Top Stories

Search here...

News

ସାଧାରଣତନ୍ତ୍ର ଦିବସ ପାଇଁ ଫାଇନାଲ୍ ପରେଡ୍ ରିହରସାଲ ଶେଷ; ପ୍ରଥମ ଥର ପାଇଁ  ବିଏସଏଫ୍ ସାମିଲ 

Posted On - 1 day ago
Edited By Prabir Kumar
LAST UPDATED Jan 25, 2022 06:09 PM

କୋଭିଡ କଟକଣା ମଧ୍ୟରେ ଗାନ୍ଧୀ ମାର୍ଗରେ ପୁଲିସ ଡିଜି ସୁନିଲ୍ ବଂଶଲ ଆଜିର ଫାଇନାଲ୍ ପ୍ୟାରେଡ ରିହରସାଲକୁ ନିରୀକ୍ଷଣ କରିଥିଲେ ।

 

BBSR Reporters


ଭୁବନେଶ୍ୱର: ରାଜ୍ୟରେ ସାଧାରଣତନ୍ତ୍ର ଦିବସ ପାଇଁ ଫାଇନାଲ୍ ପରେଡ୍ ରିହରସାଲ ଶେଷ ହୋଇଛି । କୋଭିଡ କଟକଣା ମଧ୍ୟରେ ଗାନ୍ଧୀ ମାର୍ଗରେ ପରେଡ୍ ଅନୁଷ୍ଠିତ ହୋଇଯାଇଛି । ପୁଲିସ ଡିଜି ସୁନିଲ୍ ବଂଶଲ ଆଜିର ଫାଇନାଲ୍ ପ୍ୟାରେଡ ରିହରସାଲକୁ ନିରୀକ୍ଷଣ କରିଥିଲେ । 

 

ଏଥର ପ୍ୟାରେଡରେ ୨ଟି ବ୍ରାସ ବ୍ରାଣ୍ଡ ସହ ୮ଟି ପୁଲିସ କଣ୍ଟିଜେଣ୍ଟ ଟ୍ରୁପ୍ ଭାଗ ନେଇଛନ୍ତି । ତେବେ ପ୍ରଥମ ଥର ପାଇଁ ବିଏସଏଫ ଭାଗ ନେବେ । କୋଭିଡ କଟକଣା ପାଇଁ ସିଭିଲ୍ ଏବଂ କଲେଜ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟସ୍ତରୀୟ ପ୍ୟାରେଡରୁ ବାଦ୍ କରାଯାଇଛି । ଅନ୍ୟପଟେ ପ୍ୟାରେଡରେ ଭାଗ ନେଉଥିବା ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରାଯିବ ବୋଲି ଡିଜି ସୁନିଲ୍ ବଂଶଲ ସୂଚନା ଦେଇଛନ୍ତି  ।


ରାଜ୍ୟପାଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।  ସମ୍ମାନିତ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ କମିସନରେଟ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ଏହାସହ ୫ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୨୫ ପ୍ଲାଟୁନ ଫୋର୍ସ, ୭୦ଜଣ ବରିଷ୍ଠ ଅଧିକାରୀ ନିୟୋଜିତ କରାଯାଇଛି । ଟ୍ରାଫିକ ବ୍ୟବସ୍ଥାକୁ ଗୁରୁତ୍ୱ ସହ ସଂପୂର୍ଣ୍ଣ ଗାନ୍ଧୀମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ କରାଯିବ ଏବଂ ସିସିଟିଭି ନଜରରେ ରହିବ ଗାନ୍ଧିମାର୍ଗ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।
 

Related News
satta king tw