Top Stories

Search here...

News

ଟେକ୍ନିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶା ପୋଲିସରେ ନିଯୁକ୍ତି ସୁଯୋଗ; ୧୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ

Posted On - 5 minutes ago
Edited By Team BbsrReporters
LAST UPDATED Dec 11, 2021 01:16 PM

ଇଚ୍ଛୁକ ପ୍ରାର୍ଥୀ ଓଡ଼ିଶା ପୁଲିସର ୱେବ୍‌ସାଇଟ୍‌ www.odisahpolice.gov.in ରେ ଲଗ୍‌ଇନ୍‌ କରି ଆପ୍ଲିକେସନ୍‌ ଡଉନ୍‌ଲୋଡ୍‌ କରି ଆବେଦନ କରିପାରିବେ।

 

BBSR Reporters

 

ଭୁବନେଶ୍ୱର: ବିଏସ୍ସି, ବି-ଟେକ୍ ଓ ବିସିଏ ପିଲାଙ୍କ ପାଇଁ  ଓଡ଼ିଶା ପୁଲିସରେ ନିଯୁକ୍ତି ସୁଯୋଗ । ଓଡ଼ିଶା ପୁଲିସ ପକ୍ଷରୁ ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଅନ୍ଲାଇନ୍ ଆବେଦନ କରିପାରିବେ । ଆସନ୍ତା ସୋମବାର ତଥା ୧୩ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଆବେଦନର ଶେଷ ତାରିଖ ୨୦୨୨ ଜାନୁଆରୀ ୨ ତାରିଖ ରହିଛି ।


ମୋଟ ପଦବୀ ୧୪୪ ପଦବୀ ପାଇଁ  ଏଏସ୍ଆଇ (ଆସିଷ୍ଟାଣ୍ଟ ସବ୍ ଇନ୍ସ୍ପେକ୍ଟର ଇନ୍ କମ୍ୟୁନିକେସନ୍), ଅନୁସୂଚିତ ଜାତି-୨୪, ସେଥିମଧ୍ୟରୁ ମହିଳାଙ୍କ ପାଇଁ -୮, ଅନୁସୂଚିତ ଜନଜାତି- ୩୯, ସେଥିମଧ୍ୟରୁ ମହିଳାଙ୍କ ପାଇଁ -୧୩ ପଦବୀ ବାହାରିଛି । ସେହିପରି ଜେନେରାଲ- ୮୧, ସେଥିମଧ୍ୟରୁ ମହିଳାଙ୍କ ପାଇଁ-୨୭, ରିଜର୍ଭ ପଦବୀ-୫, ପୂର୍ବତନ କର୍ମଚାରୀ-୪, ଖେଳାଳିଙ୍କ ପାଇଁ-୧ ପଦବୀ ରହିଛି । 

 

 

ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ଯେକୌଣସି ସ୍ୱୀକୃତି ପ୍ରାପ୍ତ ବିଶ୍ୱ ବିଦ୍ୟାଳୟରୁ ବିଏସ୍ସି କିମ୍ବା ବି-ଟେକ୍ ଇନ୍ କମ୍ପ୍ୟୁଟର ସାଇନ୍ସ/ଇନ୍ଫର୍ମେସନ୍ ଟେକ୍ନୋଲଜୀ/ଇନ୍ଫର୍ମେସନ୍ ସାଇନ୍ସ ଆଣ୍ଡ ଟେକ୍ନୋଲଜୀ/ଇଲେକ୍ଟ୍ରୋନିକ୍ସ ଆଣ୍ଡ ଟେଲିକମ୍ୟୁନିକେସନ/ଇନ୍ଫର୍ମେସନ ଟେକ୍ନୋଲଜୀ ଆଣ୍ଡ ମ୍ୟାନେଜମେଣ୍ଟ/ଫିଜିକ୍ସ/ମ୍ୟାଥମେଟିକ୍ସ/ ଇଜିଂନିୟରିଂ ଇନ୍ କମ୍ପ୍ୟୁଟର ସାଇନ୍ସରେ ବାଚୁଲର ଡିଗ୍ରୀ ହାଲସ କରିଥିବା ଉଚିତ ।

 

ଇଚ୍ଛୁକ ପ୍ରାର୍ଥୀ ଓଡ଼ିଶା ପୁଲିସର ୱେବ୍ସାଇଟ୍ ଙ୍ଗଙ୍ଗଙ୍ଗ.କ୍ଟୟସଗ୍ଦବଷକ୍ଟ୍ରକ୍ଟକ୍ଷସମର.ଶକ୍ଟଙ୍ଖ.ସଦ୍ଭ ରେ ଲଗ୍ଇନ୍ କରି ଆପ୍ଲିକେସନ୍ ଡଉନ୍ଲୋଡ୍ କରି ଆବେଦନ କରିପାରିବେ ।
 

Related News
satta king tw