Top Stories

Search here...

News

ସ୍କୁଲ୍ ସମୟ ଘଂଟାଏ ବଢ଼ାଇବାକୁ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

Posted On - 1 minute ago
Edited By Jyotirmayee Patanaik
LAST UPDATED May 17, 2022 07:03 PM

ଏବେ ପାଣିପାଗରେ ପରିବର୍ତ୍ତନ ଘଟିଥିବାରୁ ଓ ତାପମାତ୍ରା ଅପେକ୍ଷାକୃତ ହ୍ରାସ ପାଇଥିବାରୁ ସ୍କୁଲର ପାଠପଢ଼ା ଅବଧିକୁ ବୃଦ୍ଧି କରିବା ପାଇଁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦେଇଛନ୍ତି । 

 

BBSR Reporters


ଭୁବନେଶ୍ୱର : ଖରା ପାଇଁ ମେ’ ୨ ତାରିଖରୁ ରାଜ୍ୟେ ସ୍କୁଲ୍ ଗୁଡ଼ିକ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଚାଲୁଥିବା ବେଳେ ଏହାକୁ ବଢ଼ାଇବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଏହି ମର୍ମରେ ଚିଠି ଲେଖି ସ୍କୁଲ୍ ପାଠପଢ଼ା ସମୟକୁ ୧୦ଟା ପର୍ଯ୍ୟନ୍ତ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି ।

 

ଏବେ ପାଣିପାଗରେ ପରିବର୍ତ୍ତନ ଘଟିଥିବାରୁ ଓ ତାପମାତ୍ରା ଅପେକ୍ଷାକୃତ ହ୍ରାସ ପାଇଥିବାରୁ ସ୍କୁଲର ପାଠପଢ଼ା ଅବଧିକୁ ବୃଦ୍ଧି କରିବା ପାଇଁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦେଇଛନ୍ତି । ଏହି ଅବଧି ବଢ଼ିଲା ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀ ଚାପମୁକ୍ତ ହେବେ ବୋଲି ସେ ମତ ରଖିଛନ୍ତି । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଏହି ପରାମର୍ଶକୁ ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀ ସ୍ୱାଗତ କରିଛନ୍ତି । ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କି ନିଷ୍ପତ୍ତି ନେଉଛି, ଏବେ ତାହା ଉପରେ ନଜର ।


ଏପ୍ରିଲ ମାସରେ ଅସମ୍ଭାଳ ତାତି ହେବାରୁ ପ୍ରଥମେ କିଛି ଦିନ ସ୍କୁଲ୍ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା । ତା’ପରେ ମେ’ ୨ରୁ ସ୍କୁଲ୍ ଗୁଡ଼ିକୁ ୬ଟାରୁ ୯ଟା ପର୍ଯ୍ୟନ୍ତ ଖୋଲିବାକୁ ନିଦେ୍ର୍ଧଶ ଦିଆଯାଇଥିଲା । ଅନ୍ୟପକ୍ଷରେ ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ, ସ୍କୁଲ୍ ଗୁଡ଼ିକ ଜୁନ୍ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ୫ ତାରିଖ ରବିବାର ପଡୁଥିବା ବେଳେ ୬ ତାରିଖରୁ ଖରା ଛୁଟି ପାଇଁ ସ୍କୁଲ୍ ଗୁଡ଼ିକ ବନ୍ଦ ରହିବ । ଅବଶ୍ୟ ସରକାର ଏଥର ଖରାଛୁଟିକୁ ହ୍ରାସ କରି ଦେଇଛନ୍ତି । ପୂର୍ବରୁ ପ୍ରାୟ ଦେଢ଼ ମାସ ସ୍କୁଲ୍ ଗୁଡ଼ିକୁ ଖରାଛୁଟି ମିଳୁଥିବା ବେଳେ ଏବେ ଏହାକୁ ୧୧ ଦିନକୁ ଖସାଇ ଦେଇଛନ୍ତି ସରକାର । ଜୁନ୍ ୬ରୁ ୧୬ ପର୍ଯ୍ୟନ୍ତ ଖରାଛୁଟି ଘୋଷଣା କରାଯାଇଛି ।
 

Related News
satta king tw