Top Stories

Search here...

News

ଢେଙ୍କାନାଳର ଘରୋଇ କଲେଜର ୫୬ ଛାତ୍ରଛାତ୍ରୀ କୋଭିଡ ପଜିଟିଭ୍ 

Posted On - 1 month ago
Edited By Prabir Kumar
LAST UPDATED Jan 15, 2022 04:48 AM

ମୋଟ୍ ୨୮୦ ଛାତ୍ରଛାତ୍ରୀଙ୍କର କରୋନା ପରୀକ୍ଷା ହୋଇଥିଲା । ସେଥିମଧ୍ୟରୁ ୫୬ ଜଣ ଏଯାବତ କରୋନାରେ ସଂକ୍ରମିତ ହୋଇଛନ୍ତି ।

 

BBSR Reporters

 

ଢେଙ୍କାନାଳ:  ଢେଙ୍କାନାଳର ଏକ ଘରୋଇ କଲେଜରେ କରୋନା ସଂକ୍ରମିତ ଚିହ୍ନଟ । ସାଇକ୍ରୁପା ଯୁକ୍ତ ଦୁଇ ଆବାସିକ ମହାବିଦ୍ୟାଳୟର ୫୬ ଜଣ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହାପରେ ସଂପୃକ୍ତ ମହାବିଦ୍ୟାଳୟକୁ ମାଇକ୍ରୋ କଂଟେନମେଂଟ ଜୋନ୍ ଭାବରେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

 

ମୋଟ୍ ୨୮୦ ଛାତ୍ରଛାତ୍ରୀଙ୍କର କରୋନା ପରୀକ୍ଷା ହୋଇଥିଲା । ସେଥିମଧ୍ୟରୁ ୫୬ ଜଣ ଏଯାବତ କରୋନାରେ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ନଥିବା ସୂଚନା ରହିିିଛି । ତେବେ ଏହି ଛାତ୍ର କେମିତି ସଂକ୍ରମିତ ହେଲେ ତାହା ଏବେ ବଡ ପ୍ରଶ୍ନ । ୩୩ ଜଣ ଛାତ୍ର ସଂକ୍ରମିତ ହୋଇଥିବାରୁ ସେମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଚିହ୍ନଟ କରିବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ  ।

 

ସେପଟେ କଲେଜ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ତେବେ ନେଗେଟିଭ୍‌ ଥିବା ପିଲାମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବା ସହିତ ସେମାନଙ୍କୁ ହଷ୍ଟେଲରେ ସଙ୍ଗରୋଧରେ ରଖିବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା। ଏହା ସତ୍ତ୍ୱେ କେଉଁ ପରିସ୍ଥିତିରେ କଲେଜ ଓ ହଷ୍ଟେଲ ଖାଲି କରିଦେଲେ କର୍ତ୍ତୃପକ୍ଷ? ସେଥିପାଇଁ କର୍ତ୍ତୃପକ୍ଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ।

Related News
satta king tw