Top Stories

Search here...

News

ଆସନ୍ତାକାଲି ଠୁ ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା

Posted On - 6 minutes ago
Edited By Prabir Kumar
LAST UPDATED Jan 04, 2022 08:42 PM

୫ରୁ ୮ ତାରିଖ ପର୍ଯ୍ୟନ୍ତ ୪ ଦିନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।  ପ୍ରଥମ ୩ ଦିନ ୨ଟି ସିଟିଂରେ ହେବ ଥିଓରୀ ପରୀକ୍ଷା  । 

 

BBSR Reporters


ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା । ୫ରୁ ୮ ତାରିଖ ପର୍ଯ୍ୟନ୍ତ ୪ ଦିନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।  ପ୍ରଥମ ୩ ଦିନ ୨ଟି ସିଟିଂରେ ହେବ ଥିଓରୀ ପରୀକ୍ଷା  । ୮ ତାରିଖ ଦିନ କେବଳ ପ୍ରାକ୍ଟିକାଲ ପରୀକ୍ଷା କରାଯିବ ।

 

ପରୀକ୍ଷା ପାଇଁ ୩ ହଜାର ୯୩ କେନ୍ଦ୍ର କରାଯାଇଥିବା ବେଳେ ୩୧୧ ନୋଡାଲ ସେଂଟରରେ ପ୍ରଶ୍ନ ପତ୍ର ପହଂଚି ସାରିଛି ।  ସେଥି ମଧ୍ୟରୁ ୨୨ଟି ଥାନାରେ ରଖାଯାଇଛି ପ୍ରଶ୍ନ ପତ୍ର । ମୋଟ୍ ୫ ଲକ୍ଷ ୭୬ ହଜାର ୨୨୩ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ସକାଳ ସାଢେ଼ ୮ଟା ବେଳେ ନୋଡାଲ ସେଂଟରରୁ ପ୍ରଶ୍ନ ପତ୍ର ପରୀକ୍ଷା କେନ୍ଦ୍ର ଗୁଡିକରେ ପହଂଚିବ ।

 

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ କରାଯାଇଛି । ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗରୁତ୍ୱ ଦିଆଯାଇଛି । ପ୍ରତିଟି ପରୀକ୍ଷା ହଲରେ ୨୪ ଜଣ ପରୀକ୍ଷାର୍ଥୀ ବସି ପରୀକ୍ଷା ଦେବେ । ସେହିପରି ପରୀକ୍ଷା କେନ୍ଦ୍ରଗୁଡ଼ିକୁ ମୋବାଇଲ ନେବାକୁ ମନା କରାଯାଇଛି । ପରୀକ୍ଷା କେନ୍ଦ୍ରର ସୁପରଟେଣ୍ଡମାନେ ମଧ୍ୟ ପରୀକ୍ଷା ହଲକୁ ଯିବା ପୂର୍ବରୁ ନିଜ ମୋବାଇଲକୁ ଲକରରେ ରଖିବାକୁ ବୋର୍ଡ ନିର୍ଦେଶ ଦେଇଛି ।

Related News
satta king tw