Top Stories

Search here...

News

 ‘ମନ୍ କି ବାତ୍’ ଶୁଣିଲେ ସମସ୍ତଙ୍କୁ କର୍ତବ୍ୟ ପଥରେ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ:ଧର୍ମେନ୍ଦ୍ର ପ୍ରଧାନ  

Posted On - 1 minute ago
Edited By Jyotirmayee Patanaik
LAST UPDATED May 29, 2022 09:04 PM

ଭାରତର ଭାଷା ବିବିଧତାକୁ ଅଧିକ ମଜଭୂତ କରିବାରେ ଦେଶବାସୀଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ l

 

BBSR Reporters

 

ଭୁବନେଶ୍ୱର:କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ନୂଆଦିଲ୍ଲୀ ତିନମୂର୍ତି ମଣ୍ଡଳ ସ୍ଥିତ ବିଆର୍ କ୍ୟାମ୍ପ ଠାରେ ଦଳୀୟ କର୍ମୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍ କାର୍ଯ୍ୟକ୍ରମ’କୁ ଶୁଣିବା ସହ ପ୍ରଧାନମନ୍ତ୍ରୀଙ୍କ ବହୁମୂଲ୍ୟ ବାର୍ତା ପ୍ରତ୍ୟେକଙ୍କୁ କର୍ତବ୍ୟ ପଥରେ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି । ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶର ଭାଷା, ଲିପି ଏବଂ କଥିତ ଭାଷାର ସମୃଦ୍ଧ ଭଣ୍ଡାର ଏବଂ ଆମର ସାଂସ୍କୃତିକ ପରିଚୟ ବିଷୟରେ ଆଲୋଚନା କରିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

ସେ ଟ୍ୱିଟ୍ କରିଛନ୍ତି ଯେ, ବିଭିନ୍ନ ଅଂଚଳରେ ବିବିଧ ବେଶପୋଷାକ, ଖାଦ୍ୟପାନୀୟ, ସଂସ୍କୃତି ଆମ ପରିଚୟ । ଏହି ବିବିଧତା ଗୋଟିଏ ରାଷ୍ଟ୍ର ରୂପେ ଆମକୁ ଅଧିକ ସଶକ୍ତ କରୁଛି ଏବଂ ଏକାଠି ବାନ୍ଧିରଖୁଛି । ଏକ ଭାରତ-ଶ୍ରେଷ୍ଠ ଭାରତର ଭାବନାରେ ଭାରତର ଭାଷା ଗୁଡ଼ିକର ବିବିଧତାକୁ ଅଧିକ ମଜଭୂତ କରିବାରେ ଦେଶବାସୀଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ । ଉତରାଖଣ୍ଡର ଝିଅ କଳ୍ପନା କନ୍ନଡ ଭାଷା ଶିଖିବା, ପଶ୍ଚିମବଙ୍ଗର ଶ୍ରୀପତି ଟୁଡୁ ସାନ୍ତାଳୀ ସମାଜ ପାଇଁ ସେମାନଙ୍କ ନିଜର ଅଲ୍ଚିକି ଲିପିରେ ଦେଶର ସମ୍ବିଧାନର ନକଲ ପ୍ରସ୍ତୁତ କରିବା ଏହି ଭାବନାର ପ୍ରତୀକ ।

 

ସ୍ୱଚ୍ଛତାକୁ ସଂକଳ୍ପରେ ଦୋହରାଇବା, କେଦାରଧାମରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ସ୍ୱଚ୍ଛତା ଏବଂ ସେବାର ସାଧନା, ଯୋଗ ଦିବସ ପାଇଁ ଉତ୍ସାହ, ବାଳିକାଙ୍କୁ ଶିକ୍ଷା, ଜାପାନରେ ଆମର ସଂସ୍କୃତି ପାଇଁ ଶ୍ରଦ୍ଧା ଏବଂ ସେଲ୍ପ ଫର୍ ସୋସାଇଟି ଉପରେ ଆଲୋଚନା ପ୍ରତ୍ୟେକଙ୍କୁ ସେମାନଙ୍କର କର୍ତବ୍ୟକୁ ଅନୁସରଣ କରିବା ସହ ସମାଜକୁ ସଶକ୍ତ କରିବା ପାଇଁ ପ୍ରେରଣା ଯୋଗାଇବ । ଛୋଟ ଛୋଟ ଗାଁରୁ ଛୋଟ ଛୋଟ ସହରୁ ଆସୁଥିବା ଲୋକମାନେ ଭାରତର ଷ୍ଟ୍ରାଟ ଅପ୍ ଇକୋସିଷ୍ଟମ ସହ ଯୋଡ଼ି ହେଉଥିବା ବେଳେ ନିଯୁକ୍ତିଦାତା ଯୁବକ ଯୁବତୀ, ନ୍ୟୁ ଇଣ୍ଡିଆର ସ୍ପିରିଟ୍ ଉପରେ ଚର୍ଚ୍ଚା, ଶ୍ରୀଧର ୱେମ୍ବୁ, ମଦନ ପଡ଼ାକି, ମୀରା ଶେନୋୟଙ୍କ ଭଳି ମେଂଟରଙ୍କ ଦ୍ୱାରା ଦକ୍ଷତା ଏବଂ ଗ୍ରାମୀଣ ଉଦ୍ୟୋଗୀକୁ ବୃଦ୍ଧି କରିବାରେ ଉଲ୍ଲେଖନୀୟ କାର୍ଯ୍ୟ ସମସ୍ତଙ୍କୁ ପ୍ରେରିତ କରିବ ।

 

ତାମିଲନାଡ଼ୁର ସ୍ଥାନୀୟ ସଂସ୍କୃତି ତାଞ୍ଜାୱ ୁର କଣ୍ଢେଇରୁ ଆସୁଥିବା ଭାରତୀୟତାର ମହକ ଏବଂ ଏଥିରୁ ଉତ୍ପନ୍ନ ମହିଳା ସଶକ୍ତିକରଣ ନୂତନ ଗାଥା ଏକ ସୁଖଦ ସଂଯୋଗ । ଆତ୍ମନିର୍ଭର ଅଭିଯାନକୁ ଅଧିକ ଗତି ଦେବା ଏବଂ ମାତୃଶକ୍ତିକୁ ଆଗକୁ ଆଗକୁ ନେବା ପାଇଁ ଆମେ ସମସ୍ତେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଉତ୍ପାଦ ଗୁଡ଼ିକୁ ଅଧିକରୁ ଅଧିକ ବ୍ୟବହାର କରିବା ପାଇଁ ସଂକଳ୍ପବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।
 

Related News
satta king tw