥାଏ  । ଅଲଟ୍ରା ଭାଓଲେଟ୍ ରେ’ ୧୦ ନାନୋ ମିଟରରୁ ୪ ଶହ ନାନୋ ମିଟରର ତରଙ୍ଗ ରହିଥାଏ । ଅତି ବାଇଗଣୀ ରଶ୍ମୀ ସୂର୍ଯ୍ୟ କିରଣରୁ ଆସିଥାଏ । ଏହା ସୂର୍ଯ୍ୟ କିରଣର ମାତ୍ର ୧୦ ପ୍ରତିଶତ ।

 

ଅତି ବାଇଗଣୀ ରଶ୍ମୀ ତିନି ପ୍ରକାରର ଯଥା: ଅଲଟ୍ରା ଭାଓଲେଟ୍ ଏ. ଅଲଟ୍ରା ଭାଓଲେଟ୍ ବି, ଅଲଟ୍ରା ଭାଓଲେଟ୍ ସି । ଅଲଟ୍ରା ଭାଓଲେଟ୍ ଏ ରଶ୍ମୀର ୯୮. ୭ ପ୍ରତିଶତ ପୃଥୀବି ପୃଷ୍ଠର ବାୟୁମଣ୍ଡଳର ଓଜନ ସ୍ତରକୁ ପ୍ରଭାବିତ କରିଥାଏ l ଅଲଟ୍ରା ଭାଓଲେଟ୍ ଏ ରଶ୍ମୀ ମଣିଷ ସ୍କିନ୍ ଉପରେ ପ୍ରଭାବ ପକାଇଥାଏ ।  ଏହା ଦ୍ୱାରା ଚର୍ମ କର୍କଟ, ମେଲାନୋଭା ରୋଗ ହୋଇଥାଏ । । ଅଲଟ୍ରା ଭାଓଲେଟ୍ ଏ ଯୋଗୁ ଘରର ରଙ୍ଗ ଉଡି ଯାଇଥାଏ ।

 

ଅଲଟ୍ରା ଭାଓଲେଟ୍ ବି’ ର ମାତ୍ର ୧. ୩ ପ୍ରତିଶତ ରଶ୍ମୀ ପୃଥୀବି ଉପରେ ପଡିଥାଏ, ଯାହା ଓଜନ ସ୍ତରକୁ ବହୁଳ ମାତ୍ରାରେ କ୍ଷତି ପହଂଚାଇଥାଏ । ଅଲଟ୍ରା ଭାଓଲେଟ୍ ବି ରଶ୍ମୀ  ଶରୀର  ଚର୍ମକୁ ଟାନ୍ ଅବା କଳା ପକାଇ ଦେଇଥାଏ,  ସନବର୍ଣ୍ଣ ଭଳି ସମସ୍ୟା ଦେଖାଯାଇଥାଏ । ଅଲଟ୍ରା ଭାଓଲେଟ୍  ସି ରଶ୍ମୀ ପୃଥିବିରେ ପହଂଚି ନଥାଏ । ପୃଥିବିରେ ପହଂଚିବା ପୂର୍ବରୁ ଏହା ବାୟୁମଣ୍ଡଳରେ ଏହା ଉଭେଇ ଯାଇଥାଏ
 

Related News
satta king tw