Top Stories

Search here...

News

୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ତାପମାତ୍ରା; ଟିଟଲାଗଡ଼ ଦେଶର ଦ୍ୱିତୀୟ ଉତପ୍ତ ସହର

Posted On - 2 days ago
Edited By Prabir Kumar
LAST UPDATED Apr 05, 2022 08:25 PM

ପଟେ ଆଜିଠାରୁ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

 

BBSR Reporters


ଭୁବନେଶ୍ୱର: ରେକର୍ଡ ଭାଙ୍ଗିଲା ମାର୍ଚ୍ଚ ମାସର ତାତି । ଚଳିତ ବର୍ଷ ମାର୍ଚ୍ଚରେ ତାପମାତ୍ରା ୧୨୨ ବର୍ଷର ରେକର୍ଡ ଭାଙ୍ଗି ଉତପ୍ତ ମାସ ହୋଇଛି । ଦେଶର ଦ୍ୱିତୀୟ ଉତପ୍ତ ସହର ପାଲଟିଛି ଟିଟିଲାଗଡ଼ । ମହାରାଷ୍ଟ୍ର ଚନ୍ଦ୍ରପୁର ଦେଶର ସବୁଠୁ ଉତପ୍ତ ସହର ହୋଇଥିଲା । ଏଥି ସହ ବିଶ୍ୱସ୍ତରରେ ଟିଟିଲାଗଡ଼ ଥିଲା ନବମ ଉତପ୍ତ ସହର । ଲଗାତର ଦୁଇ ଦିନ ଧରି ପଶ୍ଚିମ ଓଡ଼ିଶାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା ।

 

ଶୁକ୍ରବାର ଟିଟିଲାଗଡ଼ର ତାପାମତ୍ରା ୪୩ ଦଶମିକ ୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ଗତ ୨୪ ଘଂଟାରେ ବଲାଙ୍ଗୀର ସହରର ତାପମାତ୍ରା ୪୨ ଦଶମିକ ୨ ରେକର୍ଡ ହୋଇଥିଲା । ଟିଟିଲାଗଡ଼ରେ ୪୧ ଦଶମିକ ୬, ଝାରସୁଗୁଡ଼ାରେ ଦିନ ତାପମାତ୍ରା ୪୧ ଦଶମିକ ୫ ଡିଗ୍ରୀ ରହିଥିଲା । ଆଗକୁ ଆହୁରି ତାପମାତ୍ରା ବଢିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ।

 

ଏପଟେ ଆଜିଠାରୁ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତା ୬ ତାରି୍ଖରେ ଉତରପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ୨୪ ଘଂଟା ମଧ୍ୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।

Related News
satta king tw